ଏଟିଏମ୍ (ATM) କାର୍ଡ ବ୍ଲକ୍ ହେଉଛି କି? ଏହି ୪ଟି ଉପାୟ ଦ୍ବାରା କରନ୍ତୁ ଅନବ୍ଲକ୍

Published By : Prameya-News7 Bureau | June 21, 2019 IST

ଆଜିକାଲି ଅଧିକାଂଶ ଲୋକ ଏଟିଏମ କାର୍ଡ ବ୍ୟବହାର କରନ୍ତି। କାରଣ ଏଟିଏମ୍‌ କାର୍ଡ ବ୍ୟବହାର କରିବା ଲୋକଙ୍କ ପାଇଁ ସୁବିଧା ଓ ନିରାପଦ ହୋଇଥାଏ।  ଏଟିଏମ୍ କାର୍ଡ ହଜିଗଲେ ତାହାକୁ ତୁରନ୍ତ ବ୍ଲକ୍ କରିବା ଉଚିତ୍‌। କିନ୍ତୁ ପ୍ରାୟତଃ ଲୋକେ ଏଟିଏମ୍ କାର୍ଡକୁ ଅନବ୍ଲକ୍ କରିବା ବିଷୟରେ ଜାଣିନଥାନ୍ତି।ସେହି  ଏଟିଏମ କାର୍ଡ ଅନବ୍ଲକ୍ କରିବା ପରେ ତାହା ପୁନଃ ବ୍ୟବହାର କରିହେବ। ତେବେ ଏଟିଏମ୍ ଅନବ୍ଲକ୍ କରିବାର ଚାରିଟି ଉପାୟ ଜାଣନ୍ତୁ।

ଏଟିଏମ୍‌ କାର୍ଡ ଜରିଆରେ ଟଙ୍କା କାଢିବା ସମୟରେ ତିନି ବା ଅଧିକ ଥର ଭୁଲ ଏଟିଏମ୍ ପିନ୍ ମାରିଲେ   କାର୍ଡ ବ୍ଲକ୍ ହୋଇଯାଇଥାଏ। ତିନି ଥର ଭୁଲ ପିନ୍ କୋର୍ଡ ଦେବା ପରେ ଏଟିଏମ୍ କାର୍ଡ ବ୍ୟବହାର କରିହେବ ନାହିଁ। ଏମିତି ସ୍ଥିତିରେ ୨୪ ଘଣ୍ଟା ପରେ ଏଟିଏମ୍ କାର୍ଡ ଅଟୋମେଟିକ୍‌ ଅନବ୍ଲକ୍ ହୋଇଯାଇଥାଏ। ଏହାପରେ ଏଟିଏମ୍‌ କାର୍ଡ ପୁଣିଥରେ ବ୍ୟବହାର କରାଯାଇପାରିବ।

କୌଣସି କାରଣରୁ ଏଟିଏମ୍ କାର୍ଡ ବ୍ଲକ୍ ହୋଇଯାଇଥିଲେ ବ୍ୟାଙ୍କକୁ ଯାଇ ଏଥିପାଇଁ ଆବେଦନ କରାଯାଏ। ଏଥିପାଇଁ ଆଇଡି ପ୍ରୁଫ୍ ଦରକାର ହୋଇଥାଏ। ଫଳରେ ୪୮ ଘଣ୍ଟାରୁ ୫ ଦିନ ମଧ୍ୟରେ ଦେଇଥିବା ଆପ୍ଲିକେସନକୁ ବ୍ୟାଙ୍କ୍  ଆଗକୁ ବଢ଼ାଇଥାଏ ଓ କାର୍ଡ ଅନ୍‌ବ୍ଲୋକ୍‌ ହୋଇଥାଏ।

ଏଟିଏମ୍ କାର୍ଡର ବୈଧତା ତିନିରୁ ପାଞ୍ଚ ବର୍ଷ ଯାଏଁ ଥାଏ। ତିନି ରୁ ପାଞ୍ଚ ବର୍ଷ ମଧ୍ୟରେ ଏଟିଏମ କାର୍ଡ ବ୍ଲକ୍ ହୋଇଯାଏ। ଏହି ସମସ୍ୟାରେ ବ୍ୟାଙ୍କ ପାଞ୍ଚ ରୁ ସାତ ଦିନ ମଧ୍ୟରେ ନୂଆ ଏଟିଏମ କାର୍ଡ ଦେଇଥାଏ।

କେବେ ଏଟିଏମ୍ କାର୍ଡ ମାଧ୍ୟମରେ କୌଣସି ଠକାମି ହେଲେ ତୁରନ୍ତୁ କାର୍ଡ ବ୍ଲକ୍‌ କରିବା ଜରୁରୀ।  ତେବେ ଆପଣ ।ଏମିତି ସମସ୍ୟାରେ ମଧ୍ୟ ନୂଆ ଏଟିଏମ୍ କାର୍ଡ ପାଇଁ ଆବେଦନ କରିବାକୁ ହେବ। କିଛି ଦିନ ମଧ୍ୟରେ ସେହି ଏଟିଏମ୍‌ କାର୍ଡ ବ୍ୟାଙ୍କ ଯୋଗାଇଥାଏ।

wp:heading {"level":1}

 

/wp:heading

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.