ଆପଣ ଚାକିରୀଆ କି? ଏହି ୩ଟି ଜିନିଷ କରି ବଢ଼ାନ୍ତୁ ଆପଣଙ୍କ ବ୍ୟାଙ୍କ ବାଲାନ୍ସ

Published By : Prameya-News7 Bureau | April 15, 2020 IST

ନୂଆଦିଲ୍ଲୀ ୧୫/୪: ଚାକିରୀଆ ଲୋକଙ୍କ ଆକାଉଣ୍ଟରେ ଦରମା ଆସିବା ମାତ୍ରେ ସରି ଯାଇଥାଏ। କାରଣ ଦରମା ଆସିବା ପୂର୍ବରୁ ଅନେକ ପ୍ରକାରର ଦେଣ ଥାଏ। କ୍ଷୀର ହିସାବ,ପରିବା ପତ୍ର,ଧୋବା,ହୋମ୍ ଲୋନ୍,କାର୍ ଲୋନ୍ ଦେଇ ଟଙ୍କା ସରି ଯାଇଥାଏ। ଏହି ୩ଟି ଜିନିଷ ପ୍ରତି ଧ୍ୟାନ ଦେଇ ଆପଣ ନିଜ ଦରମାର ଅଧା ଭାଗ ଅଯଥା ଖର୍ଚ୍ଚରୁ ବଞ୍ଚାଇ ପାରିବେ।

wp:list
  • ଏଟିଏମ କାର୍ଡ଼ର ବ୍ୟବହାର ଠିକ ଭାବେ କରିବା ଉଚିତ୍। ଯଦି ଏକ ନିଶ୍ଚିତ ସୀମା ପରେ ଏଟିଏମରୁ ଟଙ୍କା ବାହାର କଲେ ଆପଣଙ୍କ ଆକାଉଣ୍ଟରୁ ଏଥିପାଇଁ ଚାର୍ଜ ଲାଗିଥାଏ ତେବେ ଚେଷ୍ଟା କରନ୍ତୁ ଯେ ଟଙ୍କା ବାରମ୍ବାର ଉଠାନ୍ତୁ ନାହିଁ। ଏପରି କରି ଆପଣ ବ୍ୟାଙ୍କ ତରଫରୁ ଲିମିଟ୍ ବାହାରେ ଟ୍ରାଞ୍ଜାକ୍ସନ୍ ଉପରେ ଲାଗୁଥିବା ଚାର୍ଜରୁ ବର୍ତ୍ତି ପାରିବେ।
  • ବ୍ୟାଙ୍କରେ ଚେକବୁକ୍ ନିଅନ୍ତୁ ନାହିଁ। ଡିଜିଟାଲ୍ ଯୁଗ ହେବା ଦ୍ବାରା ଚେକବୁକରୁ ଟଙ୍କା ବାହାର କରିବାର ଜମାନା ଏବେ ଆଉ ନାହିଁ। ଆପଣ ବୋଧହୁଏ ଜାଣିନଥିବେ କିନ୍ତୁ ବ୍ୟାଙ୍କ ଚେକବୁକର ଆଭେଜରେ ଆପଣଙ୍କଠୁ କିଛି ଫିସ୍ ନେଇଥାଏ। ଏହି ଫିସ୍ ୨୦ଟଙ୍କାରୁ ଆରମ୍ଭ ହୋଇ ୧୫୦ଟଙ୍କା ଯାଏଁ ହୋଇଥାଏ। ଚେକବୁକରେ ଲାଗୁଥିବା ଫିସ୍ ଚେକବୁକ୍ ପେଜରେ ନିର୍ଭର କରିଥାଏ। ଏପରି କ୍ଷେତ୍ରରେ ଯଦି ଆପଣ ନେଟବ୍ୟାଙ୍କିଂ ବ୍ୟବହାର କରୁଛନ୍ତି ତେବେ ଏହି ଫିସରୁ ବର୍ତ୍ତି ପାରିବେ।
  • ଠିକ୍ ସମୟରେ ନିଜ କ୍ରେଡିଟ୍ କାର୍ଡ଼ର ବକାୟା ଯଦି ଦେଉଛନ୍ତି ତେବେ ଏହା ଏକ ଭଲ ଅଭ୍ୟାସ। ସାଧାରଣତଃ ଆମେ ନିଜ ସଉକକୁ ପୂରା କରିବା ପାଇଁ କ୍ରେଡିଟ୍ କାର୍ଡ଼ ବ୍ୟବହାର କରିଥାଉ କିନ୍ତୁ ଏହାର ଡ୍ୟୁ ଡେଟ୍ ପ୍ରାୟତଃ ଭୁଲି ଯାଇଥାଉ ଯାହା ଦ୍ବାରା ଅଯଥା ଆମେ ବ୍ୟାଙ୍କକୁ ପେନାଲ୍ଟି ଦେଇଥାଉ।
/wp:list

ଆପଣ ଠିକ୍ ସମୟରେ ବିନିଯୋଗ କଲେ ଆପଣଙ୍କୁ ଜୋରିମାନା ଦେବାକୁ ପଡ଼ିବ ନାହିଁ। କ୍ରେଡିଟ୍ କାର୍ଡ଼ର ଲେଟ୍ ପେମେଣ୍ଟ କଲେ ଆପଣଙ୍କ ଉପରେ ୩୬ପ୍ରତିଶତରୁ ୪୨ପ୍ରତିଶତ ଚାର୍ଜ ଲଗାଯାଇପାରେ। କେବଳ ୩ଦିନ ଲେଟ୍ ପେମେଣ୍ଟରେ ମଧ୍ୟ ଆପଣଙ୍କୁ ୭୫୦ଟଙ୍କା ଚାର୍ଜ କରିବାକୁ ପଡ଼ିପାରେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.