ଚାଲିବା ସମୟରେ ମୋଟା ଜଂଘ ଘସି ହୋଇ ହେଉଥିବା ସମସ୍ୟାରୁ ଆରାମ ପାଇବା ପାଇଁ କରନ୍ତୁ ଏହି ଉପଚାର

Published By : Prameya-News7 Bureau | July 25, 2019 IST

ଶରୀରରେ ଜଂଘ ମୋଟା ଥିଲେ ଚାଲିବା ସମୟରେ ଅନେକ ସମସ୍ୟା ହୋଇଥାଏ। ଉଭୟ ଜଂଘ ପରସ୍ପର ସହ ଘସି ହେବାଯୋଗୁଁ ଚମ ଛିଡିଯାଇଥାଏ। ଫଳରେ ଅଧିକ ଜଳାପୋଡା ହୁଏ। ଏଭଳି ସମସ୍ୟା ମହିଳାମାନଙ୍କ କ୍ଷେତ୍ରରେ ଅଧିକ ହୁଏ। ଯେଉଁମାନେ ପତଳା ଥାନ୍ତି ତାଙ୍କୁ କଷ୍ଟ ଜଣା ପଡେ ନାହିଁ। କିନ୍ତୁ ଯେଉଁମାନଙ୍କ ଜଂଘରେ ଅଧିକ ଚର୍ବି ଥାଏ ସେମାନେ ବହୁତ କଷ୍ଟ ପାଆନ୍ତି। କେବେ କେବେ ଏହି କଷ୍ଟ ଏତେ ଅସହନୀୟ ହୋଇଯାଏ ଯେ, ଚାଲିବା ବୁଲିବାରେ କଷ୍ଟ ହୁଏ। ଏହି ସମସ୍ୟା ଗ୍ରୀଷ୍ମ ଓ ବର୍ଷା ଋତୁରେ  ଅଧିକ ହୋଇଥାଏ। ଏହି ସମସ୍ୟାରୁ ରକ୍ଷା ପାଇବା ପାଇଁ ଏହି ଉପଚାର କରନ୍ତୁ।

{"id":137236,"width":583,"height":433}

୧- ବ୍ୟାୟାମ

ଏହି କଷ୍ଟରୁ ମୁକ୍ତି ପାଇବା ପାଇଁ ପ୍ରଥମେ ଜଂଘର ଓଜନ ଏବଂ ଚର୍ବି କମ କରିବା ଜରୁରୀ। ଏଥିପାଇଁ କେବଳ ଗୋଡ ବ୍ୟାୟାମ୍‌ କରିଲେ ସମସ୍ୟାର ସମାଧାନ ହୋଇଯିବ।

୨- ଲଂଗ ସକ୍ସ

ଲଂଗ ସକ୍ସ ପିନ୍ଧିଲେ ଏହା ଜଂଘର ଚର୍ମ ପରସ୍ପର ସହ ଘସି ହେବାରୁ ମୁକ୍ତି ମିଳିଥାଏ। ଏହା ଦ୍ବାରା ଚାଲିବାରେ ମଧ୍ୟ କଷ୍ଟ ହୁଏ ନାହିଁ।

୩- ନଡିଆ ତେଲ

କୌଣସି ପ୍ରକାରର ଜଳା ପୋଡା ହେଲେ ନଡିଆ ତେଲ ବେଶ ଲାଭଦାୟକ ହୋଇଥାଏ। ଜଂଘରେ ନଡିଆ ତେଲ ଲଗାଇଲେ କଷ୍ଟରୁ ମୁକ୍ତି ପାଇବା ସହଜ ହୋଇଥାଏ।

{"id":137240,"width":546,"height":397}

୪- ପେଟ୍ରୋଲିୟମ ଜେଲି

ଜଂଘରେ ସବୁବେଳେ ଭେସଲିନ୍‌ ବା ଲସୋନ ଲଗାଇବା ଉଚିତ୍‌। ଫଳରେ ଦୌଡା ଦୌଡି ବା ଚଲାବୁଲା କରିବା ବେଳେ ପରସ୍ପର ଜଂଘ ଘର୍ଷଣ ହେଲେ ମଧ୍ୟ ଚମ ଛିଡିଯିବାର ଭୟ ରହିବ ନାହିଁ ।

୫- ବେଣ୍ଡଲେଟ

ଚର୍ମ ଘସି ହୋଇ ଜଳା ପୋଡା ହେଉଥିବା ସମସ୍ୟାରୁ ମୁକ୍ତି  ପାଇଁ ଏହି ପରିଧାନର ଡିଜାଇନ କରାଯାଇଛି। ଏହା କେବଳ ଜଂଘରେ ପିନ୍ଧାଯାଏ। ଏହାର ଫେବ୍ରିକ୍‌ ଭଲ ହୋଇଥିବାରୁ ଜଂଘରେ ବ୍ୟବହାର କରିଲେ ଜଳାପୋଡା ସମସ୍ୟା ହେବ ନାହିଁ।

{"id":137228}

୬- ପାଉଡର

ଜଂଗ ସ୍କିନ୍‌ ଘସି ହୋଇ ଲାଲ ପଡିଲେ ଅଧିକ ଜଳାପୋଡା ହୁଏ। ତେଣୁ ଏଥିରୁ ରକ୍ଷା ପାଇବା ପାଇଁ ଜଂଘରେ ବେବି ପାଉଡର ଲଗାଇବା ଉଚିତ୍‌। ଫଳରେ କଷ୍ଟ ହୁଏ ନାହିଁ।

୭- ସୁତା ପୋଷାକ

ଏମିତି ସମସ୍ୟା ହେଉଥିବା ଲୋକଙ୍କୁ ସିନ୍ଥେଟିକ୍‌ କପଡାର ପୋଷାକ ପିନ୍ଧିବା ଅନୁଚିତ୍‌। କାରଣ ସିନ୍ଥେଟିକ୍‌ କପଡା ପିନ୍ଧିଲେ ଅଧିକ ଜଳାପୋଡା ହୁଏ। ସେଥିପାଇଁ ସବୁବେଳେ ସୁତା ପୋଷାକ ପିନ୍ଧିବା ଉଚିତ୍‌ ଯାହା ଆରାମଦାୟକ ହୋଇଥାଏ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.