Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୟୁପିରେ ବଡ ଧରଣର ଦୁର୍ଘଟଣା, ଖେରୀ ଘାଘରା ନଦୀରେ ଓଲଟିଲା ଡଙ୍ଗା, ୧୦୦ ଭାସିଗଲେ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୯ କୋଭିଡ୍ ପଜିଟିଭ୍
  • ||
  • ଓ୍ୱାର୍ମ ଅପ୍ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ, କଙ୍ଗାରୁ ବାହିନୀକୁ ମାତ୍ ଦେବାକୁ ତୟାର ବିରାଟ ଏଣ୍ଡ କୋ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୭ ମୃତ
  • ||
  • ଆଜି କୁମାର ପୂର୍ଣ୍ଣିମା : ମା’ ବୃନ୍ଦାବତୀଙ୍କ ନିକଟରେ ଆଞ୍ଜୁଳି ଟେକିଲେ କୁମାରୀ
  • ||
  • ପୁରୀ : ଦାଦାବଟିକୁ କେନ୍ଦ୍ରକରି ମହିଳାଙ୍କୁ ଗୁଳିମାଡ଼, ପୂର୍ବରୁ ମିଳିଥିଲା ଧମକ
  • ||
  • ଜଗତସିଂହପୁର : କେନାଲର ଭାସୁଛି ଏକ ଗଳିତ ମୃତଦେହ, ୩ ଅଭିଯୁକ୍ତ ଅଟକ
  • ||

ସାତ ଦିନରେ ସନଟ୍ୟାନ୍ ଦୁର କରିବ ଏହି ଘରୋଇ ଫେସ୍ ପ୍ୟାକ୍, ଜାଣନ୍ତୁ କିପରି କରିବେ ପ୍ରସ୍ତୁତ

8/07/2021 at 4:07 PM

ନୂଆଦିଲ୍ଲୀ ୦୮/୦୭: ଗ୍ରୀଷ୍ମ ଋତୁରେ ସନଟ୍ୟାନ୍ ହେବା ଏକ ଏପରି ସମସ୍ୟା, ଯାହା ଆପଣଙ୍କ ଚେହେରାର ସମସ୍ତ ସୁନ୍ଦରତା ଛଡାଇ ନେଇଥାଏ । ଏହାଦ୍ୱାରା କେବଳ ଆପଣଙ୍କ ସ୍କିନ୍ କଲର୍ ଡାର୍କ ହୋଇନଥାଏ ବରଂ ଏଥିରେ ବ୍ରଣ ସମସ୍ୟା ମଧ୍ୟ ହୋଇଥାଏ । ତେଣୁ ସ୍କିନ୍ ସମସ୍ୟାକୁ ଦୁର କରିବା ପାଇଁ ଟ୍ୟାନକୁ ହଟାଇବା ସବୁଠାରୁ ଜରୁରୀ । ଚାଲନ୍ତୁ ଜାଣିବା ଏପରି ଫେସ୍ ମାସ୍କ ବିଷୟରେ ଯାହାକୁ ବ୍ୟବହାର କରିବା ଦ୍ୱାରା ସନଟ୍ୟାନ୍ ଏକ ସପ୍ତାହରେ ଦୁର ହୋଇଯାଇଥାଏ ।

ଦହି ଏବଂ ମହୁ ପ୍ୟାକ୍:

ଦହି ତ୍ୱଚାକୁ ଅନାବଶ୍ୟକ ମଇଳାରୁ ମୁକ୍ତି ପାଇବାରେ ସାହାଯ୍ୟ କରିଥାଏ । ସେହିପରି ମହୁ ତ୍ୱଚାକୁ ସଫା କରିବାରେ ଏବଂ ଆଣ୍ଟି-ଇମ୍ଫ୍ଲାମେଟୋରୀ ଏଜେଣ୍ଟ୍ ଭାବରେ କାମ କରିବାରେ ସାହାଯ୍ୟ କରିଥାଏ ।

ପ୍ରସ୍ତୁତ ପ୍ରଣାଳୀ – ୨ଚାମଚ ଦହିରେ ୧ ଚାମଚ ମହୁ ମିଶାଇ ଭଲ ଭାବରେ ମିଶାନ୍ତୁ । ଏହାପରେ ମୁହଁରେ ଲଗାଇ ୧୫ ମିନିଟ୍ ପରେ ଧୋଇ ଦିଅନ୍ତୁ ।

କେସର ଏବଂ କ୍ଷୀର ପ୍ୟାକ୍:

କେସର ପିଗମେଣ୍ଟେସନ୍, ବ୍ରଣ ଏବଂ ତ୍ୱଚାର ଅନ୍ୟ ସମସ୍ୟାର ଚିକିତ୍ସା କରିବାରେ ସାହାଯ୍ୟ କରିଥାଏ । କେସର କ୍ଷୀର ସହିତ ମିଶି ଆହୁରି ଲାଭ ଦାୟକ ହୋଇଥାଏ ।

ପ୍ରସ୍ତୁତ ପ୍ରଣାଳୀ – କ୍ଷୀରରେ କେସର ମିଶାଇ କିଛି ସମୟ ପର୍ଯ୍ୟନ୍ତ ରଖି ଦିଅନ୍ତୁ । କଟନ୍ ସାହାଯ୍ୟରେ ଏହାକୁ ମୁହଁରେ ଲଗାନ୍ତୁ । ଭଲଭାବରେ ଶୁଖିଗଲା ପରେ ଧୋଇ ଦିଅନ୍ତୁ ।

ଚନ୍ଦନ ଏବଂ ହଳଦୀ ପ୍ୟାକ୍:

ଚନ୍ଦନ ଡ୍ୟାମେଜ୍ ସ୍କିନକୁ ଠିକ୍ କରିବାରେ ସହାୟକ ହୋଇଥାଏ । ଏହା ହଳଦୀ ସହିତ ମିଶି ଟ୍ୟାନ୍ ହଟାଇବାରେ ସାହାଯ୍ୟ କରିଥାଏ ।

ପ୍ରସ୍ତୁତ ପ୍ରଣାଳୀ – କ୍ଷୀରରେ ଚନ୍ଦନ ପାଉଡର ଏବଂ ହଳଦୀ ମିଶାଇ ଭଲଭାବରେ ଗୋଳାନ୍ତୁ । ପରେ ଏହାକୁ ମୁହଁରେ ଲଗାନ୍ତୁ । ଶୁଖିଗଲା ପରେ ଧୋଇ ଦିଅନ୍ତୁ । ଏହାପରେ ତୁରନ୍ତ ମଇଶ୍ଚୁରାଇଜର ଲଗାନ୍ତୁ ।

ଏଲୋଭେରା ପ୍ୟାକ୍:

ଏଲୋଭେରା ଜେଲ୍ ହେଉଛି ଆଣ୍ଟି ବ୍ୟାକ୍ଟେରିଆଲ୍, ଏବଂ ଆଣ୍ଟି ଏନଫ୍ଲାମେଟୋରୀ ଏଜେଣ୍ଟ, ଯାହା ଟ୍ୟାନିଂ ଦୁର କରିବାରେ ସାହାଯ୍ୟ କରିଥାଏ ।

ପ୍ରସ୍ତୁତ ପ୍ରଣାଳୀ – ଶୋଇବା ପୂର୍ବରୁ ଏଲୋଭେରା ଜେଲକୁ ମୁହଁରେ ଲଗାଇ ରାତି ସାରା ଛାଡି ଦିଅନ୍ତୁ । ସକାଳୁ ଉଠି ମୁହଁକୁ ଧୋଇ ଦିଅନ୍ତୁ ।

   Related Posts