ଆପଣଙ୍କ ଉପରେ ଗୁଣିଗାରେଡି ହୋଇଛି କି କେମିତି ଜାଣିବେ ? ଜାଣନ୍ତୁ ଗୁଣିଗାରେଡିର ସଂକେତ

Published By : Prameya-News7 Bureau | June 02, 2019 IST

ଦେଶରେ ଗୁଣିଗାରେଡି ଏବଂ ତନ୍ତ୍ରମନ୍ତ୍ର ଚଳନ ବହୁ କାଳରୁ ଚାଲିଆସୁଛି । କିନ୍ତୁ ଏହାର ସଦୁପଯୋଗ କମ ଓ ଦୁରୁପଯୋଗ ଅଧିକ ହୋଇଥାଏ । ନିଜ ଶତ୍ରୁ ଉପରେ ବିଜୟ ପାଇବା ପାଇଁ ଗୁଣିଗାରେଡି କରାଯାଇଥାଏ । ନଚେତ ବ୍ୟକ୍ତିଙ୍କୁ ନିଜ ବସକୁ ଆଣିବା ପାଇଁ ଏହିଭଳି ଗୁଣିଗାରେଡିର ସାହାଯ୍ୟ ନେଇଥାନ୍ତି ଲୋକେ । ଯଦି କାହା ଉପରେ ଏହିଭଳି ଗୁଣିଗାରେଡି କିମ୍ବା ତନ୍ତ୍ରମନ୍ତ୍ର ପ୍ରୟୋଗ କରାଯାଇଥାଏ ତାହେଲେ କେମିତି ଜାଣିବା ତାର ମଧ୍ୟ କିଛି ସରଳ ଉପାୟ ରହିଛି । ଏହାର କିଛି ଲକ୍ଷଣ ରହିଥାଏ । ଏହି ଲକ୍ଷଣ ମାଧ୍ୟମରେ ଆମେ ଜାଣିପାରିବା ବ୍ୟକ୍ତି ଉପରେ ଗୁଣିଗାରେଡି କରାଯାଇଛି କି ନାହିଁ ।

{"id":118809}

ଆସନ୍ତୁ ଜାଣିବା ତାର ଲକ୍ଷଣ :

ଯେଉଁ ବ୍ୟକ୍ତିଙ୍କ ଉପରେ କଳା ଯାଦୁ ବା ଗୁଣିଗାରେଡି କରାଯାଇଥାଏ ସେମାନେ ନିଜ ବସରେ ରହନ୍ତିନାହିଁ । ସେମାନେ ଅଜବ ଅଜବ ବ୍ୟବହାର କରିଥାନ୍ତି ।

{"id":118810,"width":584,"height":408}

କୌଣସି ରୋଗ ନଥାଇ ମଧ୍ୟ ଯଦି ଜଣେ ବ୍ୟକ୍ତି ଅଚାନକ ରୋଗରେ ପଡନ୍ତି ତାହେଲେ ଜାଣିବେ ତାଙ୍କ ଉପରେ କେହି ଗୁଣିଗାରେଡି କରିଛି ।

{"id":118811}

ଯଦି ଆପଣଙ୍କ ଘରେ ଥିବା ତୁଳସୀ ଗଛ ଅଚାନକ ଶୁଖିଯାଏ କିମ୍ବା ଆପଣଙ୍କ ଘର ସାମ୍ନାରେ କୌଣସି ମୃତ ପକ୍ଷୀ ଆସି ପଡେ ତାହେଲେ ଜାଣିବେ ଏହା ଗୁଣିଗାରେଡିର ପ୍ରଭାବ ।

{"id":118815}

ଯଦି କୌଣସି ବ୍ୟକ୍ତିଙ୍କ ସ୍ୱଭାବରେ ଅଚାନକ ପରିବର୍ତ୍ତନ ହୁଏ ଏବଂ ସବୁ କାର୍ଯ୍ୟରେ ସେ ନିଜକୁ ଠିକ ବୋଲି ପ୍ରମାଣିତ କରିବାକୁ ଚେଷ୍ଟା କରେ ତାହେଲେ ଜାଣିବେ ତାଙ୍କ ଉପରେ ଗୁଣିଗାରେଡି କିମ୍ବା କଳା ଯାଦୁ କରାଯାଇଛି ।

{"id":118812,"width":581,"height":379}

ହଠାତ ଯଦି ନିଜ ଚାକିରୀ କିମ୍ବା ବ୍ୟବସାୟରେ ମନ ଲାଗେନାହିଁ, ସବୁ କାମ ଅସଫଳ ହୁଏ କିମ୍ବା ବହୁତ କ୍ଷତି ହୁଏ ତାହେଲେ ଏହା ଗୁଣିଗାରେଡିର ସଂକେତ ଦେଇଥାଏ ।

{"id":118813,"width":583,"height":437}

ଯେଉଁ ବ୍ୟକ୍ତି ଉପରେ ଗୁଣିଗାରେଡି କିମ୍ବା କଳା ଯାଦୁ ହୋଇଥାଏ ସେମାନଙ୍କୁ ଏକାକୀ ରହିବାକୁ ଭଲ ଲାଗିଥାଏ । ସେମାନେ ଅଧିକାଂଶ ସମୟ ଏକା ରହିବାକୁ ପସନ୍ଦ କରିଥାନ୍ତି । ସେମାନଙ୍କ ନଖର ରଙ୍ଗ ମଧ୍ୟ କଳା ହୋଇଯାଏ । ରାତିରେ ଶୌଇଥିବା ସମୟରେ ଯଦି ଭୟଙ୍କର ସ୍ବପ୍ନ ଆସେ ତାହେଲେ ମଧ୍ୟ ଜାଣିବେ ଏହା ଗୁଣିଗାରେଡି ପ୍ରଭାବ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.