ଘରେ ପ୍ରସ୍ତୁତ କରନ୍ତୁ ମିଠା ଦହି ; ଜାଣନ୍ତୁ ଏହାକୁ ତିଆରି କରିବାର ସହଜ ପ୍ରଣାଳୀ....

Published By : Prameya-News7 Bureau | July 30, 2021 IST

ଭୁବନେଶ୍ବର ୩୦/୦୭ : ସାଧାରଣତଃ ମିଷ୍ଟି ଦହି ପଶ୍ଚିମବଙ୍ଗର ଏକ ବିଶେଷ ଖାଦ୍ୟ ଅଟେ । ବିବାହରେ ଦହିକୁ ଏକ ଅତ୍ୟାବଶ୍ୟକ ବ୍ୟଞ୍ଜନ ଭାବେ ବ୍ୟବହାର କରାଯାଏ । ଦହିକୁ ସାଧାରଣତଃ ଶୁଭ ବୋଲି ବିବେଚନା କରାଯାଏ। ମିଠା ହେଉ କିମ୍ବା ଖଟା ଦହି ଖାଇବାକୁ ପ୍ରାୟତଃ ସମସ୍ତଙ୍କୁ ପସନ୍ଦ ଥାଏ । ତେବେ ଯଦି ମିଠା ବା ମିଷ୍ଟି ଦହି ଖାଇବାକୁ ପସନ୍ଦ । ତାହାଲେ ଦୋକାନ ବଜାରକୁ ନଯାଇ ଘରେ ବସି ପ୍ରସ୍ତୁତ କରନ୍ତୁ ମିଷ୍ଟି ଦହି । ଜାଣନ୍ତୁ ଏହାର ପ୍ରସ୍ତୁତ ପ୍ରଣାଳୀ…

ସାମଗ୍ରୀ : ୧ ଲିଟର କ୍ଷୀର , ୧୦ ଚାମଚ ଚିନି , ୧ କପ୍ ପାଣି , ୧ କପ୍ ତାଜା ଦହି

ପ୍ରସ୍ତୁତି ପ୍ରଣାଳୀ : ପ୍ରଥମେ ଗ୍ୟାସରେ ଧୀମା ଆଞ୍ଚରେ ଏକ ପ୍ୟାନ ବସାନ୍ତୁ । ସେହି ପ୍ୟାନରେ କ୍ଷୀର ଢାଳି ଗରମ କରି ନିଅନ୍ତୁ । ତେବେ କ୍ଷୀରକୁ ସେତେ ପର୍ଯ୍ୟନ୍ତ ସିଝାନ୍ତୁ ଯେ ପର୍ଯ୍ୟନ୍ତ କ୍ଷୀର ଅଧା ନହୋଇଯାଇଛି । ଏହାରି ମଧ୍ୟରେ ଗ୍ୟାସର ଅନ୍ୟପଟେ ମିଡିୟମ ଆଞ୍ଚରେ ପ୍ୟାନରେ ଚିନି ଓ ପାଣିକୁ ମିଶାଇ ସିରା ପାଇଁ ଫୁଟାଇ ରଖନ୍ତୁ । ଏହା ପରେ ଗ୍ୟାସ ବନ୍ଦ କରିନିଅନ୍ତୁ । ଯେପର୍ଯ୍ୟନ୍ତ ସିରାର ରଙ୍ଗ ବଦଳି ନଯାଇଛି ସେପର୍ଯ୍ୟନ୍ତ ତାହାକୁ ଘାଣ୍ଟନ୍ତୁ । ଅଧା ହୋଇଯାଇଥିବା କ୍ଷୀରକୁ ସିରାରେ ଢାଳି ଚଲାଇ ନିଅନ୍ତୁ । ତେବେ କ୍ଷୀର ଥଣ୍ଡା ହୋଇଯିବା ପରେ ସେଥିରେ ଦହି ଢାଳି ଭଲ ଭାବରେ ଗୋଳାଇ ନିଅନ୍ତୁ ଏହାପରେ ଛୋଟ ମାଟି ପାତ୍ରରେ ଦହିକୁ ଢାଳି ଦିଅନ୍ତୁ । ତାହା ୫ରୁ୬ ଘଣ୍ଟା ପର୍ଯ୍ୟନ୍ତ ଫ୍ରିଜ୍ ରେ ରଖି ଦିଅନ୍ତୁ । ପ୍ରସ୍ତୁତ ହୋଇଯାଇଥିବ ମିଷ୍ଟି ଦହି । । ଖାସ୍ କରି ମନେ ରଖନ୍ତୁ କି ଯେତେବେଳେ ମିଷ୍ଟି ଦହି ପ୍ରସ୍ତୁତ କରିବେ ତାଜା ଦହି ବ୍ୟବହାର କରିବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.