Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବୈଠକ ପରେ ବୈଠକ କିନ୍ତୁ ଫଳ ଶୂନ ! ୧୯’ରେ ପୁଣି ଚାଷୀ-ସରକାର ଆଲୋଚନା
  • ||
  • ବରଗଡ଼: ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା-ଗହଣା ଲୁଟ, ୩ ଲୁଟେରା ଗିରଫ
  • ||
  • ବ୍ରିସବେନ୍ ଟେଷ୍ଟ୍ : ପ୍ରଥମ ଦିନରେ ଲାବୁସେନଙ୍କ ଶତକ, କଙ୍ଗାରୁ ଟିମ୍ ୨୭୪/୫
  • ||
  • ଭୁବନେଶ୍ବର: ଗୁରୁତର-ଗର୍ଭବତୀ-ହସ୍ପିଟାଲରେ ଆଡମିଟ୍‌ ବ୍ୟକ୍ତିଙ୍କୁ ଦିଆଯିବ ନାହିଁ ଟିକା, ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ
  • ||
  • ଶ୍ରମିକମାନଙ୍କ ସହ ମିଶି ମାଟି ଖୋଳିଲେ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ଦୁଇ ଜଣ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୮୯୮ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ଚିଲିକାରେ ଆରମ୍ଭ ହୋଇଛି ଫ୍ଲୋରା ଫୋନା ସର୍ଭେ
  • ||
  • ଯାଜପୁର ଶିଶୁ ନିଖୋଜ ଘଟଣା: ନିଖୋଜ ପିହୁ ପରିବାରକୁ ଭେଟିଲେ ଏସ୍‌ପି ରାହୁଲ ପି.ଆର
  • ||
  • ନକଲି ସାମଗ୍ରୀର ପେଣ୍ଠସ୍ଥଳୀ ପାଲଟିଛି କଟକ, ପୁଣି ଅପମିଶ୍ରିତ ଗୁଣ୍ଡି ଜବତ
  • ||
  • ଗଞ୍ଜାମ: ଅଜଣା ଜନ୍ତୁ ଆତଙ୍କ, ଭୟଭୀତ ଅବସ୍ଥାରେ ସ୍ଥାନୀୟ ଲୋକେ
  • ||

ଏହି କେତୋଟି ଲକ୍ଷଣ ଓ ସଂକେତରୁ ଆପଣ ବି ଜାଣିପାରିବେ କେବେ ବର୍ଷା ହେବ…ପାଣିପାଗ ବିଜ୍ଞାନୀ ବି ପଡିଯିବେ ପଛରେ…

22/11/2019 at 4:25 PM

କେବେ ବର୍ଷା ହେବ ବା ବାତ୍ୟା ଆସିବ ତାକୁ ନେଇ ପାଣିପାଗ ବିଜ୍ଞାନୀମାନେ ଆଜି କାଲି ବିଭିନ୍ନ ଅଧୁନିକ ଜ୍ଞାନକୌଶଳ ପ୍ରୟୋଗରେ ପୂର୍ବାନୁମାନ କରୁଛନ୍ତି । ତେବେ ପୂର୍ବ କାଳରେ ଏଭଳି ଆଧୁନିକ ଜ୍ଞାନ କୌଶଳ ନଥିଲେ ମଧ୍ୟ ପାରିପାର୍ଶ୍ବିକ ଲକ୍ଷଣକୁ ବିଚାର କରି ଲୋକେ ବର୍ଷାର ପୂର୍ବାନୁମାନ କରୁଥିଲେ ।

ପାଣିପାଗ ପୂର୍ବାନୁମାନ ମିଳୁନଥିବା ସ୍ଥାନରେ ଏବେ ମଧ୍ୟ ପାରିପାର୍ଶ୍ବିକ ପରିସ୍ଥିତିକୁ ବିଚାର କରି ବର୍ଷାର ପୂର୍ବାନୁମାନ କରାଯାଇପାରେ । ସେହି ଭଳି ଜ୍ୟୋତିଷ ଶାସ୍ତ୍ରର ଅଧ୍ୟୟନ ଓ ପ୍ରୟୋଗ ଦ୍ବାରା ମଧ୍ୟ ପୂର୍ବାନୁମାନ କରାଯାଇପାରିବ ।

ବିଶିଷ୍ଠ ଜ୍ୟୋତିର୍ବିଦ ପଣ୍ଡିତ ବାଇକୋଳି ମହାପାତ୍ରଙ୍କ ଜ୍ୟୋତିଃସାର ରତ୍ନାବଳି ଅନୁସାରେ ନିମ୍ନୋକ୍ତ ପାରିପାର୍ଶ୍ବିକ ସ୍ଥିତି ଓ ସଂକେତ ଆଧାରରେ ବର୍ଷାର ପୂର୍ବାନୁମାନ କରାଯାଇ ପାରିବ । ସେହିଭଳି ବୃହସ୍ପତିଙ୍କ ଗୋଚର ଏବଂ ସ୍ଥିତିକୁ ବିଚାର କରି ମାସିକ ବୃଷ୍ଟିର ଆକଳନ କରିହେବ ।

