Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପରୀ ହତ୍ୟା ମାମଲା, SIT ତଦନ୍ତରେ ହାଇକୋର୍ଟ ସନ୍ତୁଷ୍ଟ- ବିଜେଡି
  • ||
  • ଶଙ୍ଖ ନଦୀରେ ବୁଡ଼ି ଜଣେ ଯୁବକ ନିଖୋଜ, ୪ ଜଣ ହସ୍ପିଟାଲରେ ଭର୍ତ୍ତି
  • ||
  • ତାଳପଦର ବିଜୁ ସେତୁ ଭୁଶୁଡିବା ଘଟଣା: ଗ୍ରାମ୍ୟ ଉନ୍ନୟନ ବିଭାଗ ଏସ୍‌ଡିଓ ଅସିତ ପାତ୍ର ଗିରଫ
  • ||
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୦ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୮୩ କୋଭିଡ୍ ସଂକ୍ରମିତ, ୩୩୩୩୧୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଦେଶରେ କମୁଛି କୋଭିଡ଼ ସଂକ୍ରମଣ, ଗତ ୨୪ଘଣ୍ଟାରେ ୧୫,୧୪୪ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଜୟପୁର : ଚଳନ୍ତା ବସ୍‌ରେ ଲାଗିଲା ବିଦ୍ୟୁତ ତାର ; ୬ ମୃତ , ୧୭ ଗୁରୁତର
  • ||
  • ଅପରେସନ ଗ୍ରୀନ କ୍ଲିନ, ପ୍ରାୟ ୧୨ କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ
  • ||
  • ଦିଲ୍ଲୀ: କରୋନା ଟିକା ନେବା ପରେ ୫୧ ଜଣଙ୍କ ଠାରେ ଦେଖାଗଲା ପାର୍ଶ୍ବ ପ୍ରତିକ୍ରିୟା
  • ||

ହ୍ବାଟ୍ସଆପ୍‌ରୁ ଭୁଲରେ ଜରୁରୀ ମେସେଜ ଡିଲିଟ୍ ହୋଇଗଲେ ଏହି ଉପାୟରେ କରନ୍ତୁ ରିଷ୍ଟୋର

9/08/2019 at 5:48 PM

ଅଧିକାଂଶ ଲୋକେ ଏବେ ସ୍ମାର୍ଟଫୋନ୍‌ ବ୍ୟବହାର କରୁଛନ୍ତି। ତେବେ ସ୍ମାର୍ଟଫୋନ୍‌ ବଜାରକୁ ଆସିବା ପରେ ଅନେକ ଆପ ମଧ୍ୟ ଲଂଚ ହୋଇଛି। ଏଥିମଧ୍ୟରୁ ହ୍ବାଟ୍ସଆପ ସମଗ୍ର ବିଶ୍ବରେ ସବୁଠୁ ଫେମସ ମେସେଜିଂ ପ୍ଲାର୍ଟଫର୍ମ ହୋଇସାରିଛି। ପ୍ରାୟତଃ ଲୋକେ ନିଜ ବ୍ୟକ୍ତିଗତ ଓ ବ୍ୟବସାୟ ଜୀବନ ପାଇଁ ହ୍ବାଟ୍ସଆପ ବ୍ୟବହାର କରନ୍ତି। ଏହା ବ୍ୟତୀତ ଆଜିକାଲି ଅଫିସିଆଲ ୟୁଜ୍‌ ପାଇଁ ମଧ୍ୟ ବହୁ ମାତ୍ରାରେ ହ୍ବାଟ୍ସଆପ ବ୍ୟବହାର କରାଯାଉଛି। ହ୍ବାଟ୍ସଆପର ସବୁଠୁ ଅଧିକ ଉପଭୋକ୍ତା ଭାରତରେ ଅଛନ୍ତି।

ଏହି କାରଣ ପାଇଁ ହ୍ବାଟ୍ସଆପ ଲଗାତାର ଭାବେ ନିଜ ଉପଭୋକ୍ତାଙ୍କ ପାଇଁ ବିଭିନ୍ନ ଫିଚର୍ସ ଲଂଚ କରୁଥାଏ। ହ୍ବାଟ୍ସଆପରେ ମେସେଜ ସହ ଭିଡିଓ, ଅଡିଓ, ସ୍ମାଇଲିଜ୍‌  ମଧ୍ୟ ସେୟାର କରାଯାଇପାରିବ।  କିନ୍ତୁ ଅନେକ ସମୟରେ ଅସାବଧାନତା ହେତୁ ରଖିବାକୁ ଚାହୁଁଥିବା ଜରୁରୀ ଓ ଗୁରୁତ୍ବପୂର୍ଣ୍ଣ ମେସେଜ ଡିଲିଟ ହୋଇଯାଏ।  ତେବେ ନିଜ ଡାଟା ସୁରକ୍ଷିତ ରଖିବା ପାଇଁ କିଛି ବ୍ୟାକ୍‌ଅପ୍‌ ରଖିବା ଜରୁରୀ।

