‘କୌନ ବନେଗା କୋରଡ଼ପତି’ ‘ସୋ’ ପାଇଁ କିପରି ପ୍ରସ୍ତୁତ କରାଯାଏ ପ୍ରଶ୍ନ ଜାଣନ୍ତୁ

Published By : Prameya-News7 Bureau | August 22, 2019 IST

ନୂଆଦିଲ୍ଲୀ୨୨|୮: ଲୋକପ୍ରିୟ ‘ସୋ’ କୌନ ବନେଗା କରୋଡ଼ପତି (କେବିସି) ୧୧ତମ ସିଜନ୍‌ ଆରମ୍ଭ ହୋଇସାରିଛି।ଏଥର ‘ସୋ’ ରେ ହାଇଟେକ ଟେକ୍ନୋଲୋଜି ସହ ପ୍ରଶ୍ନ ଫର୍ମାଟରେ କିଛିମାତ୍ରାରେ ପରିବର୍ତ୍ତନ କରାଯାଇଛି କିନ୍ତୁ ‘ସୋ’ ର ଉପସ୍ଥାପକ ଅମିତାଭ ବଚ୍ଚନ ଓ ତାଙ୍କ ପ୍ରଶ୍ନ ପଚାରିବାର ଶୈଳୀ ପରିର୍ତ୍ତନ ହୋଇ ନାହିଁ। ଅମିତାଭଙ୍କ ପ୍ରଶ୍ନ ପଚାରିବାର ଶୈଳୀ ସମସ୍ତଙ୍କୁ ଆକର୍ଷିତ କରିଥାଏ।ଆପଣ ବି ଏହି ସୋ ନିଶ୍ଚିତ ଦେଖୁଥିବେ। ‘ସୋ’ରେ ପଚରା ଯାଉଥିବା ପ୍ରଶ୍ନ କିପରି ପ୍ରସ୍ତୁତ କରାଯାଏ ଆପଣ ଜାଣି ନଥିବେ। ଆସନ୍ତୁ ଜାଣିବା…

 ‘ସୋ’ ର ହଟ୍ ସିଟ୍‌ରେ ବସୁଥିବା ପ୍ରତିଯୋଗୀଙ୍କ ପାଇଁ ଭିନ୍ନ ଭିନ୍ନ ପ୍ରଶ୍ନ ପ୍ରସ୍ତୁତ କରାଯାଇଥାଏ।‘ପର୍ଯ୍ୟାୟ ଆଧାରରେ ପ୍ରଶ୍ନ ମଧ୍ୟ ପ୍ରଶ୍ନ ପ୍ରସ୍ତୁତ କରାଯାଇଥାଏ।ଯେତେ ଉପର ପର୍ଯ୍ୟାୟକୁ ପ୍ରତିଯୋଗୀତା ବଢ଼ିଥାଏ ପ୍ରତିଯୋଗୀଙ୍କୁ ପାଇଁ ପ୍ରଶ୍ନ ସେତିକି ଅଧିକ ଜଟିଳ ପ୍ରଶ୍ନ ତିଆରି କରାଯାଇଥାଏ । ତେବେ ପ୍ରତିଯୋଗୀଙ୍କୁ ହରାଇବା ଲକ୍ଷ୍ୟ ନେଇ ବା ପ୍ରତିଯୋଗୀ ଉତ୍ତର ଦେଇପାରିବେ କି ନାହିଁ ତାକୁ ମନରେ ରଖି ପ୍ରଶ୍ନ ତିଆରି କରାଯାଏ ନାହିଁ । ବରଂ ସୋ’ର ଲୋକ ପ୍ରିୟତା ବଜାୟ ରଖିବା ଲାଗି ଦର୍ଶକ ଯେଉଁ ପ୍ରଶ୍ନ ସହ ନିଜକୁ ସାମିଲ କରିପାରିବେ ସେଭଳି ପ୍ରଶ୍ନ ତିଆରି କରାଯାଇଥାଏ । କୌଣସି ପ୍ରତିଯୋଗୀଙ୍କୁ ହରାଇବା ଏହି ସୋ’ ଲକ୍ଷ୍ୟ ନୁହେଁ, ବରଂ ପ୍ରତିଯୋଗୀ ଭଲ ଉତ୍ତର ଦେଇପାରିଲେ ସୋ’ ସଫଳ ହେଲା ବୋଲି ବିବେଚନା କରାଯାଇଥାଏ । ଅନେକ ସମୟରେ ଆପଣ ଲକ୍ଷ୍ୟ କରିଥିବେ ଉପସ୍ଥାପକ ଅମିତାଭ ବଚ୍ଚନ ଅନେକ ସମୟରେ ପ୍ରତିଯୋଗୀଙ୍କୁ ହିଣ୍ଟ୍ସ ଦେଇ ସହାୟତା କରିଥାନ୍ତି । ’

