କେଉଁଠି ଏବଂ କେବେ ବ୍ୟବହାର କରାଯାଇଛି ଆପଣଙ୍କ ଆଧାର କାର୍ଡ଼ : ଏବେ ଜାଣିଯିବେ କିଛି କ୍ଷଣରେ
8/07/2019 at 1:38 PM

ନୂଆଦିଲ୍ଲୀ ୮/୭: ଆଧାରର ଗୋପନୀୟତାର ଦୁରୂପଯୋଗ ଏବେ ଚିନ୍ତାର ବିଷୟ ହୋଇଛି। ଆମେ ଜରୁରୀ ସେବା ପାଇଁ ନିଜ ଆଧାର କାର୍ଡ଼ର କେଉଁଠି ନା କେଉଁଠି ପ୍ରୟୋଗ କରିଥାଉ। କିନ୍ତୁ ଏହାର ଗୋପନୀୟତାକୁ ନେଇ କେଉଁ ପଦକ୍ଷେପ ନିଆଯାଇଛି ତାହା ବହୁତ କମ୍ ଲୋକ ଜାଣିଛନ୍ତି।
ପ୍ରକୃତରେ ସାଧାରଣ ମଣିଷ ପାଇଁ ଏହା ଜାଣିବା କଷ୍ଟ ହୋଇଥାଏ ଯେ ତାଙ୍କର ଆଧାର କାର୍ଡ଼ କେଉଁଠି ବ୍ୟବହୃତ ହୋଇଛି ଏବଂ କିଏ ତାଙ୍କର ଆଧାରକୁ ଅଥେଣ୍ଟିକେସନ ପାଇଁ ବ୍ୟବହାର କରିଛି।
କିନ୍ତୁ ଏବେ ଏପରି ହେବ ନାହିଁ। ଏବେ ଏକ ଏପରି ଉପାୟ ଆସିଛି ଯାହା ଦ୍ବାରା ଆପଣ ଏହା ଜାଣି ପାରିବେ ଯେ ଆପଣଙ୍କ ଆଧାର କାର୍ଡ଼ର ବ୍ୟବହାର ପ୍ରମାଣ ହିସାବରେ କେଉଁଠି ଓ କେବେ ହେଲା।
ଆଧାର କାର୍ଡ଼ର ସଂସ୍ଥା ୟୁଆଇଡିଆଇ ଏପରି ଏକ ବ୍ୟବସ୍ଥା କରିଛି ଯାହା ଦ୍ବାରା ଆଧାର କାର୍ଡ଼ର ବ୍ୟବହାର କେଉଁଠି ହୋଇଥିଲା ଏହା ଜଣା ପଡ଼ି ପାରିବ।
ଏଥିପାଇଁ ସର୍ବପ୍ରଥମେ ଆପଣଙ୍କୁ https://resident.uidai.gov.in ନାମକ ଓ୍ବେବସାଇଟ୍ ଖୋଲିବାକୁ ପଡ଼ିବ ଏବଂ ଆଧାର କାର୍ଡ଼ ଅଥେଣ୍ଟିକେସନ ହିଷ୍ଟ୍ରି ପେଜରେ ଯିବା ପାଇଁ ଲିଙ୍କରେ କ୍ଲିକ୍ କରିବାକୁ ପଡ଼ିବ।
ଏବେ ଆପଣଙ୍କୁ ନିଜ ଆଧାର ନମ୍ବର ଏବଂ ସିକ୍ୟୁରିଟି କୋଡ ଦେବାକୁ ପଡ଼ିବ। ଏହା ପରେ ‘Generate OTP’ ରେ କ୍ଲିକ୍ କରିବାକୁ ପଡ଼ିବ। ଏହା ପରେ ଆପଣଙ୍କ ରେଜିଷ୍ଟାର ହୋଇଥିବା ମୋବାଇଲରେ ଏକ ଓଟିପି ଆସିବ।
ଓଟିପି ଦେବା ପରେ ଆଉ କିଛି ବିକଳ୍ପ ଆପଣଙ୍କୁ ଦେଖାଯିବ ଏଥିରେ ସୂଚନାର ଅବଧି ଏବଂ ଟ୍ରାଞ୍ଜାକ୍ସନ ସଂଖ୍ୟା କହିବାକୁ ପଡ଼ିବ।
ଏହା ପରେ ଆପଣ ନିଜର ଓଟିପି ଦେବା ପରେ ‘Submit’ ବଟନରେ କ୍ଲିକ୍ କରିବେ। ବଛାଯାଇଥିବା ଅବଧିରେ କେତେ ଥର ଆପଣଙ୍କ ଆଧାର କାର୍ଡ଼ର ଅଥେଣ୍ଟିକେସନ ହୋଇଛି ଆପଣଙ୍କୁ ଜଣା ପଡ଼ିଯିବ।
ଯଦି ଆପଣଙ୍କୁ ଆଧାର କାର୍ଡ଼ ସହ ଜଡ଼ିତ କୈାଣସି ସୂଚନାରେ ସନ୍ଦେହ ହେଉଛି ତେବେ ଆପଣ ଆଧାର କାର୍ଡ଼ର ସୂଚନାକୁ ଅନଲାଇନ ଲକ୍ କରିପାରିବେ।
ପ୍ୟାନକୁ ଆପଣ ନିଶ୍ଚୟ ଲିଙ୍କ୍ କରାନ୍ତୁ। ଏଥିପାଇଁ ଆପଣଙ୍କୁ ଇନକମ୍ ଟ୍ୟାକ୍ସର ଓ୍ବେବସାଇଟରେ ଯାଇ ପ୍ୟାନ୍ ଏବଂ ଆଧାର କାର୍ଡ଼ର ସୂଚନା ଦେବାକୁ ପଡ଼ିବ। ଏବେ ଆପଣଙ୍କ ପାଖରେ ସମୟ ରହିଛି କାରଣ ବର୍ତ୍ତମାନ ଏହାର ଡେଡଲାଇନ ବଢ଼ାଯାଇ ମାର୍ଚ୍ଚ ୩୧ କରି ଦିଆଯାଇଛି।