Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

libido ଯୌନ ବା ସହବାସ କ୍ଷମତା ବୃଦ୍ଧି ପାଇ ଖାଆନ୍ତୁ ଏହି ସବୁ ଜିନିଷ- ଆମେରିକାରେ କରାଯାଇଥିବା ଗବେଷଣା

14/01/2020 at 11:25 AM

ନୂଆଦିଲ୍ଲୀ ୧୪।୦୧- କାମର ଚାପ ଅନିୟମିତ ବ୍ୟାୟାମ ଓ ଜୀବନଚର୍ଯ୍ୟା ବା ଲାଇଫ୍‌ ଷ୍ଟାଇଲ୍‌ ଏବେ ବିଭିନ୍ ଖାଦ୍ୟରେ କୀଟ ନାଶକର ପ୍ରୟୋଗ ଓ ପ୍ରଦୁଷଣ ଯୋଗୁଁ ଲୋକଙ୍କର ସହବାସ କ୍ଷମତା ହ୍ରାସ ପାଉଛି । ବିଭିନ୍ନ ନିଶାର ବଶବର୍ତ୍ତୀ ହେଲେ ମଧ୍ୟ libido ହ୍ରାସ ପାଉଛି। ଏଥିପାଇଁ ବିବାହିତ ଦମ୍ପତିଙ୍କର ସନ୍ତାନ ହେବାରେ ବିଳମ୍ବ ଓ ଅନ୍ୟାନ୍ୟ ସମସ୍ୟା ଦେଖା ଦେଉଛି। ମାତ୍ର ଏପରି କିଛଇ ଖାଦ୍ୟ ରହିଛି ଯେଉଁଥିବାପାଇଁ libido ବୃଦ୍ଧି ପାଇବ ।

ସାଧାରଣତଃ ଭିଟାମିନ୍‌ ବି ଥିବା ଖାଦ୍ୟ ଖାଇଲେ libido ବୃଦ୍ଧି ପାଇଥାଏ । ଏଥିରେ ମଣିଷର ସତେଜତା ବୃଦ୍ଧି ପାଇ ଇଚ୍ଛାଶକ୍ତି ବୃଦ୍ଧି କରେ । ବ୍ୟକ୍ତିଙ୍କର ଦୁର୍ବଳତା ଦୂର କରିଥାଏ । libido ବୃଦ୍ଧି କରିବା ପାଇଁ କ୍ଷୀର ଓ ଅଣ୍ଡା ସହ କୁକୁଡା ମାଂସ, ଶବୁଜ ପନି ପରିବା ଖାଇବା ଆବଶ୍ୟକ ।

ଲିବିଡୋ ହ୍ରାସ ପାଇଲେ ସହବାସର କ୍ଷମତା ହ୍ରାସ ପାଇଥାଏ ।

ଭିଟାମିନ୍‌ ବି ଥିବା ବିଭିନ୍ନ ଖାଦ୍ୟ ସହ ଅଣ୍ଡା , କୁକୁଡା ମାଂସ, ଓ ସବୁଜ ପନିପରିବା ଖାଆନ୍ତୁ । ଶରୀରରେ ଆଣ୍ଟି ଅକ୍ସିଡାଣ୍ଟର ମାତ୍ର ହ୍ରାସ ପାଇଲେ ମଧ୍ୟ libido ଓ sex-drive ହ୍ରାସ ପାଇଥାଏ ।

ଆମେରିକାରେ କରାଯାଇଥିବା ଏକ ଗବେଷଣାରେ କାମର ଚାପ ଓ ଅନିୟମିତ ଜୀବନଚର୍ଯ୍ୟା ଯୋଗୁଁ ଏବେ ଲୋକଙ୍କ libido ଓ sex-drive ହ୍ରାସ ପାଇଥାଏ ବୋଲି ଜଣା ପଡିଛି ।


ମାତ୍ର ଆଣ୍ଟି ଅକ୍ସିଡାଣ୍ଟ ଥିବା ଖାଦ୍ୟ ଖାଇଲେ ଶରୀରେ ଭିଟାମିନ୍‌ ଏ ଓ ଇ ର ଚାହିଦା ପୂରଣ ହୋଇଥାଏ । ଏଥିଯୋଗୁଁ ରକ୍ତ ସଞ୍ଚାଳନ ବୃଦ୍ଧି ହେବ ସହ ଶକ୍ତି ସଞ୍ଚାରଣ ହୋଇଥାଏ । ଫଳ ଓ ସବୁଜ ପନିପରିବା , ବିଭିନ୍ନ ପ୍ରକାର ଶସ୍ୟ ଖାଇଲେ ଏହାର ମାତ୍ରା ପୂରଣ ହୁଏ ।

ଜିଙ୍କ୍‌ ବି ଶରୀରରେ libido କ୍ଷମତା ବୃଦ୍ଧି କରେ । ଶାମୁକା ବା ଗେଣ୍ଡାରେ ଅଧିକ ଜିଙ୍କ୍‌ ଥାଏ । ଏହା libido ଓ sex-drive ବା ସହବାସ କ୍ଷମତା ବୃଦ୍ଧି କରିଥାଏ । ଅଧିକ ଦୁର୍ବଳ ବା ସ୍ନାୟବିକ ଦୁର୍ବଳତା ଅନୁଭବ କଲେ ଡାକ୍ତରଙ୍କ ପରାମର୍ଶ ନେବା ନିହାତି ଆବଶ୍ୟକ ।

   Related Posts