-କୌଣସିପ୍ରକାରେ ଆଘାତ ପ୍ରାପ୍ତ ନହୋଇ ଯଦି ପିମ୍ପୁଡି ଡିମ୍ବଗୁଡିକ ଏଣେ ତେଣେ ଦେଖାଦିଅନ୍ତି ତାହେଲେ  ବୃଷ୍ଟି ସମ୍ଭାବନା ରହିଛି ।

-ସର୍ପ ମୈଥୁନ, ବୃକ୍ଷରେ ସର୍ପାରୋହଣ, ଗୋରୁମାନେ ଆକାଶକୁ ଚାହିଁ ଭୟରେ ତର ତର ହୋଇ ଚାଲିଯିବା ମଧ୍ୟ ବୃଷ୍ଟିର ଲକ୍ଷଣ

-ଏଣ୍ଡୁଅ ଘଛର ଉର୍ଦ୍‌ବକୁ ଚଢିଯାଇ ଆଖକାଶକୁ ଚାହିଁ ରହିଲେ ଓ ଗୋରୁମାନେ ଆକାଶକୁ ଚାହିଁ ରହିଲେ ମଧ୍ୟ ବର୍ଷା ହେବ ବୋଲି ଜାଣିବେ

-କୁକୁରମାନେ ଘରର ଛାତତଳକୁ ଆସି ଆକାଶକୁ ଚାହିଁ ଭୁକିଲେ ଜଣିବେ ବର୍ଷା ଆସୁଛି ।

-ଦିନ ସମୟରେ ଯଦି ଐଷାନ୍ୟ କୋଣରେ ବିଜୁଳି ଚମକେ ତାହେଲେ ମଧ୍ୟ ତୁରନ୍ତ ବର୍ଷା ହୋଇପାରେ

-ସ୍ବଭାବିକ ଭାବେ ଶିତଳ ସ୍ଥାନରେ ରହିଥିବା ବେଙ୍ଗ, ସାପ, ବିଲୁଆ, ଚାତକ ଗ୍ରୀଷ୍ମତାପ ହେତୁ ଶବ୍ଦ କଲେ ବର୍ଷା ଅନିବାର୍ଯ୍ୟ ବୋଲି ଧରିବାକୁ ହେବ

-ସୂର୍ଯ୍ୟମଣ୍ଡଳରେ ମୟୂରକଂଠ ବର୍ଣ୍ଣ ଦେଖାଗଲେ ତିନିଦିନ ମଧ୍ୟରେ ବର୍ଷା ହୁଏ ବୋଲି ଆକଳନ କରାଯାଇପାରେ ।

-ପର୍ବତଗୁଡିକ ଖୁବ୍‌ କଳା ଦେଖାଗଲେ, ଗୁହା ଗୁଡିକ ବାସ୍ଫ ପୂର୍ଣ୍ଣ ହେଲେ, ଚନ୍ଦ୍ରଙ୍କ ଚାରିପାଖରେ କଳା ବାୀଳମଣ୍ଡଳ ଦେଖାଗଲେ ବର୍ଷା ସୁନିଶ୍ଚିତ ହୋଇଥାଏ

-ବିରାଡିମାନେ ନଖରେ ଭୂମିକୁ ରାମ୍ପିଲେ, ଲୌହାଦିର କଳଂକରୁ ବାସ୍ନା ବାହାରିଲେ, ପିଲାମାନେ ଦାଣ୍ଡରେ ବାଲିବନ୍ଧ ପକାଇଲେ ତାହା ବୃଷ୍ଟିର ପୂର୍ବାଭାସ ବୋଲି ଜାଣିବେ ।

-ସୂର୍ଯ୍ୟଙ୍କ ଉଦୟ ବା ଅସ୍ତକାଳରେ ଇନ୍ଦ୍ରଧନୁ, ମେଘରେଖା, ପ୍ରତିସୂର୍ଯ୍ୟ, ବିଜିଳି ଚମକିବା, ସୂର୍ଯ୍ୟ ଓ ଚନ୍ଦ୍ରମଣ୍ଡଳ ଦେଖାୟିବା ବୃଷ୍ଟିର ଲକ୍ଷଣ

