ଆଖିରୁ ଚିହ୍ନନ୍ତୁ ଆପଣଙ୍କ ଆଖପାଖରେ ଥିବା ବ୍ୟକ୍ତିଙ୍କ ବ୍ୟକ୍ତିତ୍ବ : ଆପଣଙ୍କୁ ନେଇ କ’ଣ ଭାବନ୍ତି ସେମାନେ
21/04/2020 at 6:42 PM

ଆଖି ଜୀବନର ଆଇନା ହୋଇଥାଏ। ଆଖି ନଥିଲେ ଜୀବନରେ କୌଣସି ରଙ୍ଗ ନଥାଏ ଏବଂ ପ୍ରକୃତିର ସୁନ୍ଦର ଦୃଶ୍ୟକୁ ଦେଖି ହୁଏ ନାହିଁ। ଆଖିରୁ ଯେକୌଣସି ବ୍ୟକ୍ତିର ବ୍ୟକ୍ତିତ୍ବ ଜଣା ପଡ଼ିଥାଏ। ପ୍ରେମ,ଘୃଣା,ମମତା,କ୍ରୋଧ,ବାତ୍ସଲ୍ୟ,କରୁଣା,ଦୟା ଆଦି କଥାର ସୂଚନା ଆଖି ଦେଖିଲେ ଜଣା ପଡ଼ିଯାଇଥାଏ। ପ୍ରେମ କରୁଥିଲେ ଆଖିରେ ଏକ ଭିନ୍ନ ଚମକ ଥାଏ।
ଯେଉଁ ବ୍ୟକ୍ତିଙ୍କ ଆଖି ଚନ୍ଦ୍ରମା ସମାନ ଗୋଲ,ଶରୀରର ରଙ୍ଗ ଗୋରା,ଆଖି ଅଳ୍ପ ବଡ଼ ଏବଂ ଓଠ ଲାଲ ହୋଇଥାଏ ସେମାନେ ନିଜ ଜୀବନରେ ସବୁ ପ୍ରକାର ସୁଖ ଭୋଗ କରିଥାନ୍ତି। ଯେଉଁ ସ୍ତ୍ରୀର ରଙ୍ଗ ସୁନା ଭଳି ହୋଇଥାଏ ଏବଂ ହାତର ରଙ୍ଗ ପଦ୍ମ ଭଳି ଗୋଲାପି ହୋଇଥାଏ ସେମାନେ ପତିବ୍ରତା ହୋଇଥାନ୍ତି।
ଯେଉଁ ବ୍ୟକ୍ତିଙ୍କ ଆଖି ଗଭୀର ହୋଇଥାଏ ଏବଂ ପିତୁଳା କଳା ହୋଇଥାଏ ତେବେ ଏପରି ଆଖି ଶୁଭ ହୋଇଥାଏ। ନୀଳ ଆଖି ଥିବା ବ୍ୟକ୍ତି ଚାଲାକ୍ ହୋଇଥାନ୍ତି ସେମାନଙ୍କ ସହ କଥା ହେବା ଆଗରୁ ବିଚାର କରିବା ଉଚିତ୍। ମୀନାକ୍ଷୀ ହୋଇଥିଲେ ଚଞ୍ଚଳ ସ୍ବଭାବର ହୋଇଥାନ୍ତି। ମହୁ ଭଳି ଆଖି ହୋଇଥିଲେ ଏହି ବ୍ୟକ୍ତିଙ୍କଠୁ ସାବଧାନ ରହିବା ଉଚିତ୍। ବଡ଼ ଆଖି ଥିବା ବ୍ୟକ୍ତି ଉତ୍ତମ ସ୍ବଭାବର ହୋଇଥାନ୍ତି। ସେମାନେ ଆବଶ୍ୟକ ସମୟରେ ସାହାଯ୍ୟ କରିଥାନ୍ତି। ଛୋଟ ଆଖିପତା ଥିବା ବ୍ୟକ୍ତିଙ୍କ ଜୀବନ ସଂଘର୍ଷମୟ ହୋଇଥାଏ। ବାରମ୍ବାର ଆଖି ଝପକାଉଥିବା ବ୍ୟକ୍ତି ନିଜକୁ ଚତୁର ବୋଲି କହିଥାନ୍ତି। ବିଳମ୍ବରେ ଆଖି ଝପକାଉଥିବା ବ୍ୟକ୍ତି ଧନୀ ଏବଂ ଶାନ୍ତ ସ୍ବଭାବର ହୋଇଥାନ୍ତି। ଭିତର ଆଡ଼କୁ ଧସିଯାଇଥିବା ବ୍ୟକ୍ତି ରହସ୍ୟମୟ ହୋଇଥାନ୍ତି। ନିଶାମୟ ଦେଖାଯାଉଥିବା ବ୍ୟକ୍ତି ଅତ୍ୟନ୍ତ ଚାଲାକ୍ ହୋଇଥାନ୍ତି।