ଟ୍ରାଫିକ୍ ଚାଲାଣକୁ ଡର ନାହିଁ ,୨୨ହଜାର ଟଙ୍କା ଚାଲାଣକୁ କିପରି କରିବେ ୪୦୦ ଟଙ୍କା : ଉପାୟ ବତାଇଲେ ପୋଲିସ୍ କର୍ମଚାରୀ
24/09/2019 at 7:19 PM

ନୂଆଦିଲ୍ଲୀ ୨୪/୯: ଭାରତରେ ନୂଆ ଟ୍ରାଫିକ୍ ନିୟମ ଲାଗୁ ହେବା ପରେ ,ଯେତେବେଳେ ଲୋକଙ୍କ ଲକ୍ଷେ ଲକ୍ଷେ ଟଙ୍କା ଚାଲାଣରେ କଟିଲା ସେତେବେଳେ ସମସ୍ତେ ବୁଝିପାରିଲେ ଯେ ଏବେ ଟ୍ରାଫିକ୍ ନିୟମ ଉଲ୍ଲଙ୍ଘନ କରିବା କେତେ ମହଙ୍ଗା ପଡ଼ିବ। ପରିସ୍ଥିତି ଏପରି ହୋଇ ପଡ଼ିଛି ଯେ ଯେଉଁମାନଙ୍କ ପାଖରେ ଗାଡ଼ିର କାଗଜପତ୍ର ନାହିଁ ସେମାନେ ପବ୍ଲିକ୍ ଟ୍ରାନ୍ସପୋର୍ଟର ସାହାଯ୍ୟ ନେବାକୁ ଆରମ୍ଭ କଲେଣି। ଅନେକ ଲୋକ ଭୁଲବଶତଃ ଚାଲାଣର ଶିକାର ହେଉଥିଲେ। ଲୋକଙ୍କ ମନରେ ଭୟଭାବ ଆସିଲାଣି।
ଏହି ଡରକୁ ଦୂର କରିବା ପାଇଁ କିଛି ଦିନ ହେବ ସୋଶିଆଲ ମିଡିଆରେ ଜଣେ ପୋଲିସ କର୍ମଚାରୀଙ୍କ ଭିଡିଓ ଜୋରସୋରରେ ଭାଇରାଲ ହେବାରେ ଲାଗିଛି। ଏଥିରେ ସେ ପରାମର୍ଶ ଦେଇଛନ୍ତି ଯେ ଯଦି କୌଣସି ଗାଡ଼ି ଚାଳକଙ୍କ ଅଧିକ ଟଙ୍କାର ଚାଲାଣ କଟାଯାଉଛି ତେବେ କିପରି କମ୍ ଟଙ୍କାରେ ଏଥିରୁ ମୁକୁଳି ହେବ। ଯଦି ଆପଣଙ୍କ ପାଖରେ ଗାଡ଼ି ଚଲାଇବାବେଳେ ଲାଇସେନ୍ସ ନାହିଁ ତେବେ ଆପଣଙ୍କୁ ୫ହଜାର ଟଙ୍କାର ଜୋରିମାନା ଦେବାକୁ ପଡ଼ିବ। ଏହା ପୂର୍ବରୁ ଏଥିପାଇଁ କେବଳ ୫୦୦ଟଙ୍କା ଦେବାକୁ ପଡ଼ୁଥିଲା। ଏହି ନୂଆ ନିୟମକୁ ଅନେକ ଲୋକ ବିରୋଧ କରୁଛନ୍ତି, କିନ୍ତୁ ଏହି ପୋଲିସ୍ କର୍ମଚାରୀ ଜଣକ ସେମାନଙ୍କ ପାଇଁ ଏକ ଭିଡିଓ କରିଛନ୍ତି ଏବଂ ଏହି ଭିଡିଓରେ ସେ କହିଛନ୍ତି କିପରି ୫୦୦୦ଟଙ୍କାର ଚାଲାଣରୁ ୧୦୦ଟଙ୍କାରେ ମୁକୁଳିହେବ।

