Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କଲେ ମୁଖ୍ୟ ଶାସନ ସଚିବ
  • ||
  • ଜି.ଉଦୟଗିରି: ମିନିବସରେ ଲାଗିଲା ନିଆଁ
  • ||
  • ଟାଙ୍ଗୀ: ବାଲିନାଶିରେ ୨ ଭାଇଙ୍କୁ ଗୋଡ଼େଇ ଗୋଡ଼େଇ ହାଣିଲେ ଦୁର୍ବୃତ୍ତ, ଗୁରୁତର ଅବସ୍ଥାରେ ଏମ୍ସରେ ଭର୍ତ୍ତି
  • ||
  • ବଲାଙ୍ଗୀର: ବେଆଇନ୍ ବାଲି ବୋଝେଇ ଟ୍ରାକ୍ଟର ଜବତ, ମାଲିକଙ୍କ ଉପରେ ୨୦ ହଜାର ଟଙ୍କାର ଫାଇନ୍ ଲଗାଇଲେ ତହସିଲଦାର
  • ||
  • ରାଇରଙ୍ଗପୁର: କଲୋନୀରେ ଅଗ୍ନିକାଣ୍ଡ, ଜଳି ପାଉଁଶ ହୋଇଗଲା ୨ ବଖରା ଘର
  • ||
  • ନବରଙ୍ଗପୁର : ନିଖୋଜ ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର
  • ||
  • କାମାକ୍ଷାନଗର : ବାଇକ୍‌କୁ ଧକ୍କା ଦେଲା ହାଇଓ୍ବା, ଜଣେ ମୃତ, ଜଣେ ଗୁରୁତର
  • ||
  • ବଲାଙ୍ଗୀର: ଆକ୍ସନ ମୋଡ୍‌ରେ ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ, ଆରମ୍ଭ କଲେ ନୂଆ ପ୍ରକଳ୍ପ
  • ||
  • ବରଗଡ : ବାଲି ବୋଝେଇ ଟ୍ରାକ୍ଟର ଓ ବାଇକ୍ ମୁହାଁମୁହିଁ ଧକ୍କା, ୨ ଜଣ ମୃତ
  • ||
  • ଭୁବନେଶ୍ବର : ମାଟ୍ରିକ୍ ପରୀକ୍ଷାର୍ଥୀଙ୍କୁ ମିଳିବ ‘ପରୀକ୍ଷା ଦର୍ପଣ’, ପରୀକ୍ଷା ପାଇଁ ହେବ ସହାୟକ
  • ||

ହ୍ବାଟ୍‌ସଆପ ଗ୍ରୁପ୍‌ରୁ ଏହିଭଳି ହାଇଡ୍ କରନ୍ତୁ ନିଜ ନମ୍ବର, କୌଣସି ଗ୍ରୁପ ସଦସ୍ୟ ଦେଖି ପାରିବେ ନାହିଁ ନମ୍ବର

21/08/2019 at 12:49 PM

ଏମିତି ବହୁତ କମ ଲୋକ ଥିବେ ଯିଏ ଆଜିକାଲି ସ୍ମାର୍ଟଫୋନ ବ୍ୟବହାର କରୁନଥିବେ। ଅଧିକାଂଶ ଲୋକେ ଏବେ ସ୍ମାର୍ଟଫୋନ୍‌ ବ୍ୟବହାର କରୁଛନ୍ତି। କାରଣ ଏହା ଦ୍ବାରା ଅନେକ କାମ ସୁବିଧାରେ ହୋଇପାରୁଛି। ଘରେ ବସି ବସି ଅନେକକାମ ସୁବିଧାରେ କରିହେଉଛି। ସ୍ମାର୍ଟଫୋନ୍‌ ବଜାରକୁ ଆସିବା ପରେ ଅନେକ ଆପ ମଧ୍ୟ ଲଂଚ ହୋଇଛି। ଏଥିମଧ୍ୟରୁ ହ୍ବାଟ୍ସଆପ ସମଗ୍ର ବିଶ୍ବରେ ସବୁଠୁ ଫେମସ ମେସେଜିଂ ପ୍ଲାର୍ଟଫର୍ମ ହୋଇସାରିଛି।

