ଏହି ସରଳ ଉପାୟରେ କଳା ଏବଂ ଫଟା ଓଠକୁ କରନ୍ତୁ ଗୋଲାପି ଓ ମଶୃଣ

Published By : Prameya-News7 Bureau | May 17, 2019 IST

ଭୁବନେଶ୍ୱର ୧୭/୫ : ଗ୍ରୀଷ୍ମ ଋତୁରେ ଅଧିକାଂଶ ଲୋକଙ୍କ ଓଠ ଫଟା ସମସ୍ୟା ଦେଖାଦେଇଥାଏ । ଖରା ଏବଂ ଗରମ ଯୋଗୁଁ ଓଠ ଫାଟି କଳା ମଧ୍ୟ ପଡିଯାଏ । ଯାହାଫଳରେ ମଣିଷ ଅସୁନ୍ଦର ଦେଖାଯାଇଥାଏ । କଳା ପଡି ଯାଇଥିବା ଏବଂ ଫାଟି ଯାଇଥିବା ଓଠକୁ ପୁଣିଥରେ ସୁନ୍ଦର ଓ ନରମ କରିବା ପାଇଁ ଅନେକ ଉପାୟ ରହିଛି । କିନ୍ତୁ ସବୁ ଉପାୟ ଓଠର ସୁନ୍ଦରତା ଫେରିନଥାଏ । କଳା ଓଠକୁ ପୁଣି ସୁନ୍ଦର କରିବାର କିଛି ସରଳ ଉପାୟ ରହିଛି ।

{"id":112857}

ଆସନ୍ତୁ ଜାଣିବା ଏହି ସରଳ ଉପାୟ :

ଆଳୁ : ଫଟା ଓ କଳା ଓଠରେ ଆଳୁକୁ କାଟି ଘଷନ୍ତୁ । ଲଗାତାର କିଛି ଦିନ ଏହି ଉପାୟ କରିବା ଦ୍ୱାରା ଓଠର କଳାପଣ ଦୂର ହୋଇଥାଏ ଏବଂ ଓଠ ପୁର୍ବ ଭଳି ସୁନ୍ଦର ଓ ନରମ ହୋଇଥାଏ ।

{"id":112865}

ନଡିଆ ତେଲ ଓ ଚିନି : ନଡିଆ ତେଲ ଓ ଚିନିକୁ ମିଶାଇ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ । ଏହି ପେଷ୍ଟକୁ ଓଠରେ ଘଷନ୍ତୁ । ଏହା ଦ୍ୱାରା ଓଠର କଳାପଣ ଦୂର ହୋଇଯିବ ଏବଂ ଓଠ ପୁଣିଥରେ ପୁର୍ବ ଭଳି ସୁନ୍ଦର ଓ ନରମ ହୋଇଯିବ ।

{"id":112868,"width":577,"height":364}

ବିଟ୍ : ବିଟ୍ ଖାଇଲେ ଶରୀରରେ ରକ୍ତ ବଢିଥାଏ । ବିଟ୍ ଶରୀର ପାଇଁ ବହୁତ ଲାଭଦାୟକ । ବିଟ୍ ଓଠ ପାଇଁ ମଧ୍ୟ ବହୁତ ଲାଭଦାୟକ ହୋଇଥାଏ । ବିଟକୁ କାଟି ଓଠରେ ଲଗାଇଲେ ଓଠ ବହୁତ ଜଲଦି ଗୋଲାପି ଏବଂ ମଶୃଣ ହୋଇଥାଏ ।

{"id":112873,"align":"center"}


ଏହି ସବୁ ସରଳ ଘରୋଇ ଉପାୟ ଅବଲମ୍ବନ କରିଫଟା ଓ କଳା ଓଠକୁ ପୁଣିଥରେ ସୁନ୍ଦର ଓ ମଶୃଣ କରିପାରିବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.