ଯେତେ ବଡ ମଦୁଆ ହୁଅନ୍ତୁ ନା କାହିଁକି ଏହି ଘରୋଇ ଉପଚାର ଦ୍ବାରା କିଛି ଦିନ ମଧ୍ୟରେ ଛାଡିଯିବ ଅଭ୍ୟାସ

Published By : Prameya-News7 Bureau | October 16, 2019 IST

ଯୁବ ପିଢୀଠୁ ଆରମ୍ଭ କରି ଗୁରୁଜନ ଯାଏଁ ସମସ୍ତେ ଆଜିକାଲି ମଦ୍ୟପାନରେ ଅଭସ୍ତ ହୋଇଛନ୍ତି। ଯାହା ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ ହୋଇଥାଏ। ଧୀରେ ଧୀରେ ମଦ ପିଇବା ଲୋକଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି। କୌଣସି ଉତ୍ସବ, ପାର୍ଟି, ଫଙ୍କସନ ବା ଅନ୍ୟାନ୍ୟ ମଉକାରେ ଲୋକେ ମଦ ପିଇବା ଭୁଲନ୍ତି ନାହିଁ।

ମଦ୍ୟପାନ ଯେମିତି ଏକ ଫ୍ୟାଶନ ହୋଇଯାଇଛି। ହେଲେ ଏହି ଫ୍ୟାଶନ ଜୀବନରେ ମହଙ୍ଗା ପଡିପାରେ। କାରଣ ମଦ୍ୟପାନ ଅଭ୍ୟାସରେ ପରିଣତ ହେବାକୁ ଅଧିକ ସମୟ ଲାଗେନାହିଁ। ତେଣୁ ଥରେ ଏହା ଅଭ୍ୟାସରେ ବଦଳିଲେ ତାହା ଶରୀର ପାଇଁ କ୍ଷତିକାରକ ପ୍ରମାଣ ହୋଇଥାଏ।

କେବେ କେବେ କିଛି ଲୋକଙ୍କର ମଦ ପିଇବାର ଏମିତି ଅଭ୍ୟାସ ହୋଇଯାଏ ଯେ, ଏହି ଅଭ୍ୟାସ ଛାଡେ ନାହିଁ। ଲୋକେ ନିଶାରେ ସବୁ କିଛି ଭୁଲିଯାଆନ୍ତି। ଏଥିପାଇଁ ଅଧିକ ମଦ୍ୟପାନ କରିବା ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ ହୋଇଥାଏ।

ମଣିଷ ନିଶାରେ ଥିଲେ ଯେ ସବୁକିଛିଭୁଲ କରେ।   ଏଥିପାଇଁ ପରିବାର ଲୋକେ ମଧ୍ୟ ଚିନ୍ତିତ ଥାନ୍ତି। ତେବେ ଏମିତି କିଛି ଘରୋଇ ଉପଚାର ବିଷୟରେ ଜାଣନ୍ତୁ ଯାହା ଦ୍ବାରା ମଦ ଅଭ୍ୟାସ ସମ୍ପୂର୍ଣ୍ଣ ଭାବେ ଛାଡିଯାଏ।

ଅଙ୍ଗୁର ବା ସେଓ ରସ ଫିଇବା: ପ୍ରତିଦିନ ୫ ରୁ ୬ ଗ୍ଲାସ ଅଙ୍ଗୁର ବା ସେଓ ଫଳ ରସ ପିଇଲେ କେବଳ ମଦ ନୁହେଁ ବରଂ ସବୁ ବଦଅଭ୍ୟାସ ଛାଡିଯାଏ।

ଖଜୁରୀ ପାଣି ପିଇବା: ଖଜୁରୀରୁ ବାହାରୁଥିବା ପାଣି ପିଇଲେ ଯେକୌଣସି ନିଶାଦ୍ରବ୍ୟର ଅଭ୍ୟାସ ଥିବା ତାହା ଛାଡିଯିବ। ପ୍ରତିଦିନ ୫ ରୁ ୬ ଗ୍ଲାସ ଖଜୁରୀ ପାଣି ପିଇଲେ ଏହା ଶରୀର ପାଇଁ ଲାଭଦାୟକ ହୋଇଥାଏ। ଲଗାତାର ଭାବେ ଏହିସବୁ ପ୍ରକ୍ରିୟା କିଛି ଦିନ ଯାଏଁ କଲେ ସବୁ ଖରାପ ଅଭ୍ୟାସରୁ ମୁକ୍ତ ହୋଇପାରିବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.