Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଆପଣଙ୍କ ଜିଭରେ ଧଳା ପରସ୍ତ ପଡୁଛି କି ? କରନ୍ତୁ ଏହି ସରଳ ଉପାୟ, ସବୁଦିନ ପାଇଁ ଦୂର ହେବ ସମସ୍ୟା

1/05/2019 at 3:47 PM

ଜିଭର ଜତ୍ନ କଥା କହିଲେ ଆପଣ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ। ଜିଭର ପୁଣି କଣ ଗୋଟାଏ ଜତ୍ନ ନିଆଯିବ ବୋଲି ମନକୁ ପ୍ରଶ୍ନ ଆସିପାରେ । କିନ୍ତୁ ମନେ ରଖନ୍ତୁ ଜିଭ ହେଉଛି ଆପଣଙ୍କ ସ୍ବାସ୍ଥ୍ୟର ଦର୍ପଣ । ତା ଛଡା ଜିଭର ଜତ୍ନ ନନେଲେ ଏବଂ ଠିକରେ ସଫା ନକଲେ ବହୁ ସମସ୍ୟା ମଧ୍ୟ ସୃଷ୍ଟି ହୋଇପାରେ ।  ସାଧାରଣତଃ ଲୋକଙ୍କ ଚିନ୍ତାଧାରା ଏହା ଥାଏ ଯେ, ଦାନ୍ତ ସଫା ନଥିବାରୁ ମୁହଁରୁ ଦୁର୍ଗନ୍ଧ ବାହାରେ।
କିନ୍ତୁ ଏହା ବ୍ୟତୀତ ଜିଭରେ ଧଳା ପରସ୍ତ ଜମିଥିଲେ ମଧ୍ୟ ମୁହଁରୁ ଦୁର୍ଗନ୍ଧ ବାହରିଥାଏ। ଏହି କାରଣରୁ ଜିଭରେ ବ୍ୟାକ୍‌ଟେରିଆ ଜନ୍ମିଥାନ୍ତି ଯାହା ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ ହୋଇଥାଏ। କେବଳ ସେତିକି ନୁହଁ ଏଥିପାଇଁ ଅନେକ ରୋଗ ମଧ୍ୟ ହୋଇଥାଏ।
ଡାକ୍ତର ପାଖକୁ ଚିକିତ୍ସା କରିବାକୁ ଗଲେ ସେ ପ୍ରଥମେ ଜିଭ ଦେଖନ୍ତି । ତେଣୁ ଜିଭରେ ଧଳା ପରସ୍ତ ଜମିବା ସମସ୍ୟାରୁ ମୁକ୍ତ ହେବା ପାଇଁ କରନ୍ତୁ ଏହି ଉପଚାର। ଏହି ଉପଚାର ଦ୍ବାରା ଜିଭରେ ଧଳା ପରସ୍ତର ସମସ୍ୟା ସବୁଦିନ ପାଇଁ ସମାଧାନ ହୋଇଯିବ।
୧- ଜିଭରେ ଜମିଥିବା ଧଳା ପରସ୍ତ ସଫା କରିବା ପାଇଁ ପ୍ରଥମେ ଜିଭରେ ଲୁଣ ଲଗାଇବା ଉଚିତ୍‌। ଏହି ପ୍ରକ୍ରିୟା ପରେ କିଛି ସମୟ ଯାଏଁ ଟୁଥ୍‌ବ୍ରଶ ସାହାଯ୍ୟରେ ଜିଭ ଘସିଲେ ପରିବର୍ତ୍ତନ ଆସିଥାଏ। କିଛି ଦିନ ଧରି ଲଗାତାର ଏହି ପ୍ରକ୍ରିୟା କରିଲେ ଜିଭ ସଫା ହୋଇଯିବ।
୨- ପ୍ରତିଦିନ ଟୁଥ୍‌ବ୍ରଶ କରିବା ସମୟରେ ଆମେ ବ୍ରଶ୍‌ର ଆଗ ଅଂଶରେ ଦାନ୍ତ ସଫା କରୁ। ତେବେ ଟୁଥବ୍ରଶର ପଛ ଅଂଶରେ ଜିଭ ସଫା କରାଯାଏ। ତେଣୁ ପ୍ରତିଦିନ ଦାନ୍ତ ଭଳି ଜିଭ ସଫା କରିଲେ ଏହା ଜିଭରେ ଧଳା ପରସ୍ତ ଜମିବାର ସମସ୍ୟା ହେବ ନାହିଁ।    

୩- ଏହା ସହ ଜିଭକୁ ସଫା କରିବା ପାଇଁ ଲେମ୍ବୁ ରସ ଓ ବ୍ୟାକିଗଂ ସୋଡାର ବ୍ୟବହାର କରିବା ଉଚିତ୍‌। ଲେମ୍ବୁ ରସରେ ବ୍ୟାକିଗଂ ସୋଡା ମିଶାଇ ତାକୁ ଜିଭରେ ଘସିଲେ ଜିଭରୁ ଧଳା ପରସ୍ତ ବାହାରିଯିବ। ଏହି ପ୍ରକ୍ରିୟା କିଛି ଦିନ ଧରି କରିଲେ ଜିଭ ଶୀଘ୍ର ସଫା ହୋଇଥାଏ।

 

 

 

   Related Posts