ଘରେ ବସି ବସି ଅସ୍ଥିର ହେଉଛି କି ମନ : ଜାଣନ୍ତୁ ଲକଡାଉନରେ କିଭଳି ବଢ଼ିବ ଏକାଗ୍ରତା

Published By : Prameya-News7 Bureau | April 13, 2020 IST

ବିଶ୍ବରେ କରୋନା ଭାଇରସ୍ ମହାମାରୀ ଯୋଗୁଁ ଅଶାନ୍ତି ସୃଷ୍ଟି ହୋଇଛି,ଏପରି ପରିସ୍ଥିତିରେ ମନକୁ ଶାନ୍ତ କରି ନିଜ କାର୍ଯ୍ୟରେ ମନ ଦେବା ଅତ୍ୟନ୍ତ କାଠିକର ପାଠ କିନ୍ତୁ ଜୀବନ ତ ଚାଲିଥିବ। ଜୀବନଧାରା କେବେ ବନ୍ଦ ହେବ ନାହିଁ କାରଣ ଏହି ସଙ୍କଟ ସମୟ ଚାଲିଯିବା ପରେ ଜୀବନ ପୁଣି ଥରେ ସେହିଠାରୁ ଆରମ୍ଭ କରିବାର ଅଛି। ତେଣୁ ମନକୁ ଏକାଗ୍ର କରିବା ନିହାତି ଜରୁରୀ। ଆଜି ଆମେ ଆପଣଙ୍କୁ ଏପରି କିଛି ଟିପ୍ସ ଦେବା ଯାହା ଦ୍ବାରା ଆପଣ ମନକୁ ଏକାଗ୍ର କରି ନିଜ କାମ କରି ପାରିବେ।

{"id":253477,"sizeSlug":"large"}

୧. ଦୀର୍ଘ ନିଃଶ୍ବାସ ନିଅନ୍ତୁ ଏବଂ ଫ୍ଲାଶବ୍ୟାକରେ ଯାଆନ୍ତୁ: ସର୍ବପ୍ରଥମେ ଆଖି ବନ୍ଦ କରି ଦୀର୍ଘନିଃଶ୍ବାସ ନିଅନ୍ତୁ ଏବଂ ଫ୍ଲାଶବ୍ୟାକ୍ ଅର୍ଥାତ୍ ଆଜିର ପରିସ୍ଥିତି କଥା ନଭାବି ସେହି ଦିନ ବିଷୟରେ ଭାବନ୍ତୁ,ଯେତେବେଳେ ଲକଡାଉନ୍ ନଥିଲା ଏବଂ ଆପଣ ବାହାରକୁ ଯାଉଥିଲେ। ଏହା ଦ୍ବାରା ଆପଣ ଶକ୍ତି ସଞ୍ଚାର ହେଉଥିବାର ଅନୁଭବ କରିବେ।

{"id":253478,"sizeSlug":"large"}

୨. ନକରାତ୍ମକ ଖବରଠୁ ଦୂରେଇ ରୁହନ୍ତୁ : ଏପରି ସମୟରେ ନିଜକୁ ତଟସ୍ଥ ରଖିବା କିମ୍ବା ଖବରଠୁ ଦୂରରେ ରହିବା ଅତ୍ୟନ୍ତ କ​ଷ୍ଟ। କିନ୍ତୁ ଯଥାସମ୍ଭବ ଉଦ୍ୟମ କରନ୍ତୁ ବାରମ୍ବାର ନକରାତ୍ମକ କଥା ଭାବନ୍ତୁ ନାହିଁ କିମ୍ବା ନିରାଶ ହୁଅନ୍ତୁ ନାହିଁ।

{"id":253481,"sizeSlug":"large"}

୩. କୌଣସି କାଗଜ କିମ୍ବା ଚାର୍ଟରେ ରୁଟିନ୍ କରି କାନ୍ଥରେ ଲଗାନ୍ତୁ : ଏବେ ଘରୁ ଯିବା ଆସିବା କରିବାର ନାହିଁ କିନ୍ତୁ ଲକ୍ଷ୍ୟକୁ ପାଇବା ପାଇଁ ପରିଶ୍ରମ ତ କରିବାକୁ ପଡ଼ିବ। ଏପରି ପରିସ୍ଥିତିରେ ୨୪ଘଣ୍ଟା ମ୍ୟାନେଜ କରିବା ପାଇଁ ନିଜ ଟାଇମ ଟେବଲକୁ କାଗଜରେ ଲେଖି ଆଲମାରୀ କିମ୍ବା କାନ୍ଥରେ ଝୁଲାଇ ଦିଅନ୍ତୁ ଯାହା ଫଳରେ ଆପଣଙ୍କ ଏଥିରେ ନଜର ପଡ଼ିବ ଯେ ଆପଣଙ୍କୁ କ’ଣ କରିବାର ଅଛି।

{"id":253485,"sizeSlug":"large"}

୪.ଧ୍ୟାନ କରନ୍ତୁ : ପ୍ରତିଦିନ ୧୫ମିନିଟ୍ ମେଡିଟେସନ୍ ପାଇଁ ସମୟ ବାହାର କରନ୍ତୁ। ମେଡିଟେସନ୍ ଆପଣଙ୍କ ମାନସିକ ସ୍ବାସ୍ଥ୍ୟ ସହ ଜଡ଼ିତ। ମାନସିକ ଭାବେ ସୁସ୍ଥ ରହିଲେ ଆପଣ ଆକ୍ଟିଭ ହୋଇ ନିଜ କାମ କରି ପାରିବେ। ଆପଣ ଧ୍ୟାନ କରି ନିଜ ସ୍ମରଣ ଶକ୍ତି ବୃଦ୍ଧି କରି ପାରିବେ।

{"id":253489,"sizeSlug":"large"}

୫. ବହି ପଢ଼ନ୍ତୁ : ବହି ଅର୍ଥ ନିଜ କୋର୍ସଠୁ ଅଲଗା ଜ୍ଞାନବର୍ଦ୍ଧକ,ସାହିତ୍ୟ,ଇତିହାସ ଆଦି ବହି ଦ୍ବାରା ଆପଣଙ୍କୁ ଜୀବନର ଅନେକ ବିଷୟ ପ୍ରତି ଜଣା ପଡ଼ି ପାରିବ। ରାତିରେ ବହି ପଢ଼ି ଶୋଇବା ଦ୍ବାରା ଆପଣଙ୍କ ଭଲ ନିଦ ହେବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.