ଫୋନ୍‌ରୁ ଭୁଲରେ ଫଟୋ ଓ ଭିଡିଓ ଡିଲିଟ୍‌ ହୋଇଥିଲେ ଏହି ଉପାୟ ଦ୍ବାରା କରନ୍ତୁ ରିଷ୍ଟୋର

Published By : Prameya-News7 Bureau | August 05, 2019 IST

ସ୍ମାର୍ଟଫୋନ୍‌ ବ୍ୟବହାର କରୁଥିବା ଲୋକେ କେବେ କେବେ ଅନେକ ସମସ୍ୟାର ସାମ୍ନା କରନ୍ତି।  ଅଧିକାଂଶ ସମୟରେ ଫୋନ୍‌ରୁ ଭୁଲରେ ଫଟୋ ଓ ଭିଡିଓ ଡିଲିଟ ହୋଇଯାଏ। ପ୍ରାୟତଃ ଲୋକେ ଏହି ସମସ୍ୟାର ସାମ୍ନା କରିଥିବେ। ଫୋନ୍‌ରୁ ଗୁରୁତ୍ବପୂର୍ଣ୍ଣ ଡାଟା ଡିଲିଟ ହୋଇଗଲେ କିଭଳି ଭାବେ ତାହା ରିଷ୍ଟୋର ହେବ ସେହି ଚିନ୍ତାରେ ସମସ୍ତେ ଥାନ୍ତି। କିନ୍ତୁ ଏଣ୍ଡ୍ରଏଡ ଫୋନ୍‌ରେ ଏଭଳି କୌଣସି ଫିଚର ଇନବିଲ୍ଟ ନଥାଏ ଯାହା ଦ୍ବାରା ଡାଟା ରିଷ୍ଟୋର କରିହେବ।

ୱିଣ୍ଡୋଜ୍‌ କମ୍ପ୍ୟୁଟରରେ ରିସାଇକଲ ବିନ୍‌ ନାମକ ଏକ ଫୋଲ୍‌ଡର ଥାଏ ଯେଉଁଥିରେ ଡିଲିଟ କରାଯାଇଥିବା ଫାଇଲ ଥାଏ। ତେବେ ଏଣ୍ଡ୍ରଏଡ ଫୋନ୍‌ରେ ଏଭଳି ସୁବିଧା ମଧ୍ୟ କରିହେବ, ଯେଉଁଥିରେ ଡିଲିଟ୍‌ ହୋଇଥିବା ଫାଇଲ ରହିଥାଏ। ଫୋନ୍‌ରୁ କେବେ କୌଣସି ଡାଟା ଡିଲିଟ ହୋଇଥିଲେ ଏହି ଉପାୟ ଦ୍ବାରା ସବୁ ସମସ୍ୟାର ସମାଧାନ ହେବ। ପ୍ରଥମେ ପ୍ଲେଷ୍ଟୋରରୁ ଗୋଟେ ଆପ୍ଲିକେସନ ଡାଲନଲୋଡ୍‌ କରିବା ଆବଶ୍ୟକ।

ଏହି ଆପ୍‌ର ନାଁ ହେଉଛି ଡମ୍ପଷ୍ଟର। ଏହି ଆପ୍‌ ଫୋନ୍‌ରେ ସେହିଭଳି କାମ କରିବ ଯେମିତି କମ୍ପ୍ୟୁଟରରେ ରିସାଇକେଲ୍‌ବିନ୍‌ କାମ କରେ। ଏହି ଆପ୍‌ ବ୍ୟବହାର କରିବା କିଛି କଷ୍ଟକର ନୁହେଁ। ଏହାର ସେଟିଂରେ ଏକ ରିସାଇକେଲବିନ୍‌ ସେଟିଂ ଉପଲବ୍ଧ ଥାଏ। ସେହି ସେଟିଂରେ କ୍ଲିକ୍‌ କରି ଭୁଲରେ ଡିଲିଟ ହୋଇଥିବା ଫାଇଲକୁ ସିଲେକ୍ଟ କରିବା ଜରୁରୀ।

ସେଟିଂରେ ଏକ ଅଟୋକ୍ଲିନ୍‌ ଅପସନ ଥାଏ ଯାହା ସବୁବେଳେ ଅଫ ରହିବା ଦରକାର। କାରଣ ଏହି ଅପସନ ଅନ୍‌ ରହିଲେ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ସବୁ ଫାଇଲ ସେଠୁ ଡିଲିଟ ହୋଇଯାଏ। ତେବେ ଡିଲିଟ ହୋଇଥିବା ଫାଇଲ ଡମ୍ପଷ୍ଟର ଆପ୍‌ରେ ଥାଏ। ଏହି ଆପ୍‌କୁ ଯାଇ ରିଷ୍ଟୋର ଅପସନ୍‌ରେ କ୍ଲିକ୍‌ କଲେ ଡିଲିଟ ହୋଇଥିବା ଫାଇଲ ଗ୍ୟାଲେରୀକୁ ଯାଇଥାଏ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.