ଆପଣଙ୍କ କାର ବ୍ୟାଟ୍ରୀର ଲାଇଫ କେତେ ରହିଛି ତାହା ଜାଣିବା ପାଇଁ ଏହି ଉପାୟ ଅବଲମ୍ବନ କରନ୍ତୁ

Published By : Prameya-News7 Bureau | June 03, 2019 IST

ଏମିତି ଅନେକ ଲୋକ ଅଛନ୍ତି ଯେଉଁମାନେ କାର କିଣିବାର ସଉକ ରଖନ୍ତି। ଅଧିକାଂଶ ଲୋକେ କାର କିଣିବା ପରେ ତାର ଯତ୍ନ ମଧ୍ୟ ଖୁବ ଭଲ ଭାବେ ନିଅନ୍ତି। କିନ୍ତୁ କାରର ସବୁଠୁ ଗୁରୁତ୍ବପୂର୍ଣ୍ଣ ପାର୍ଟ ତଥା ବ୍ୟାଟ୍‌ରୀ ବିଷୟରେ ସେମାନଙ୍କୁ କିଛି ଜଣା ନଥାଏ। କାରର ଇଂଜିନ୍‌କୁ ଷ୍ଟାର୍ଟ କରିବା ପାଇଁ ବ୍ୟାଟି୍‌ରୀ ସବୁଠୁ ମୁଖ୍ୟ ହତିୟାର। ତେଣୁ କାରରେ ଲାଗିଥିବା ବ୍ୟାଟ୍‌ରୀ ର ଲାଇଫ କେତେ ତାହା ଜାଣିବା ଆବଶ୍ୟକ। ତେବେ କାର ବ୍ୟାଟ୍‌ରୀର ଲାଇଫ ଜାଣିବାର ଉପାୟ ଜାଣନ୍ତୁ।

{"id":119101}

ସର୍ବ ପ୍ରଥମେ କାରର ବ୍ୟାଟ୍‌ରୀ କେବେ ଲାଗିଥିଲା ତାହା ଜାଣିବା ଜରୁରୀ। କାର ଯେତିକି ପୂରୁଣା ଥାଏ ସେତିକି ପୂରୁଣା ବ୍ୟାଟ୍‌ରୀ ମଧ୍ୟ ହୋଇଥାଏ। ଗୋଟେ ବ୍ୟାଟ୍‌ରୀର ଲାଇଫ ୫ ବର୍ଷରୁ ୭ ବର୍ଷ ମଧ୍ୟରେ ଥାଏ।  କାରରେ ଲାଗିଥିବା ବ୍ୟାଟ୍‌ରୀ ସବୁ ସମୟରେ ଚାର୍ଜ ହେଉଥାଏ।  ଫଳରେ ବ୍ୟାଟ୍‌ରୀର ଲାଇଫ ଉପରେ ପ୍ରଭାବ ପଡେ। ଯଦି କାର ସବୁବେଳେ ଚାଲୁଛି ତାହେଲେ ବ୍ୟାଟ୍‌ରୀର ଲାଇଫ ମଧ୍ୟ ଅଧିକ ଚାଲିବ। ଅପରପକ୍ଷରେ କାର ଯଦି କମ ଚାଲୁଥିବ ତାହେଲେ ବ୍ୟାଟ୍‌ରୀର ଲାଇଫ ଶୀଘ୍ର କମିଯାଏ। କାରଣ କାର ନଚାଲିଲେ ବ୍ୟାଟ୍‌ରୀ ଚାର୍ଜ ହୁଏନାହିଁ ଓ ବ୍ୟାଟ୍‌ରୀର ଲାଇଫ କମିଯାଏ।

{"id":119102}

କାର ବ୍ୟାଟ୍‌ରୀ ପାଇଁ ଶୀତ ଋତୁ ଅଧିକ ଭଲ ହୋଇଥାଏ କାରଣ ଥଣ୍ଡାରେ ବ୍ୟାଟ୍‌ରୀର ଲାଇଫ ବଢିଥାଏ। ଗ୍ରୀଷ୍ମ ଋତୁରେ ବ୍ୟାଟ୍‌ରୀର ଲାଇଫ ଉପରେ ଖରାପ ପ୍ରଭାବ ପଡିଥାଏ।  କାର ଚାଲିଲା ବେଳେ ଯଦି ହେଡ୍‌ଲାଇଟ୍‌ ଧପ୍‌ ଧପ୍‌ ହୋଇଥାଏ ତେବେ ଏହା ସୂଚିତ କରାଏ ଯେ, ବ୍ୟାଟ୍‌ରୀର ଲାଇଫ ଦୁର୍ବଳ ହୋଇଛି। ବ୍ୟାଟ୍‌ରୀ ଟର୍ମିନାଲ ଓ କେବଲ୍‌ କରୋସନରେ ଦାଗ ମଧ୍ୟ ପୂର୍ବରୁ ସୂଚାଏ ଯେ, ବ୍ୟାଟ୍‌ରୀ ଖୁବ ଶୀଘ୍ର ଖରାପ ହେବାକୁ ଯାଉଛି।  ଏହି ଭଳି ସମୟରେ ପାଖ ଯାଗାକୁ ଗଲେ ଗାଡି ନେବା ଅନୁଚିତ୍‌। କାରର ବ୍ୟାଟ୍‌ରୀ ଲାଇଫ ସରିବା ସମୟରେ ଦୂର ଯାଗା ଗଲେ କିଛି ସମୟ ପାଇଁ ବ୍ୟାଟ୍‌ରୀ ଚାର୍ଜ ହୋଇ କିଛି ଦିନ ଭଲ ଭାବେ ଚାଲିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.