ବିଶ୍ବର କୋଟି କୋଟି ଲୋକ ଏହି ଆପ ବ୍ୟବହାର କରୁଛନ୍ତି। ଏହି ଆପ ଏତେ ମାତ୍ରାରେ ଛାଇଯାଇଛି ଯେ, ଲୋକେ ନୂଆ ସ୍ମାର୍ଟଫୋନ୍‌ କିଣିବା ମାତ୍ରେ ପ୍ରଥମେ ହ୍ବାଟ୍‌ସଆପ ଇନ୍‌ଷ୍ଟଲ କରନ୍ତି। ପ୍ରାୟତଃ ଲୋକେ ଅଫିସିଆଲ ୟୁଜ୍‌ ପାଇଁ ମଧ୍ୟ ବହୁ ମାତ୍ରାରେ ହ୍ବାଟ୍ସଆପ ବ୍ୟବହାର କରୁଛନ୍ତି। କେବଳ ସେତିକି ନୁହେଁ ନିଜ ବ୍ୟକ୍ତିଗତ ଓ ବ୍ୟବସାୟ ଜୀବନ ପାଇଁ ମଧ୍ୟ ହ୍ବାଟ୍ସଆପ ବ୍ୟବହାର କରାଯାଉଛି।

ତେବେଅଫିସିଆଲ ଗ୍ରୁପ ହେଉ ବା ଅନ୍ୟାନ୍ୟ ଜରୁରୀ ଗ୍ରୁପରେ ନିଜର ପ୍ରାଇଭେସି ରଖିବା ବହୁତ କଷ୍ଟକର ହୋଇଥାଏ। କାରଣ ଏମିତି ଗ୍ରୁପରେ ନିଜ ନମ୍ବର ଗ୍ରୁପର ସମସ୍ତ ସଦସ୍ୟଙ୍କ ପାଖକୁ ଚାଲିଯାଏ। ହେଲେ ଏମିତି ଏକ ଟ୍ରିକ୍‌ ଅଛି ଯାହା ଦ୍ବାରା ହ୍ବାଟ୍‌ସଆପ ନମ୍ବର ଗ୍ରୁପର ଅନ୍ୟ ସଦସ୍ୟ ଦେଖିପାରିବେ ନାହିଁ।

ଯିଏ ଗ୍ରୁପ୍‌ ଏଡମିନ ଥିବ କେବଳ ତାକୁ ନମ୍ବର ସୋ କରିବ। ସର୍ବପ୍ରଥମେ ସବୁଠୁ ସରଳ ଉପାୟ ହେଉଛି ହ୍ବାଟ୍‌ସଆପରେ ନିଜର ପ୍ରାଇମେରି ନମ୍ବର କେବେ ବ୍ୟବହାର କରିବା ଅନୁଚିତ୍‌। ସେକଣ୍ଡାରି ନମ୍ବର ବ୍ୟବହାର କରିବା ଜରୁରୀ। ମୋବାଇଲ ନମ୍ବର ବଦଳିବାକୁ ଚାହିଁଲେ ମଧ୍ୟ ସେଟିଂକୁ ଯାଇ ଅପସନ୍‌ରେ କ୍ଲିକ କଲେ ଓଟିପି ଦ୍ବାରା ନମ୍ବର ବଦଳାଇ ହେବ।

ହ୍ବାଟ୍‌ସଆପରେ ସେକେଣ୍ଡାରି ନମ୍ବର ବ୍ୟବହାର କଲେ କେହି କେବେ ନମ୍ବରର ପ୍ରାଇଭେସି ଲିକ୍‌ କରିପାରିବେ ନାହିଁ। କାରଣ ସବୁ ଗ୍ରୁପ୍‌ରେ ସମସ୍ତ ସଦସ୍ୟଙ୍କ ପାଖରେ ସେକେଣ୍ଡାରି ନମ୍ବର ହିଁ ରହିବ। ଏହା ବ୍ୟତୀତ ହ୍ବାଟ୍‌ସଆପରେ ବ୍ୟବହାର ହେଉଥିବା ସେକେଣ୍ଡାରି ନମ୍ବର ସ୍ବିଚ୍‌ ଅଫ କରି ରଖି ହେବ।  

   Related Posts