ନିଦ ହେଉନାହିଁ କି : ତେବେ ପିଅନ୍ତୁ କଦଳୀ ଚା’

Published By : Prameya-News7 Bureau | May 29, 2019 IST

କଦଳୀ ଆମ ସ୍ବାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ। ଆଜି ଯାଏଁ ଆପଣ ତୁଳସୀ,କ୍ଷୀର,ବ୍ଲାକ ଟି କିମ୍ବା ଲେମ୍ବୁ ଚା ପିଇଥିବେ,କିନ୍ତୁ ଆଜି ଆମେ ଆପଣଙ୍କୁ କଦଳୀ ଚା ବିଷୟରେ କହିବା। କଦଳୀ ଚାରେ ଭରପୂର ମାତ୍ରାରେ ଆଣ୍ଟିଅକ୍ସିଡାଣ୍ଟ,ଭିଟାମିନ,ପୋଟାସିୟମ୍,ମ୍ୟାଗ୍ନେସିୟମ୍,ମିନେରାଲ ଏବଂ ଫାଇବର ରହିଛି।

{"id":117293,"width":595,"height":465}
wp:list
  • କଦଳୀ ଚା ପ୍ରସ୍ତୁତ କରିବା ପାଇଁ ଏକ କପ୍ ପାଣିକୁ ଫୁଟାଇ ଦିଅନ୍ତୁ। ଏବେ ଏଥିରେ ଅଧା ଚାମଚ ଡାଲଚିନି ପାଉଡର ପକାଇ ଫୁଟାଇ ଦିଅନ୍ତୁ।
  • କଦଳୀ ଚୋପାକୁ ଛଡ଼ାଇ କାଟି ଦିଅନ୍ତୁ। ଏବେ ଏହି ଫୁଟନ୍ତା ପାଣିରେ ଏହାକୁ ପକାଇ ଫୁଟାନ୍ତୁ। ଏବେ ଏହାକୁ ଛାଣି ନଖ ଉଷୁମ ପାଣିରେ ପିଅନ୍ତୁ।
  • କଦଳୀ ଚାରେ ପୋଟାସିୟମ୍,ମ୍ୟାଗ୍ନେସିୟମ୍ ଏବଂ ଆଣ୍ଟିଅକ୍ସିଡାଣ୍ଟ ଥାଏ,ଯାହା ପେଟ ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ। ଯଦି ଆପଣଙ୍କୁ ପେଟବ୍ୟଥା,ଏସିଡିଟି ଏବଂ ବଦହଜମୀର ସମସ୍ୟା ରହିଛି ତେବେ କଦଳୀ ଚା ପିଅନ୍ତୁ।
  • କଦଳୀ ଚା ପିଇବା ଦ୍ବାରା କୋଷ୍ଠକାଠିନ୍ୟ ସମସ୍ୟା ଦୂର ହୋଇଥାଏ। ଏହା ବ୍ୟତୀତ ଯଦି ଆପଣ ପ୍ରତିଦିନକଦଳୀ ଚା ସେବନ କରିବେ ତେବେ ଆପଣଙ୍କ ପାଚନ ପ୍ରକ୍ରିୟା ଠିକ୍ ରହିବ।
  • ଯଦି ଆପଣଙ୍କୁ ନିଦ ହେଉନାହିଁ ତେବେ ପ୍ରତିଦିନ କଦଳୀ ଚା ପିଅନ୍ତୁ। ଏହା ପିଇବା ଦ୍ବାରା ଏହି ସମସ୍ୟା ଦୂର ହୋଇଥାଏ।
  • ଆଜିକାଲି ଅଧିକାଂଶ ଲୋକେ ମାନସିକ ଅବସାଦର ଶିକାର ହେଉଛନ୍ତି। କଦଳୀ ଚା ପିଇବା ଦ୍ବାରା ମସ୍ତିଷ୍କ ପ୍ରଭାବିତ ହୋଇଥାଏ ଯାହା ଦ୍ବାରା ଆପଣଙ୍କ ମାନସିକ ଚିନ୍ତା ଏବଂ ଅବସାଦ ଦୂର ହୋଇଥାଏ।
/wp:list {"id":117296,"width":596,"height":335}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.