Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ନଖରା ସ୍ଥିତ ରିଲାଏନ୍ସ ପେଟ୍ରୋଲ ପମ୍ପ୍ ନିକଟ‌ରେ ଅଗ୍ନିକାଣ୍ଡ
  • ||
  • ରାଉରକେଲା : ଭାରସାମ୍ୟ ହରାଇ ଘାଟିରେ ଓଲଟିଲା ବରଯାତ୍ରୀ ବସ୍, ଦୁଇ ଜଣଙ୍କ ମୃତ୍ୟୁ
  • ||
  • ବଲାଙ୍ଗୀର : ନିଜ ସର୍ଭିସ୍ ବନ୍ଧୁକରୁ ଗୁଳି ଫୁଟାଇ ଆତ୍ମହତ୍ୟା କଲେ ଯବାନ !
  • ||
  • ଟାଙ୍ଗୀ : ମାନସିକ ପୂରଣ ପାଇଁ ବେକ କାଟିଦେଲେ ଭକ୍ତ, ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର
  • ||
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୧୫ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୮୯ କୋଭିଡ୍ ପଜିଟିଭ୍, ୩୩୬୯୨୪ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ତେଲକୋଇ : କାଞ୍ଜିପାଣି ଘାଟିରେ ଓଲଟିଲା ବରଯାତ୍ରୀ ବସ୍, ଜଣେ ମୃତ, ୨୬ ଆହତ
  • ||
  • ମୁମ୍ବାଇ : ଭୟଙ୍କର ହେଲାଣି କରୋନା, ସ୍କୁଲ ହଷ୍ଟେଲର ୧୯୦ ଛାତ୍ର କୋଭିଡ୍ ପଜିଟିଭ୍
  • ||
  • ରାୟପୁର : ନକ୍ସଲଙ୍କ ଲ୍ୟାଣ୍ଡମାଇନ ବିସ୍ଫୋରଣ, ୨ ଯବାନ ସହିଦ
  • ||
  • ଆଠଗଡ଼ : ସମ୍ପର୍କରେ କଳଙ୍କ ଛିଟା, ଦିବ୍ୟାଙ୍ଗ ଝିଅକୁ ସମ୍ପର୍କୀୟ ମାମୁର ଦୁଷ୍କର୍ମ ! ଥାନାରେ ଏତଲା
  • ||

ଧନର ସଠିକ ଉପଯୋଗ କିଭଳି କରିବା ଉଚିତ ଜାଣନ୍ତୁ

16/03/2019 at 12:00 PM

ଭୁବନେଶ୍ୱର ୧୬/୩ : ଧନ ଆୟ ସମସ୍ତେ କରିଥାନ୍ତି | କିନ୍ତୁ କାହାର ଧନ ସଂଚୟ ହୋଇପାରିଥାଏ ତ କାହାର ହୋଇପାରିନଥାଏ | କେଉଁ ଜାଗାରେ କେମିତି ଧନ ଉପଯୋଗ କରାଯିବ ତାହା ପ୍ରାୟ ସମସ୍ତେ ଜାଣିନଥାନ୍ତି | ଯେଉଁଥିପାଇଁ ବେଳେବେଳେ ସମସ୍ୟାର ସମ୍ମୁଖୀନ ହୁଅନ୍ତି | ଆସନ୍ତୁ ଜାଣିବା ଧନର ସଠିକ ଉପଯୋଗ କିଭଳି କରାଯାଇପାରିବ | ଚାଣକ୍ୟ ନୀତିର ଅଷ୍ଟମ ଅଧ୍ୟାୟର ପଞ୍ଚମ ଶ୍ଳୋକରେ ଧନ ଉପଯୋଗ ସମ୍ପର୍କରେ ସମ୍ପୂର୍ଣ ବିବରଣୀ ରହିଛି | ଚାଣକ୍ୟ ନୀତିରେ ଅର୍ଥ ଶାସ୍ତ୍ରର ସୂତ୍ର ମଧ୍ୟ ରହିଛି | ଏହି ସୂତ୍ର ସାହାଯ୍ୟରେ ଯେକୌଣସି ମଣିଷ ନିଜ ଜୀବନ ସୁଖମୟ କରିପାରିବ | ନିଜ ନୀତି ଗ୍ରନ୍ଥରେ ଚାଣକ୍ୟ ମଣିଷ ଜୀବନର ସବୁ ପର୍ଯ୍ୟାୟକୁ ଖୁବ ସୁନ୍ଦର ଭାବେ ବଖାଣିଛନ୍ତି | ମଣିଷକୁ କିଭଳି ଜୀବନ ବଂଚିବା ଉଚିତ, କେଉଁ ମାମଲାରେ ଏବଂ କେଉଁ ପରିସ୍ଥିତିରେ ସାବଧାନ ରହିବ ଦରକାର ସେ ନେଇ ସେ ନିଜ ଗ୍ରନ୍ଥରେ ବ୍ୟାଖ୍ୟା କରିଛନ୍ତି | ସେ ଧର୍ମ ଗ୍ରନ୍ଥକୁ ନଜରରେ ରଖି ଠିକ-ଭୁଲ, ଭଲ ଖରାପ କାମ ବିଷୟରେ ସୂଚନା ଦେଇଛନ୍ତି |


