Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଗୁରୁବାର ସୁସ୍ଥହେଲେ ରେକର୍ଡ ୮୪୭୧ଜଣ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୨୨୪୯ ଡିସଚାର୍ଜ
  • ||
  • ଚାଲିଗଲେ ଆଉ ଜଣେ କଳାକାର, ଅଭିନେତା ପ୍ରିୟ ସୁନ୍ଦର ମିଶ୍ରଙ୍କ ପରଲୋକ
  • ||
  • କୁକୁଡାକୁ ଖାଇଗଲେ ବୁଲା କୁକୁର, ରାଗି ଯାଇ ଗୁଳି କରିଦେଲା ମାଲିକ : ଥାନାରେ ମାମଲା
  • ||
  • ଗୋଆରେ ଏନସିପି-ଶିବସେନାର ହାତ ଛାଡିଦେଲା କଂଗ୍ରେସ, କହିଲା-‘ଆମର ଏକାକି ଜିତିବା କ୍ଷମତା ଅଛି’
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୩ ଲକ୍ଷ ୧୭ ହଜାରରୁ ଅଧିକ କରୋନା ପଜିଟିଭ୍, ୪୯୧ ମୃତ
  • ||
  • ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୦୧କୁ ବୃଦ୍ଧି
  • ||
  • ରାଜ୍ୟରେ ପୁଣି ୧୦ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୩୬୮ କୋଭିଡ୍ ପଜିଟିଭ୍, ୧୧୭୭୪୬୨ରେ ପହଞ୍ଚିଲା ସଂଖ୍ୟା
  • ||
  • କ୍ୟାପ୍ଟେନ୍ ନୁହେଁ କିନ୍ତୁ ଜୋଶ୍ ଏବେବି ଅଛି : ଦକ୍ଷିଣ ଆଫ୍ରିକା ଅଧିନାୟକଙ୍କ ସହ ମୁହାଁମୁହିଁ ହେଲେ କୋହଲି
  • ||
  • ପ୍ରଚାର ବେଳେ ବିଜେପି ପ୍ରାର୍ଥୀ ହଟହଟା, ତଡିଦେଲେ ଗାଁ ଲୋକେ
  • ||
  • ଚୌଦ୍ୱାର ସୁନା ବ୍ୟବସାୟୀଙ୍କୁ ଗୁଳିମାଡ ଓ ଲୁଟ୍ ଘଟଣା : ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଲେ ଡିସିପି
  • ||

ମୋଦୀଙ୍କ ଅପିଲକୁ କିପରି କରିବେ ପାଳନ ? କେଉଁ ବିଦ୍ୟୁତ ସରଞ୍ଜାମ ରହିବ ବନ୍ଦ ? ପରାମର୍ଶ ଦେଲା ଶକ୍ତି ବିଭାଗ

5/04/2020 at 5:03 PM

ଭୁବନେଶ୍ୱର, ୦୫|୦୪:   ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ରାତି ୯ଟାରେ ୯ ମିନିଟ ପାଇଁ ଲାଇଟ୍ ବନ୍ଦ କରିବାକୁ ଦେଶବାସୀଙ୍କୁ ଅପିଲ କରିଛନ୍ତି । ତେବେ ଗ୍ରୀଡ୍ ସିଷ୍ଟମର ସ୍ଥିରତାକୁ ବଜାୟ ରଖିବା ପାଇଁ ଶକ୍ତି ବିଭାଗ ପରାମର୍ଶ ଦେଇଛି ।

ଗ୍ରୀଡ୍ ସିଷ୍ଟମର ସ୍ଥିରତାକୁ ବଜାୟ ରଖିବା ପାଇଁ ଶକ୍ତି ବିଭାଗ ପରାମର୍ଶ ଦେଇଛି । ବିଭାଗ ରାଜ୍ୟବାସୀଙ୍କୁ ପରାମର୍ଶ ଦେଇଛି ଯେ, ଫ୍ୟାନ, ଏସି, ଟିଭି, ଫ୍ରିଜ, କମ୍ପ୍ୟୁଟର ଆଦି ସରଞ୍ଜାମକୁ ବନ୍ଦ କରିବା ଆବଶ୍ୟକ ନାହିଁ । ସମସ୍ତ ଲାଇଟକୁ ବନ୍ଦ କରିବା ଆବଶ୍ୟକ ନାହିଁ । ପୋଲିସ ଷ୍ଟେସନ, ମେଡିକାଲ, ଷ୍ଟ୍ରିଟଲାଇଟ ବନ୍ଦ ହେବ ନାହିଁ । ଏହାସହ ଘରର ମେନ୍ ସୁଇଚ୍ ଅନ ରଖିବାକୁ ବିଭାଗ କହିଛି ।

ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ସମ୍ବୋଧନ କରି ରବିବାର ରାତି ୯ଟାରେ ୯ ମିନିଟ ଯାଏଁ ଘରର ଲାଇଟ ବନ୍ଦ କରିବାକୁ କହିଥିଲେ । ଏହି ସମୟରେ ଦୀପ, ମୋବାଇଲ ଲାଇଟରେ ଆଲୋକ ଜଳାଇବାକୁ ଦେଶବାସୀଙ୍କୁ ଅପିଲ କରିଥିଲେ । ଏହାକୁ ନେଇ ଅନେକ ଆଶଙ୍କାରେ ରହିଛନ୍ତି । ଏହି ସମୟରେ ବିଦ୍ୟୁତ କାଟ ହେବ, ଘରର ଅନ୍ୟ ଇଲେକ୍ଟ୍ରୋନିକ ସାମଗ୍ରୀ ବନ୍ଦ ହେବ କି ନାହିଁ ତାହାକୁ ନେଇ ଜନତା ଦ୍ୱିଧାରେ ରହିଥିଲେ । ଏହା ଉପରୁ ପରଦା ହଟାଇଛି ଶକ୍ତି ମନ୍ତ୍ରାଳୟ ।

ଶକ୍ତି ମନ୍ତ୍ରାଳୟ ଶନିବାର କହିଥିଲା ଯେ, ବିଦ୍ୟୁତ ସେବା ଜାରି ରହିବ । ଟିଭି, ଫ୍ରିଜ୍, ଏସି ଆଦି ବନ୍ଦ କରିବା ଆବଶ୍ୟତା ନାହିଁ । ଜନତା ସ୍ୱତଃପ୍ରବୃତ ଭାବେ ଲାଇଟ୍ ବନ୍ଦ କରିବେ ବୋଲି ଆଶା କରାଯାଉଛି । ଏହି ସମୟରେ ସମସ୍ତ ଷ୍ଟ୍ରିଟ୍ ଲାଇଟ୍ ଜଳିବ ବୋଲି ମନ୍ତ୍ରାଳୟ ବିଭିନ୍ନ ବିଦ୍ୟୁତ ସରବରାହ କମ୍ପାନୀକୁ କହିଛି । ଏପରିକି ମେଡିକାଲ ଆଦି ଜରୁରୀକାଳୀନ ସେବା ଯୋଗାଉଥିବା ଅନୁଷ୍ଠାନରେ ଲାଇଟ ବନ୍ଦ କରିବା ଆବଶ୍ୟକ ନାହିଁ ବୋଲି ମନ୍ତ୍ରାଳୟ ପରାମର୍ଶ ଦେଇଛି ।

   Related Posts