କେବିସିର କର୍ମକର୍ତ୍ତା ସୁଜାତା ସଂଘମିତ୍ରା ୨୦୧୦ ମସିହାରୁ ଏହି ​‘ସୋ’ ରେ କାମ  କରୁଛନ୍ତି।‘ସୋ’  ର ପ୍ରଶ୍ନକୁ ନେଇ ସଂଘମିତ୍ରା କହିଛନ୍ତି, ସାଧାରଣତଃ  କରେଣ୍ଟ ଆଫେୟାର୍ସରୁ ଅଧିକ ପ୍ରଶ୍ନ ପ୍ରସ୍ତୁତ କରାଯାଇଥାଏ।ଏଥିସହ ଦେଶବିଦେଶରେ ଘଟୁଥିବା ଘଟଣା ସଂପର୍କରେ ମଧ୍ୟ ପ୍ରଶ୍ନ ପଚରା ଯାଇଥାଏ।ବିଜ୍ଞାନ, ଖେଳ, ପୌରାଣିକ କଥାବସ୍ତୁ, ଦୈନନ୍ଦିନ ଜୀବନ, ଲୋକକଥା, ଗୁରୁତ୍ବପୂର୍ଣ୍ଣ ସ୍ଥାନକୁ ନେଇ ମଧ୍ୟ ପ୍ରତ୍ୟେକ ପ୍ରତିଯୋଗୀଙ୍କ ଲାଗି ପ୍ରଶ୍ନ ପ୍ରସ୍ତୁତ କରାଯାଇଥାଏ । ପ୍ରଶ୍ନ ପ୍ରସ୍ତୁତ କଲାବେଳେ ଗୁଗୁଲ ଅପେକ୍ଷା ବିଶେଷଜ୍ଞଙ୍କ ସହାୟତା ନିଆଯାଇଥାଏ । ପ୍ରସ୍ତୁତ ହୋଇଥିବା ପ୍ରତ୍ୟେକ ପ୍ରଶ୍ନକୁ ବାରମ୍ବାର ଯାଞ୍ଚ କରାଯାଇଥାଏ । କ୍ବାଲିଫାଇଙ୍ଗ ରାଉଣ୍ଡରେ ପ୍ରତିଯୋଗୀଙ୍କ ନିଜ ସଂପର୍କରେ ଓ ଅନ୍ୟ କ୍ଷେତ୍ର ଉପରେ ପ୍ରଶ୍ନ ପଚରା ଯାଇଥାଏ।

‘ସୋ’ ର ଉପସ୍ଥାପକ ଅମିତାଭ ବଚ୍ଚନଙ୍କ ସୁଟିଂ କୁ ନେଇ ସଂଘମିତ୍ରା କହିଛନ୍ତି, ବହୁ ଲମ୍ବା ସମୟ ଧରି ସେ ରିହରସାଲ କରିଥାନ୍ତି।ସୁଟିଂ ସେଟରେ ଅମିତାଭ ବଚ୍ଚନ ବହୁତ ମଜାମସ୍ତି କରନ୍ତି।ତେଣୁ ତାଙ୍କ ସହ କାମ କଲେ ଖୁସି ଲାଗେ ବୋଲି ସଂଘମିତ୍ରା କହିଛନ୍ତି। ଏହି ସୋ ମାଧ୍ୟମରେ ବହୁ ପ୍ରତିଯୋଗୀଙ୍କ ଭାଗ୍ୟ ପରିବର୍ତ୍ତନ ହୋଇଯାଇଛି।​‌ଏହି ‘ସୋ’ ଘରେ ଘରେ ବେଶ ଲୋକପ୍ରିୟ ହୋଇପାରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.