Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନାଲରୁ ବୃଦ୍ଧାଙ୍କ ମୃତଦେହ ଉଦ୍ଧାର, ଗାଧୋଇବା ବେଳେ ନିଖୋଜ ହୋଇଯାଇଥିଲେ
  • ||
  • ହାତ ଛାଡିଲେ ପ୍ରଦୀପ ମାଝି, କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ଦେଲେ ଇସ୍ତଫା
  • ||
  • ଟ୍ରକ୍‌କୁ ଧକ୍କା ଦେଲା ଯାତ୍ରୀବାହୀ ବସ୍, ୨ ମୃତ ଓ ୫ ଆହତ
  • ||
  • ବାଇକକୁ ଧକ୍କା ଦେଲା ଟ୍ରକ୍, ଜଣେ ମୃତ : କ୍ଷତିପୂରଣ ଦାବିରେ ଜାତୀୟ ରାଜପଥ ଅବରୋଧ
  • ||
  • ଶିଶୁଙ୍କୁ ଟିକା ପାଇଁ ପ୍ରସ୍ତୁତି ଆରମ୍ଭ, ଶୁକ୍ରବାର ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ପ୍ରଶିକ୍ଷଣ ଦେବ କେନ୍ଦ୍ର
  • ||
  • ଶୁକ୍ରବାର ମୁଖ୍ୟମନ୍ତ୍ରୀଙ୍କ ମୟୂରଭଞ୍ଜ ଗସ୍ତ, ବିଏସକେଓ୍ୱାଇ ସ୍ମାର୍ଟ କାର୍ଡ ବଣ୍ଟନର କରିବେ ଶୁଭାରମ୍ଭ
  • ||
  • ୨୬ ଯାଏଁ ଶୁଖିଲା ପାଗ : ଧିରେଧିରେ କମିବ ରାତି ତାପମାତ୍ରା, ସକାଳେ କୁହୁଡି
  • ||
  • ମମିତା ମେହେର ହତ୍ୟା ଘଟଣା : ଭୋର୍‌ରେ ଡେମୋ ଦେଖାଇଲା ଅଭିଯୁକ୍ତ ଗୋବିନ୍ଦ ସାହୁ
  • ||

ଘରେ କରୋନା ସଂକ୍ରମିତ ଥିଲେ କେମିତି କରିବେ ଦେଖାଶୁଣା ଜାଣନ୍ତୁ

4/05/2021 at 7:21 PM

ନୂଆଦିଲ୍ଲୀ ୪।୫: କରୋନା ଭାଇରସ୍ ର ଦ୍ବିତୀୟ ଲହର ଖୁବ୍ ଶୀଘ୍ର ଲୋକଙ୍କୁ ନିଜ ଶିକାର କରୁଛି । ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଛି । ଏପରି ପରିସ୍ଥିତିରେ ଯଦି ଆପଣଙ୍କ ଘରେ କିମ୍ବା ପଡିଶା ଘରେ କେହି ଏହି ଭାଇରସ୍ ଦ୍ବାରା ସଂକ୍ରମିତ ହୁଅନ୍ତି, ତେବେ ସେମାନଙ୍କର ଭଲଭାବେ ଯତ୍ନ ନିଅନ୍ତୁ । ଏହାସହ ଆପଣଙ୍କର ସୁରକ୍ଷାକୁ ମଧ୍ୟ ଧ୍ୟାନ ରଖନ୍ତୁ । ଯାହା ଦ୍ବାରା ଆପଣ ଏହି ଭାଇରସ୍ ଦ୍ବାରା ସଂକ୍ରମିତ ହେବେ ନାହିଁ । ତେବେ ଆସନ୍ତୁ ଜାଣିବା କରୋନା ଭାଇରସ୍ ଦ୍ବାରା ସଂକ୍ରମିତ ରୋଗୀଙ୍କ ଯତ୍ନ ନେବା ପାଇଁ କିଛି ଗୁରୁତ୍ବପୂର୍ଣ୍ଣ କଥା…

