ବିଷାକ୍ତ ସାପ କାମୁଡ଼ିଲେ କିପରି ବଞ୍ଚାଇବେ ନିଜ ଜୀବନ : ଜାଣନ୍ତୁ
17/12/2018 at 1:41 PM

ବିହାର ୧୭/୧୨: ବିହାରରେ ପ୍ରାୟ ଲୋକ ସାପ କାମୁଡ଼ାରେ ମରୁଛନ୍ତି। ଅଧିକାଂଶ ଲୋକ ସାପ କାମୁଡ଼ିଲେ ଏତେ ଡରି ଯାଇଥାନ୍ତି ଯେ ତାଙ୍କର ହୃଦଘାତ ହୋଇଯାଇଥାଏ। ସାପ କାମୁଡ଼ିବା ପରେ ପ୍ରଥମେ ଜାଣନ୍ତୁ ଯେ କେଉଁ ସାପ କାମୁଡ଼ିଛି। ସେହି ସାପର ଆକାର ପ୍ରକାର କିପରି। ସାପଟି ବିଷହୀନ ମଧ୍ୟ ହୋଇପାରେ। ଏହା ପରେ ତୁରନ୍ତ ଡାକ୍ତରଙ୍କ ପାଖକୁ ଯାଆନ୍ତୁ। ସାପ କାମୁଡ଼ିବା ପରେ ଝଟକା ପାଇବା ଦ୍ବାରା କେତେଜଣଙ୍କ ମୃତ୍ୟୁ ହୋଇଥାଏ। ସାପ କାମୁଡ଼ିଲେ ଗୁଣିଆଙ୍କ ପାଖକୁ ଯାଆନ୍ତୁ ନାହିଁ। ବିଶାକ୍ତ ସାପକୁ ଉଦ୍ଧାର କରିବା ଉପାୟ ଦ୍ବାରା ଲୋକମାନଙ୍କ ଏହା ଅବଗତ କରାଯାଇପାରିବ ଯେ ସାପ କାମୁଡ଼ିଲେ ମୃତ୍ୟୁକୁ ରୋକାଯାଇପାରିବ।