ସୁଖ ଓ ଦୁଃଖ ସମୟରେ କିଭଳି ନିୟନ୍ତ୍ରଣ କରିବେ ନିଜ ମନକୁ : ଜାଣନ୍ତୁ ଏହି ସୂତ୍ର

Published By : Prameya-News7 Bureau | April 01, 2020 IST

ଜୀବନରେ ଆସୁଥିବା ସମସ୍ୟା ଯୋଗୁଁ ଅଧିକାଂଶ ଲୋକେ ନିରାଶ ହୋଇଯାଆନ୍ତି କିନ୍ତୁ ମନୁଷ୍ୟକୁ ସୁଖ ହେଉ କିମ୍ବା ଦୁଃଖ ପ୍ରତ୍ୟେକ ସମୟରେ ସନ୍ତୁଷ୍ଟ ରହିବା ଆବଶ୍ୟକ। ଯଦି ସନ୍ତୁଷ୍ଟି ରହିବ ନାହିଁ ତେବେ ମନକୁ ଶାନ୍ତି ମିଳିବ ନାହିଁ। ଇଚ୍ଛାକୁ ପୂରା କରିବା ପାଇଁ ମନ ସବୁବେଳେ ବ୍ୟାକୁଳ ରହିଥାଏ।

ବ୍ୟକ୍ତି ଖରାପ ସମୟରେ ଦୁଃଖୀ ହେବା ଅନୁଚିତ୍ ଏବଂ ସୁଖ ସମୟରେ ଅଧିକ ଆନନ୍ଦିତ ହେବା ଅନୁଚିତ୍।

ଏହି ନୀତିର ମହତ୍ତ୍ବ ଦର୍ଶାଉଥିବା ଏକ ଲୋକ କଥା ମଧ୍ୟ ପ୍ରଚଳିତ ରହିଛି। କଥା ଅନୁସାରେ ଏକ ଆଶ୍ରମରେ ଏକ ଭକ୍ତ ଗାଈ ଦାନ କରିଥିଲେ। ଶିଷ୍ୟ ନିଜ ଗୁରୁଙ୍କୁ ଏବିଷୟରେ କହିଥିଲେ। ଗୁରୁ କହିଥିଲେ ଯେ ଭଲ କଥା ଏବେ ଆମକୁ ତାଜା କ୍ଷୀର ମିଳିବ। ଶିଷ୍ୟ ପ୍ରସନ୍ନ ଥିଲେ। ଏବେ ସେମାନଙ୍କୁ ପ୍ରତିଦିନ ତାଜା କ୍ଷୀର ମିଳୁଥିଲା। ସମସ୍ତଙ୍କ ସ୍ବାସ୍ଥ୍ୟ ଭଲ ହୋଇଯାଇଥିଲା। କିଛି ଦିନ ପରେ ସେହି ଭକ୍ତ ପୁଣି ଥରେ ଆଶ୍ରମକୁ ଆସିଥିଲେ ଏବଂ ନିଜ ଗାଈକୁ ନେଇ ଯାଇଥିଲେ। ଯାହା ଫଳରେ ସମସ୍ତ ଶିଷ୍ୟ ଦୁଃଖୀ ହୋଇଯାଇଥିଲେ କାରଣ ଏବେ ତାଙ୍କୁ ତାଜା କ୍ଷୀର ମିଳିବ ନାହିଁ। ଏହି କଥା ସେମାନେ ତାଙ୍କ ଗୁରୁଙ୍କୁ କହିବାରୁ ଗୁରୁ କହିଥିଲେ ଭଲ ହେଲା ଏଥର ଆମକୁ ଗାଈର ଗୋବର ସଫା କରିବାକୁ ପଡ଼ିବ ନାହିଁ। ଆମ ସମୟ ଅପଚୟ ହେବ ନାହିଁ ଏବଂ ଆମେ ପୂଜା ପାଠ ପାଇଁ ଅଧିକ ସମୟ ପାଇବା।

ଶିଷ୍ୟମାନେ କହିଲେ ଏବେ ଆମକୁ ତାଜା କ୍ଷୀର ମିଳିବ ନାହିଁ। ଗୁରୁ କହିଲେ ଆମକୁ ସବୁ ପ୍ରକାର ପରିସ୍ଥିତିରେ ସନ୍ତୁଷ୍ଟ ରହିବା ଉଚିତ୍। ଯେତେବେଳେ ଆମକୁ ଗାଈ ଦାନରେ ମିଳିଲା ସେତେବେଳେ ଆମେ ଅଧିକ ଖୁସି ହେଲୁ ନାହୁଁ ଏବଂ ଏବେ ଯେତେବେଳେ ଗାଈ ନାହିଁ ଆମେ ଦୁଃଖୀ ନାହୁଁ। ଏହି ସୂତ୍ର ଆମ ଜୀବନରେ ଶାନ୍ତି ନେଇ ଆସିଥାଏ। ଯଦି ସନ୍ତୁଷ୍ଟି ଭାବନା ନଥିବ ତେବେ ଆମ ମନ ଅଶାନ୍ତ ରହିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.