Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ସ୍ୱୟଂ ଈଶ୍ୱର ବାସ କରନ୍ତି ଏହି ଗଛରେ ହେଲେ ଘରେ ଥିଲେ କାହିଁକି ଅଶୁଭ କୁହାଯାଏ ? ଘରୁ କିଭଳି ହଟାଇବେ ଅଶ୍ୱସ୍ଥ ଗଛ ଜାଣନ୍ତୁ ବିଧି

24/06/2020 at 5:53 PM

ଭୁବନେଶ୍ୱର ୨୪/୦୬ : ବାସ୍ତୁଶାସ୍ତ୍ରରେ ଅନେକ ଗଛଲତା ସମ୍ପର୍କରେ କୁହାଯାଇଛି | ଏହିସବୁ ଗଛ ଘରେ ଲଗାଇଲେ ଶୁଭ ହୋଇଥାଏ | ଏମିତି କୌଣସି ଗଛ ନାହିଁ ଯାହା ଘରେ ଥିଲେ ନକାରାତ୍ମକ ଶକ୍ତି ଉତ୍ପର୍ଣ୍ଣ ହୋଇଥାଏ | ଏମାନଙ୍କ ମଧ୍ୟରୁ ଗୋଟିଏ ହେଲା ଅଶ୍ୱସ୍ଥ | ପୁରାଣରେ ଅଶ୍ୱସ୍ଥକୁ ଦିବ୍ୟ ବୃକ୍ଷ ବୋଲି କୁହାଯାଇଛି | ବୃକ୍ଷମାନଙ୍କ ମଧ୍ୟରେ ଏହା ପବିତ୍ର | ଏହି ବୃକ୍ଷର ସ୍ୱୟଂ ଈଶ୍ୱର ବାସ କରନ୍ତି ବୋଲି କୁହାଯାଏ | ସେଥିପାଇଁ ଏହି ବୃକ୍ଷକୁ ପୂଜା କରାଯାଇଥାଏ | ତଥାପି ଅଶ୍ୱସ୍ଥ ଗଛ ଘରେ ଥିଲେ ଅଶୁଭ ବୋଲି କୁହାଯାଏ |

ଅଶ୍ୱସ୍ଥ ଗଛ ଶୀତଲତା ପ୍ରଦାନ କରିଥାଏ | କିନ୍ତୁ ଯଦି ଘରେ ଏହି ଗଛ ବାହାରେ ତାହେଲେ ନିର୍ଜନତା ଉତ୍ପର୍ଣ୍ଣ ହୋଇଥାଏ | ଏହା ପଛରେ ଏକ ବୈଜ୍ଞନିକ କାରଣ ମଧ୍ୟ ରହିଛି | ଅକ୍ସିଜେନ ପ୍ରଦାନ କରୁଥିବା ଗଛମାନଙ୍କ ମଧ୍ୟରେ ଅଶ୍ୱସ୍ଥ ସବୁଠାରୁ ଆଗରେ ରହିଛି | କିନ୍ତୁ ଦିନକୁ ଦୁଇ ଘଣ୍ଟା ଏହା ସବୁଠାରୁ ଅଧିକ କାର୍ବନ ଡାଇଅକ୍ସାଇଡ ତ୍ୟାଗ କରିଥାଏ ଯାହା ମନୁଷ୍ୟ ପାଇଁ ଅତ୍ୟନ୍ତ କ୍ଷତିକାରକ | ଘରେ ଅଶ୍ୱସ୍ଥ ଗଛର ଛାଇ ପଡିଲେ ପରିବାର ସଦସ୍ୟଙ୍କ ଉନ୍ନତି ହୋଇନଥାଏ ଏବଂ ଆର୍ଥିକ ସଙ୍କଟ ମଧ୍ୟ ଦେଖା ଦେଇଥାଏ | ସେଥିପାଇଁ ପୁରାଣରେ ମଧ୍ୟ କୁହାଯାଇଛି ଯେ କେବଳ ସକାଳ ଏବଂ ମଧ୍ୟାହ୍ନ ସମୟରେ ଏହି ବୃକ୍ଷ ନିକଟକୁ ଯିବା ଉଚିତ | ଜ୍ୟୋତିଷଶାସ୍ତ୍ରରେ ମଧ୍ୟ ଘରେ ଅଶ୍ୱସ୍ଥ ଗଛ ରହିବା ଅଶୁଭ କୁହାଯାଇଛି | କେବଳ ସେତିକି ନୁହେଁ ଯଦି କାହା ଘରେ ଅଶ୍ୱସ୍ଥ ଗଛର ଛାଇ ବି ପଡେ ତାହେଲେ ସେହି ସ୍ଥାନ ନିର୍ଜନ ରହିଥାଏ | ସେଥିପାଇଁ ଘରୁ ଅଶ୍ୱସ୍ଥ ଗଛ ବାହାର କରିଦେବା ଉଚିତ ହୋଇଥାଏ |