ଧନ ସମ୍ପର୍କରେ ମଧ୍ୟ ଚାଣକ୍ୟ ଏକ ଶ୍ଳୋକ ଲେଖିଛନ୍ତି | ଏହି ଶ୍ଳୋକ ଅନୁଯାୟୀ, ମଣିଷକୁ ଟଙ୍କାର ଉପଯୋଗ ସାବଧାନର ସହ କରିବା ଉଚିତ | ସେ କହିଛନ୍ତି ଯେ, ସବୁବେଳେ ଗୁଣଵାନ ଲୋକଙ୍କୁ ହିଁ ଧନ ଦେବା ଉଚିତ | ଅର୍ଥାତ ଯେଉଁମାନେ ଟଙ୍କାର ଉପଯୋଗ ସଠିକ ଭାବେ କରିପାରିବେ | ନିଜର ଜୀବନ ଶୈଳୀ ଚଳାଇବା ସହିତ ଯେଉଁମାନେ ଅନ୍ୟମାନଙ୍କର ମଧ୍ୟ ଧ୍ୟାନ ରଖୁଥିବେ | ନିଜ ଟଙ୍କାକୁ ଏଭଳି ଭାବେ ଉପଯୋଗ କରୁଥିବେ ଯେଭଳି ନିଜ ସହ ଅନ୍ୟକୁ ମଧ୍ୟ କିଛି ଲାଭ ମିଳୁଥିବ | ଏଭଳି ଲୋକଙ୍କ ସହ ଟଙ୍କା କାରବାର କରିବା ଉଚିତ |


ଆଚାର୍ଯ୍ୟ ଚାଣକ୍ୟ ମେଘର ଉଦାହରଣ ଦେଇ କହିଛନ୍ତି, ବାଦଲ ବା ମେଘ ସମୁଦ୍ର ବା ସାଗରରୁ ପାଣି ଶୋଷି ମଧୁର ଜଳ ବର୍ଷା କରିଥାଏ | ଯେଉଁଥିପାଇଁ ପୃଥିବୀ ପୃଷ୍ଠାରେ ବସବାସ କରୁଥିବା ପ୍ରାଣୀ ଜୀବିତ ରହନ୍ତି | ପୁଣି ଏହି ଜଳ ଅନେକ ବାଟ ଦେଇ ବଢି ବଢି ନଦୀରେ ମିଶିଥାଏ ଏବଂ ନଦୀ ଦେଇ ପୁଣି ସମୁଦ୍ରରେ ମିଶିଥାଏ | ଠିକ ସେହିଭଳି ଧନଵାନ ଲୋକଙ୍କୁ ମଧ୍ୟ ଚାକିରୀ କିମ୍ବା ବ୍ୟବସାୟ କ୍ଷେତ୍ରରେ କୌଣସି ଯୋଗ୍ୟ ବ୍ୟକ୍ତିଙ୍କ ସାହାଯ୍ୟ ନେବା ଉଚିତ | ଯେପରି ସେହି ବ୍ୟକ୍ତି ଚାକିରୀ କିମ୍ବା ବ୍ୟବସାୟ କ୍ଷେତ୍ରରେ ଅନେକ ଲୋକଙ୍କ ସାହାଯ୍ୟ କରିପାରିବ |

   Related Posts