କିପରି ପ୍ରସ୍ତୁତ କରାଯାଇଥିଲା ପୃଥିବୀର ପ୍ରଥମ ରୁଟି : ଜାଣି ହୋଇଯିବେ ପାଗଳ

Published By : Prameya-News7 Bureau | January 26, 2019 IST

ଏହି ଦୁନିଆରେ ଏପରି କେତେକ ଜିନିଷ ରହିଛି ଯାହାର ଉତ୍ପତ୍ତି ଆମ ଜନ୍ମ ଆଗରୁ ହୋଇଛି । କିନ୍ତୁ ସେଗୁଡ଼ିକ ବିଷୟରେ କିଛି ସୂଚନା ମିଳି ପାରିନାହିଁ। ଆପଣ କେବେ ଚିନ୍ତା କରିଛନ୍ତି କି ଦୁନିଆର ପ୍ରଥମ ରୁଟି କିଏ କେବେ ଏବଂ କିପରି ପ୍ରସ୍ତୁତ କରିଥିଲେ। ଆଜି ଆମେ ଜାଣିବା ଏହି ବିଷୟରେ

କୁହାଯାଉଛି ଯେ ଉତ୍ତର-ପୂର୍ବ ଜୋର୍ଡ଼ାନରେ ଅନୁସନ୍ଧାନକାରୀମାନେ ଏପରି ଏକ ସ୍ଥାନ ଖୋଜି ବାହାର କରିଛନ୍ତି। ଯାହାକୁ ନେଇ କୁହାଯାଉଛି ଯେ ପାଖାପାଖି ୧୪ହଜାର ବର୍ଷ ପୂର୍ବେ ଏଠାରେ ପ୍ରଥମ ଫ୍ଲାଟବ୍ରେଡ ଅର୍ଥାତ୍ ରୁଟି ପ୍ରସ୍ତୁତ କରାଯାଇଥିଲା।

ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏଠାରେ ପଥରର ଚୁଲି ପ୍ରସ୍ତୁତ ହୋଇଛି। ଏଠାରୁ ମିଳିଥିବା ଅବଶେଷକୁ ନେଇ କୁହାଯାଉଛି ଯେ ସବୁଠୁ ପ୍ରଥମେ ମଣିଷ ଏଠାରେ ରୋଷେଇ କରି ଖାଇଥିଲା। ଏଠାରୁ ରୁଟିର ଉତ୍ପତ୍ତି ହୋଇଥିଲା। ଅନୁସନ୍ଧାନକାରୀଙ୍କ ରିପୋର୍ଟ ଅନୁସାରେ ପ୍ରାୟ ୪ହଜାର ବର୍ଷ ପୂର୍ବେ ମଣିଷ ଚାଷ କରିବା ଶିଖି ଯାଇଥିଲା। ସେହି ସମୟରେ ଜଙ୍ଗଲୀ ପରିବା ବ୍ୟବହାର କରାଯାଉଥିଲା।

ଏହି ରୁଟି,  ପାଣିରେ ହେଉଥିବା ଏକ ଖାସ୍ ଧରଣର ଗଛରୁ ପ୍ରସ୍ତୁତ ହେଉଥିଲା। ଯାହାକୁ ଟ୍ୟୁବର୍ସ୍ କୁହାଯାଉଥିଲା। ଏହି ରୁଟିକୁ ନଟଫିୟନ ସଂସ୍କୃତିର ଲୋକେ ପ୍ରସ୍ତୁତ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.