ସାଧାରଣ ଅଶ୍ୱସ୍ଥ ଗଛ ମନକୁ ମନ ଘରେ ବାହାରିଥାଏ | ଏହାକୁ ଲୋକେ ଉପାଡି ଦିଅନ୍ତି | କିନ୍ତୁ ଏହିଭଳି କରିବା ଉଚିତ ନୁହେଁ | ଜ୍ୟୋତିଷଶାସ୍ତ୍ର ଅନୁସାରେ ପ୍ରତ୍ୟେକ କାମ କରିବାର ଏକ ନିୟମ ଏବଂ କାଏଦା ରହିଛି | ବାସ୍ତୁଶାସ୍ତ୍ରରେ ମଧ୍ୟ ଅଶ୍ୱସ୍ଥ ଗଛ ହଟାଇବାକୁ ସଠିକ ତରିକା କୁହାଯାଇଛି |

ଯଦି ବାରମ୍ବାର ଗୋଟିଏ ଜାଗାରେ ଅଶ୍ୱସ୍ଥ ଗଛ ବାହାରୁଛି ତାହେଲେ ୪୫ ଦିନ ପର୍ଯ୍ୟନ୍ତ ସେହି ଗଛକୁ ପୂଜା କରନ୍ତୁ ଏବଂ କଞ୍ଚା କ୍ଷୀର ଅର୍ପଣ କରନ୍ତୁ | ଏହାପରେ ଗଛକୁ ଓପାଡି ଅନ୍ୟ କେଉଁ ସ୍ଥାନରେ ଲଗାଇ ଦିଅନ୍ତୁ | ରବିବାର ଦିନ ଅଶ୍ୱସ୍ଥ ଗଛକୁ ପୂଜା କରି ମଧ୍ୟ କଟାଇପାରିବେ | ପୂଜା ନ କରି ଅଶ୍ୱସ୍ଥ ଗଛ କେବେ ହେଲେ କାଟିବେ ନାହିଁ | ଏହାଦ୍ୱାରା ଅପଙ୍କା ପିତୃ କଷ୍ଟ ପାଇଥାନ୍ତି | ଯଦି ଗଛ ଛୋଟ ହୋଇଥିବ ତାହେଲେ କୁଣ୍ଡରେ ଲଗାଇ କୌଣସି ମନ୍ଦିରରେ ରଖିଦେବେ |

ଯଦି ଆପଣଙ୍କ ଘରେ ଅଶ୍ୱସ୍ଥ ଗଛ ଅଛି କିମ୍ବା ଘରେ ଏହାର ଛାଇ ପଡୁଛି ତାହେଲେ ଏଥିପାଇଁ ଏକ ଖାସ ବ୍ରତ କରି ତାକୁ ହଟାଇ ପାରିବେ | କାରଣ ଏହି ବୃକ୍ଷରେ ଭଗବାନ ବ୍ରହ୍ମା, ବିଷ୍ଣୁ ଓ ମହେଶ୍ୱର ବାସ କରନ୍ତି | ସେଥିପାଇଁ ବିନା ପୂଜା ଓ ବ୍ରତ କରି ଗଛ ହଟାଇବେ ନାହିଁ | ନଚେତ ତାର ଖରାପ ପରିଣାମ ଭୋଗିବାକୁ ପଡିପାରେ |

(ବି.ଦ୍ର: ଉପରେ ଲିଖିତ ସମସ୍ତ ସୂଚନା ସାମାନ୍ୟ ବିଶ୍ୱାସ ଉପରେ ଆଧାରିତ | ପାଳନ କରିବା ପୂର୍ବରୁ ବିଶେଷଜ୍ଞଙ୍କୁ ପରାମର୍ଶ କରନ୍ତୁ |)

   Related Posts