ଆଖି ଡେଇଁବା ମଧ୍ୟ ଦେଇଥାଏ କୈାଣସି ସଙ୍କେତ : ଜାଣନ୍ତୁ
29/06/2019 at 10:46 AM

ଆମେ ଅନେକ ଥର ଦେଖିଛୁ ଅଧିକାଂଶ ଲୋକଙ୍କ ଆଖି ଡେଇଁଥାଏ। ଏପରି ହେଲେ କିଛି ଖରାପ କିମ୍ବା ଭଲ ହେବାର ସଙ୍କେତ ହୋଇଥାଏ। କିନ୍ତୁ ଏପରି କିଛି ହୋଇନଥାଏ। ଅନେକ ଥର ବେଶୀ ଷ୍ଟେସ୍ ନେବା ଦ୍ବାରା ଆଖି ଡେଇଁଥାଏ,ଯାହା ଏକ ସାଧାରଣ କଥା। ଅନେକ ଥର ଆଖିର ମାଂସପେଶୀ ଦୁର୍ବଳ ହେବା ଯୋଗୁଁ ଆଖି ଡେଇଁଥାଏ। ଯଦି ଆପଣଙ୍କର ମଧ୍ୟ ଆଖି ବାରମ୍ବାର ଡେଉଁଛି ତେବେ ଏହି ଉପାୟ ଗୁଡ଼ିକ ଆପଣଙ୍କୁ ବହୁତ ସାହାଯ୍ୟ କରିବ।
- ଆଖି ପତାକୁ ୩୦ସେକେଣ୍ଡ ଯାଏଁ ମିଟ ମିଟ କରନ୍ତୁ।
- ଆପଣଙ୍କ ଆଖିକୁ ଅଧା ଖୋଲା ଅବସ୍ଥାରେ ଆଣନ୍ତୁ।
- ନିଜର ମଝି ଆଙ୍ଗୁଳି ସହାୟତାରେ ତଳ ପତାର ଗୋଲେଇରେ ମସାଜ କରନ୍ତୁ। ଯେଉଁ ଆଖି ଡେଉଁଥିବ ସେହ ଆଖିପତାକୁ ୩୦ସେକେଣ୍ଡ ଯାଏଁ ମସାଜ କରନ୍ତୁ।
- ଯେତେ ସମ୍ଭବ ସେତେ ଜୋରରେ ଆଖି ବନ୍ଦ କରି ଦିଅନ୍ତୁ। ତା’ପରେ ଆଖିକୁ ଖୋଲା କରି ଯଥାସମ୍ଭବ ବିସ୍ତାର କରନ୍ତୁ। ଏହା ସେତେ ସମୟ ଯାଏଁ କରନ୍ତୁ ଯେପର୍ଯ୍ୟନ୍ତ ଆଖିରୁ ଲୁହ ନବୋହିଛି।
- ଆକ୍ୟୁପ୍ରେସର ରୋଗର ନିଦାନର ଏପରି ଏକ ବିଧି ରହିଛି ଯାହା ଜରିଆରେ ଶରୀରର ବିଭିନ୍ନ ଅଙ୍ଗର ମହତ୍ତ୍ବପୂର୍ଣ୍ଣ ବିନ୍ଦୁ ଉପରେ ଚାପ ପ୍ରୟୋଗ କରାଯାଇଥାଏ।
- ଆଖି ଡେଇଁବା ଆପଣଙ୍କ ପାଇଁ ଏକ ସମସ୍ୟା ଭାବେ ପରିଣତ ହୋଇଛି। ଏଥିପାଇଁ ହାଇଡ୍ରୋଥେରାପି ପ୍ରକ୍ରିୟା ଅବଲମ୍ବନ କରନ୍ତୁ। ଏଥିପାଇଁ ବନ୍ଦ ଥିବା ବଖିରେ ପାଳି କରି ନଖ ଉଷୁମ୍ ପାଣି ଏବଂ ଥଣ୍ଡା ପାଣିର ଛିଟା ମାରନ୍ତୁ।
Related Posts
ସାବଧାନ ! ଦିନକୁ ଅଳ୍ପ ମାତ୍ରାରେ ଆଲକହଲ୍ ବି ବଢାଇଥାଏ ହୃଦ୍ ଜନିତ ସମସ୍ୟା
14 January 2021