-ପଣ୍ଡିତ ବାଇକୋଳିଙ୍କ ଗଣନା ଅନୁସାରେ ମେଷ ରାଶିରେ ବୃହସ୍ପତି ଗୋଚର କରିଲେ ସୁବୃଷ୍ଟି ହୁଏ ।ଏଭଳି ସ୍ଥିତିରୁ ଉତ୍ପନ୍ନ ମେଘକୁ ଜଳେନ୍ଦ୍ରକ ମେଘ କୁହାଯାଏ ।

-ବୃହସ୍ପତି ବୃଷ ରାଶିକୁ ଚଳନ କଲେ ମେଘର ନାମ ନନ୍ଦଶାଳୀ ହୋଇଥାଏ । ଜ୍ୟେଷ୍ଠ ଓ ଶ୍ରାବଣ ମାସରେ ଅଧିକ ବୃଷ୍ଟି ହୋଇଥାଏ

-ମିଥୁନ ରାଶିରେ ବୃହସ୍ପତି ଅବସ୍ଥାନ କଲେ ମେଘର ନାମ କର୍କୋଟକ ହୁଏ । ଏଭଳି ସ୍ଥିତି ହୋଇଥିଲେ ଖଣ୍ଡବୃଷ୍ଟି ହୁଏ ।

-କର୍କଟ ରାଶିରେ ବୃହସ୍ପତି ଅବସ୍ଥାନ କଲେ ମେଘର ନାମ-କମ୍ବଳ ହୁଏ । ପୂର୍ବ ଓ ଦକ୍ଷିଣ ଦିଗରୁ ବର୍ଷା ହୁଏ ।

-ସିଂହ ରାଶିରେ ବୃହ୍ସପତି ଗୋଚର କରୁଥିବାବେଳେ ମେଘର ନାମକ ବାସୁକୀ ହୋଇଥାଏ । ପୃଥିବୀ ଜଳପୂର୍ଣ୍ଣା ହୁଏ ବୋଲି ଶାସ୍ତ୍ରରେ ମତ ରହିଛି ।

ବହସ୍ପତି କନ୍ୟା ରାଶିରେ ଗୋଚର କରୁଥିବାବେଳେ ମେଘର ନାମ- ତମସ୍ତମ ହୋଇଥାଏ । ସ୍ବଳ୍ପବୃଷ୍ଟି ହୁଏ

-ବହସ୍ଫତି ତୁଳା ରାଶିରେ ଥିଲେ ମେଘର ନାମ ତକ୍ଷକ ହୁଏ । ଏହିବର୍ଷ ବିଶେଷ ବୃଷ୍ଟି ହୁଏ

-ବୃଶ୍ଚିକ ରାଶିରେ ବୃହସ୍ପତି ଙ୍କ ଅବସ୍ଥାନ ହେଲେ ମେଘର ନାମ ସୋମ ହୋଇଥାଏ ।ଏହି ସ୍ଥିତିରେ ମଧ୍ୟ ଖଣ୍ଡ ବୃଷ୍ଟି ହୋଇଥାଏ ।

-ଧନୁରାଶିରେ ବୃହସ୍ପତି ଥିଲେ ମେଘର ନାମ ହୈମାଳି ହୁଏ । ଏହି ସ୍ଥିତିର ବର୍ଷା ଶୁଭଙ୍କର ଓ ଶୁଭ ଫଳ ପ୍ରଦାୟନୀ ହୋଇଥାଏ ।

-ବୃହସ୍ପତି ମକର ରାଶିରେ ଗୋଚର କରୁଥିଲେ ମେଘର ନାମ ଜଳେନ୍ଦ୍ର ହୋଇଥାଏ । ଦେଶର ଉତ୍ତର ପଶ୍ଚିମାଞ୍ଚଳରେ ଖଣ୍ଡବୃଷ୍ଟି ହୋଇଥାଏ ।

-ବୃହସ୍ପତି କୁମ୍ଭ ରାଶିରେ ଅବସ୍ଥାନ କଲେ ମେଘର ନାମ ବଜ୍ରଦଂଷ୍ଟ୍ର ହୁଏ । ମାଘମାସରେ ଏହି ସ୍ଥିତି ଉପୁଜିଥାଏ । ତେଣୁ ଏହି ମାସରେ ଯେତେି ଆବଶ୍ୟକ ସେତିକି ହିଁ ବୃଷ୍ଟି ହୋଇଥାଏ ।

–ମୀନ ରାଶିରେ ବୃହସ୍ପତିଙ୍କ ଚଳନ ଯୋଗୁଁ ମେଘର ନାମ ସମ୍ଭବ ହୋଇଥାଏ । ଏହି ସ୍ଥିତିରେ ଖଣ୍ଡବୃଷ୍ଟି ହୋଇଥାଏ ।

   Related Posts