ଯାହା ଦରକାର ପଡିଲେ ରିକଭର କରାଯାଇପାରିବ।ଆଣ୍ଡ୍ରଏଡ ୟୁଜର୍ସ ଗୁଗୁଲ ଡ୍ରାଇଭ ଓ ଆଇଓଏସ୍‌ର ଉପଭୋଭକ୍ତା ଆଇକ୍ଲାଉଡରେ ମେସେଜ ସେଭ କରିପାରିବେ। ଯଦି ମେସେଜ ସୁରକ୍ଷିତ ରଖିବା ପାଇଁ ଚାହାନ୍ତି ତାହେଲେ ହ୍ବାଟ୍ସଆପ ସେଟିଂକୁ ଯାଇ ଚ୍ୟାଟ୍‌ ବ୍ୟାକଅପ କରିପାରିବେ। ବ୍ୟାକ୍‌ଅପ ପାଇଁ ଏହି ପ୍ରୋସେସ୍‌ ଫଲୋ କରିବା ଉଚିତ୍‌।

ଯାହା ଦରକାର ପଡିଲେ ରିକଭର କରାଯାଇପାରିବ।ଆଣ୍ଡ୍ରଏଡ ୟୁଜର୍ସ ଗୁଗୁଲ ଡ୍ରାଇଭ ଓ ଆଇଓଏସ୍‌ର ଉପଭୋଭକ୍ତା ଆଇକ୍ଲାଉଡରେ ମେସେଜ ସେଭ କରିପାରିବେ। ଯଦି ମେସେଜ ସୁରକ୍ଷିତ ରଖିବା ପାଇଁ ଚାହାନ୍ତି ତାହେଲେ ହ୍ବାଟ୍ସଆପ ସେଟିଂକୁ ଯାଇ ଚ୍ୟାଟ୍‌ ବ୍ୟାକଅପ କରିପାରିବେ। ବ୍ୟାକ୍‌ଅପ ପାଇଁ ଏହି ପ୍ରୋସେସ୍‌ ଫଲୋ କରିବା ଉଚିତ୍‌।

୧- ସର୍ବପ୍ରଥମେ ଫୋନ୍‌ରେ ଫାଇଲ ମେନେଜର ଖୋଲାଯାଏ।୨- ଏଥିରେ ହ୍ବାଟ୍ସଆପ ଫୋଲଡରକୁ ଯାଇ ଡାଟାବେସ ଅପସନକୁ ଓପନ କରିବେ ।

୩- ଏହି ଅପସନ୍‌ରେ ଅନେକ ଜିନିଷ ରହିଥାଏ। ଏଥିରୁ msgstore.db.crypt12 ବାଛିବାକୁ ହେବ।

୪- ଏହା ପରେ msgstore.db.crypt12ର ନାଁ ବଦଳାଇ msgstore-newest.db.crypt12 ରଖିବାକୁ ହେବ।

୫- ଏହା କରିବା ପରେ ଗୁଗୁଲ ଡ୍ରାଇଭର ପ୍ରଥମ ବ୍ୟାକ୍‌ଅପକୁ ଡିଲିଟ କରିବା ଉଚିତ୍‌। ପୁଣିଥରେ ବ୍ୟାକ୍‌ଅପ ଅପସନକୁ ବାଛିବା ଜରୁରୀ।  

୬- ଏବେ ହ୍ବାଟ୍ସଆପକୁ ନିଜ ଫୋନ୍‌ରୁ ଡିଲିଟ୍‌ କରି ଆଉଥରେ ଡାଉନଲୋଡ୍‌ କରିବା ଆବଶ୍ୟକ।

୭- ଡାଉନଲୋଡ ହେବା ପରେ ହ୍ବାଟ୍ସଆପ ଖୋଲିଲେ ଚ୍ୟାଟ୍‌ବ୍ୟାକ୍‌ଅପର ଅପସନ ଦେଖାଯିବ।

୮- ଏଥର ରିଷ୍ଟୋର କଲେ ଡିଲିଟ ହୋଇଥିବା ସବୁ ମେସେଜ ଆଉଥରେ ଆସିପାରିବ।  

 

   Related Posts