  • କରୋନା ଭାଇରସ୍ ରେ ସଂକ୍ରମିତ ବ୍ୟକ୍ତିଙ୍କୁ ଘରେ ଏକ ଅଲଗା ରୁମ୍ ରେ ରଖନ୍ତୁ । ତାଙ୍କୁ ଏଭଳି ଏକ ରୁମ୍ ରେ ରଖନ୍ତୁ ଯାହା ଅନ୍ୟ ରୁମ୍ ଠାରୁ ଦୂରରେ ଥିବ । ଏହା ଧ୍ୟାନ ରଖନ୍ତୁ ଯେ, ରୁମ୍  ବାଥରୁମ୍ ଥିବ । ଏହା ବ୍ୟତୀତ ଆବଶ୍ୟକ ସମସ୍ତ ଜିନିଷ ମଦ୍ୟ ରଖନ୍ତୁ ।
  • ରୋଗୀକୁ ନିକଟକୁ ଯିବା ପୂର୍ବରୁ ମାସ୍କ ପିନ୍ଧନ୍ତୁ । ଏହାସହ ରୋଗୀଠାରୁ ଏକ ଫୁଟ ଦୂରରେ ରୁହନ୍ତୁ ।ଏହାସହ ହାତକୁ ନଧୋଇ କିମ୍ବା ସାନିଟାଇଜ୍ ନକରି ଆଖି, ପାଟି ଏବଂ ନାକରେ ହାତ ଲଗାନ୍ତୁ ନାହିଁ ।
  • ଘରେ ଯଦି କରୋନା ରୋଗୀ ଅଛନ୍ତି ତେବେ ପରିବାର ସହିତ ନିଜେ ମଧ୍ୟ ଦୁଇ ସପ୍ତାହ ପର୍ଯ୍ୟନ୍ତ ଆଇସୋଲେସନରେ ରୁହନ୍ତୁ । ଘରେ ହିଁ ବ୍ୟାୟାମ କରନ୍ତୁ । ଯଦି କେହି ହୋମ୍ ଡେଲିଭରି ପାଇଁ ଆସେ ତେବେ ଜିନିଷକୁ କବାଟ ବାହାରେ ରଖିବାକୁ କୁହନ୍ତୁ ।
  • ଏହି ଭାଇରସ୍ ସଂକ୍ରମିତ ରୋଗୀଙ୍କ ରୁମ୍ ସମ୍ପୂର୍ଣ୍ଣ ପରିଷ୍କାର ହେବା ଉଚିତ୍ । ଏଥିପାଇଁ ପ୍ରତିଦିନ ରୋଗୀର ଓ୍ବାଶରୁମ୍, ବେଡ୍, ରୁମରେ ଥିବା ଜରୁରୀ ସାମଗ୍ରୀକୁ ସଫା କରନ୍ତୁ ।
  • ରୋଗୀର ଯତ୍ନ ନେବା ପାଇଁ ଘରର କେବଳ ଜଣେ ସଦସ୍ୟଙ୍କୁ ତାଙ୍କ ପାଖରେ ରହିବା ଉଚିତ୍ । ରୋଗୀଙ୍କ ନିକଟକୁ ଯିବା ପୂର୍ବରୁ ହାତରେ ଗ୍ଲୋଭସ୍ ପିନ୍ଧନ୍ତୁ । ରୋଗୀଙ୍କୁ ଭେଟିବା ପରେ ଗ୍ଲୋଭସ୍ କୁ କାଢି ସେହି ସ୍ଥାନରେ ରଖନ୍ତୁ ଯେଉଁଠାରେ କେହି ତାହାକୁ ଛୁଇଁପାରିବେନାହିଁ । ଏହାସହ ରୋଗୀ ସହ ସଂପର୍କ କରିବା ପରେ ସାନିଟାଇଜର କିମ୍ବା ସାବୁନରେ ହାତକୁ ଭଲ ଭାବରେ ସଫା କରନ୍ତୁ ।
  • ରୋଗୀଙ୍କୁ ଘରର ଜିନିଷ ଛୁଇଁବାକୁ ଦିଅନ୍ତୁ ନାହିଁ । ଦୈନନ୍ଦିନ ଜିନିଷ ଯେପରି ଟାଓ୍ବେଲ, ବାସନ, ଗ୍ୟାଜେଟ୍ସ ଇତ୍ୟାଦି ଏଥିରୁ ଦୂରରେ ରଖନ୍ତୁ । ତାଙ୍କ ପାଇଁ ସବୁ କୋଠରୀରେ ତାଙ୍କ ପାଇଁ ସମସ୍ତ ଜିନିଷ ଅଲଗା ରଖନ୍ତୁ । ଯଦି ସେ ଘରର ଜିନିଷକୁ ସ୍ପର୍ଶ କରନ୍ତି ତେବେ ଭାଇରସ୍ ସାରା ଘରେ ବ୍ୟାପିଥାଏ । ଏପରି ପରିସ୍ଥିତିରେ ଘରର ଅବଶିଷ୍ଟ ସଦସ୍ୟଙ୍କ ବିପଦ ଅସୁରକ୍ଷିତ ହେବ ।
  • ସମୟ ସମୟରେ ଡାକ୍ତର କିମ୍ବା ସ୍ବାସ୍ଥ୍ୟକେନ୍ଦ୍ର ସହିତ ସଂପର୍କ କରି ଏହି ଭାଇରସ୍ ସହ ଜଡିତ ସୂଚନା ଅବଶ୍ୟ ନିଅନ୍ତୁ । ଏହାସହ ରୋଗୀର ଦେଖାଯାଉଥିବା ଲକ୍ଷଣ ଏବଂ ତାଙ୍କ ବୟସ ଇତ୍ୟାଦି ବିଷୟରେ ଡାକ୍ତରଙ୍କୁ ସଠିକ୍ ସୂଚନା ଦିଅନ୍ତୁ । ଫଳରେ ତାଙ୍କ ଚିକିତ୍ସା ଶୀଘ୍ର ଏବଂ ସଠିକ୍ ଭାବରେ ହୋଇପାରିବ ।

   Related Posts