ଏହି ପୋଲିସଙ୍କ ନାଁ ସୁନୀଲ ସାନ୍ଧୁ। ପାଖାପାଖି ୧୫ମିନିଟର ଏହି ଲମ୍ବା ଭିଡିଓକୁ ୩ଲକ୍ଷରୁ ଅଧିକ ଲୋକ ସେୟାର କରି ସାରିଛନ୍ତି ଏବଂ କୋଟିଏରୁ ଅଧିକ ଲୋକ ଦେଖି ସାରିଲେଣି। ଭିଡିଓରେ ସର୍ବ ପ୍ରଥମେ ଟ୍ରାଫିକ୍ ନିୟମ ବିଷୟରେ କୁହାଯାଇଛି। ସୁନୀଲ ସାନ୍ଧୁ କହୁଛନ୍ତି ଯେ ଯଦି କୌଣସି ଗାଡ଼ି ଚାଳକଙ୍କ ପାଖରେ ଲାଇସେନ୍ସ କିମ୍ବା ରେଜିଷ୍ଟେସନ ନାହିଁ ତେବେ ଏଥିପାଇଁ ୫୦୦୦ଟଙ୍କାର ଜୋରିମାନା ଦେବାକୁ ହୋଇଥାଏ,ଆଉ ଯଦି ପଲ୍ୟୁସନ ସାର୍ଟିଫିକେଟ ନଥିବ ତେବେ ୧୦,୦୦୦ଟଙ୍କାର ଜୋରିମାନା ପଡ଼ିଥାଏ।

ଏହା ବ୍ୟତୀତ ଯଦି ଇନସ୍ୟୁରାନ୍ସ ଡକ୍ୟୁମେଣ୍ଟ ହଜି ଯାଇଛି ତେବେ ଏଥିପାଇଁ ୨୦୦୦ଟଙ୍କା ଦେବାକୁ ପଡ଼ିବ। ଏହି ଭିଡିଓରେ ସବୁ ଚାଲାଣ ତାଲିକା ବିଷୟରେ ଗୋଟି ଗୋଟି କରି କୁହାଯାଇଛି। ଯଦି ଆପଣ ଏଗୁଡ଼ିକମଧ୍ୟରୁ ଯେ କୌଣସି ଡକ୍ୟୁମେଣ୍ଟ ଭୁଲି ଯାଇଛନ୍ତି ତେବେ ଅଧିକ ଚାଲାଣକୁ କମ କରି ୧୦୦ଟଙ୍କା ମଧ୍ୟ ଦେଇ ପାରିବେ।

ସୁନୀଲଙ୍କ କହିବା ଅନୁସାରେ ଟ୍ରାଫିକ୍ ପୋଲିସର ଚାଲାଣକୁ ଦେବା ପାଇଁ ଉଲ୍ଲଙ୍ଘନକାରୀଙ୍କୁ ୧୫ଦିନର ସମୟ ମିଳିଥାଏ। ଏହି ୧୫ଦିନ ମଧ୍ୟରେ ତାଙ୍କୁ ନିଜ ଜରୁରୀ ଡକ୍ୟୁମେଣ୍ଟ ଟ୍ରାଫିକ୍ ପୋଲିସଙ୍କୁ ଦେଖାଇବାକୁ ପଡ଼ିବ,ଏହା ପରେ ସେ କମ୍ ଟଙ୍କା ଫାଇନ୍ ଦେବେ। ଯଦି ଆପଣଙ୍କ ୪ଟି ଜିନିଷ ପାଇଁ ଚାଲାଣ କଟିଥିବ ତେବେ ଆପଣଙ୍କୁ ମାତ୍ର ୪୦୦ଟଙ୍କା ଦେବାକୁ ପଡ଼ିବ।