ବାସ୍ତୁଶାସ୍ତ୍ର ଅନୁସାରେ ବନାନ୍ତୁ ଆପଣଙ୍କ ପୂଜା ଘର : ମିଳିବ ଭଗବାନଙ୍କ ଅସୀମ କୃପା ଏବଂ ରାତାରାତି ବଦଳିଯିବ ଆପଣଙ୍କ ଭାଗ୍ୟ

Published By : Prameya-News7 Bureau | April 12, 2020 IST

ଆଜିକାଲି ବିଶୃଙ୍ଖଳିତ ଜୀବନଶୈଳୀରେ ଆପଣ ସବୁଦିନ ମନ୍ଦିର ଯାଇପାରୁନଥିବେ। ଏଥିପାଇଁ ନିଜ ଘରେ ପୂଜା ସ୍ଥାନରେ ଇଷ୍ଟ ଦେବତାଙ୍କୁ ପୂଜା କରୁଛନ୍ତି। ଘର ଛୋଟ ହେଉ କିମ୍ବା ବଡ଼,ନିଜର ହେଉ କିମ୍ବା ଭଡ଼ା,ସବୁ ଘରେ ମନ୍ଦିର ଥାଏ। ଅନେକ ଥର ପୂଜାପାଠ ପାଇଁ ସ୍ଥାନ ନିର୍ମାଣ କରିବାବେଳେ ଜାଣତ କିମ୍ବା ଅଜାଣତରେ ଛୋଟମୋଟ ବାସ୍ତୁ ସମ୍ବନ୍ଧୀୟ ଭୁଲ୍ ହୋଇଯାଇଥାଏ। ଏଥିପାଇଁ ବ୍ୟକ୍ତିଙ୍କୁ ପୂଜାଫଳ ମିଳିନଥାଏ।

ସୁଖ-ଶାନ୍ତି ଏବଂ ସକରାତ୍ମକତା ବଜାୟ ରହିବା ପାଇଁ ଘରର ମନ୍ଦିର ଉଚିତ୍ ସ୍ଥାନରେ ରହିବା ଜରୁରୀ। ଠାକୁର ଘର ସର୍ବଦା ପୂର୍ବ କିମ୍ବା ଉତ୍ତର ଦିଗରେ ହେବା ଉଚିତ୍। ଦକ୍ଷିଣ କିମ୍ବା ପଶ୍ଚିମ ଦିଗରେ ମନ୍ଦିର ରହିବା ଦ୍ବାରା ଅଶୁଭ ଫଳ ପ୍ରାପ୍ତ ହୋଇଥାଏ। ଘରର ମନ୍ଦିର ଉପରେ କିମ୍ବା ଆଖପାଖରେ ଶୌଚାଳୟ ରହିବା ଅନୁଚିତ୍। ମନ୍ଦିରକୁ ରୋଷେଇ ଘରେ ନିର୍ମାଣ କରିବା ମଧ୍ୟ ବାସ୍ତୁ ଅନୁସାରେ ଠିକ୍ ହୋଇନଥାଏ। ଭଗବାନଙ୍କ ମୂର୍ତ୍ତିକୁ ଅନ୍ୟ ମୂର୍ତ୍ତିଠୁ ପ୍ରାୟ ୧ଇଞ୍ଚ ଦୂରରେ ରଖିବା ଉଚିତ୍। ଗୋଟିଏ ଘରେ ଅଧିକ ମନ୍ଦିର ନିର୍ମାଣ କରନ୍ତୁ ନାହିଁ। ଏପରି କରିବା ଦ୍ବାରା ଶାରିରୀକ,ମାନସିକ ଏବଂ ଆର୍ଥିକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ।

ସିଡ଼ି ତଳେ କିମ୍ବା ଷ୍ଟୋର ରୁମରେ ଭୁଲରେ ବି ମନ୍ଦିର କରନ୍ତୁ ନାହିଁ। ଏପରି କରିବା ଦ୍ବାରା ପୂଜାର୍ଚ୍ଚନାର ଫଳ ମିଳିନଥାଏ। ଘରେ ଯେଉଁ ଦିଗରେ ମନ୍ଦିର ରହିଥିବ ସେହି ପଟେ ଗୋଡ଼ କରି ଶୋଇବା ଅନୁଚିତ୍।

ଠାକୁର ଘରର ଗ୍ରିଲ୍ ଲୁହା କିମ୍ବା ଟିଣର କରିବା ଅନୁଚିତ୍। ପୂଜା ଘର ଶୟନ କକ୍ଷରେ କରନ୍ତୁ ନାହିଁ। ଯଦି ସ୍ଥାନ ଅଭାବରୁ ଶୟନକକ୍ଷରେ ମନ୍ଦିର କରୁଛନ୍ତି ତେବେ ମନ୍ଦିରରେ ପରଦା ଲଗାଇ ଦିଅନ୍ତୁ।

ଘରେ ଦୁଇଟି ଶିବଲିଙ୍ଗ,ତିନୋଟି ଗଣେଶ,ଦୁଇଟି ଶଙ୍ଖ,ଦୁଇଟି ସୂର୍ଯ୍ୟଙ୍କ ମୂର୍ତ୍ତି,ତିନୋଟି ଦେବୀ ପ୍ରତିମା,ଦୁଇଟି ଗୋମତୀ ଚକ୍ର ଏବଂ ଦୁଇଟି ଶାଲେଗ୍ରାମ ପୂଜା କରିବା ଦ୍ବାରା ଗୃହସ୍ବାମୀଙ୍କୁ ଅଶାନ୍ତି ମିଳିଥାଏ। ପୂଜାଘରର ରଙ୍ଗ ଧଳା କିମ୍ବା ହାଲୁକା କ୍ରିମ୍ ରଙ୍ଗର ହୋଇଥିବା ଆବଶ୍ୟକ।

ବ୍ରହ୍ମା,ବିଷ୍ଣୁ,ଶିବ,ସୂର୍ଯ୍ୟ,କାର୍ତ୍ତିକେୟ,ଗଣେଶ ଏବଂ ଦୁର୍ଗାଙ୍କ ମୂର୍ତ୍ତି ପଶ୍ଚିମ ଦିଗରେ ରହିବା ଆବଶ୍ୟକ ଏବଂ କୁବେର ,ହନୁମାନ ଏବଂ ଭୈରବଙ୍କ ମୁହଁ ଦକ୍ଷିଣ ଦିଗରେ ରହିବା ଆବଶ୍ୟକ। ପୂଜା ଘରେ ମୃତାତ୍ମାଙ୍କ ଫଟୋ ଲଗାନ୍ତୁ ନାହିଁ। କୌଣସି ଦେବତାଙ୍କ ଭଙ୍ଗା ମୂର୍ତ୍ତି,ସୌନ୍ଦର୍ଯ୍ୟ ପ୍ରସାଧନ ସାମଗ୍ରୀ ଏବଂ ଝାଡ଼ୁ ଭଳି ଅନାବଶ୍ୟକ ଜିନିଷ ରଖନ୍ତୁ ନାହିଁ। ଦେବୀ ଦେବତାଙ୍କ ମୁହଁ ଅନାବୃତ ରଖନ୍ତୁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.