ଭୋଟ ପୂର୍ବରୁ କିପରି ଜାଣିବେ ଆପଣଙ୍କ ନାଁ ଭୋଟର ଲିଷ୍ଟରେ ଅଛି କି ନାହିଁ

Published By : Prameya-News7 Bureau | April 20, 2019 IST

ନୂଆଦିଲ୍ଲୀ ୨୦।୪: ସାଧାରଣ ନିର୍ବାଚନ ଘୋଷଣା ପରଠାରୁ  ଦେଶରେ ଦୁଇ ପର୍ଯ୍ୟାୟ ମତଦାନ ଶେଷ ହେଲାଣି । ହେଲେ ଗତ  ସବୁ ନିର୍ବାଚନ ଭଳି  ଚଳିତ ନିର୍ବାଚନରେ ମଧ୍ୟ ମତଦାତାଙ୍କ ସେଇ ଏକା ଅଭିଯୋଗ,  ଭୋଟର ଲିଷ୍ଟରେ ସେମାନଙ୍କର ନାଁ ନାହିଁ । ତେବେ ଭୋଟ ଦେବା ପୂର୍ବରୁ ମତଦାତା ସୂଚିରେ ନାଁ ଅଛି କି ନା ଜାଣି ପାରିବେ ଭୋଟର । ଏଥିପାଇଁ ଜାତୀୟ  ମତଦାତା ସେବାଙ୍କ ଅଫିସିଆଲ ଓ୍ବେବସାଇଟରେ ରହିଛି ସ୍ବତନ୍ତ୍ର ବ୍ୟବସ୍ଥା । କିଛି ସହଜ ଷ୍ଟେପ ଫଲୋ କଲେ ଭୋଟର ଲିଷ୍ଟରେ ନାଁ ଅଛି କି ନାହିଁ ସହଜରେ ଜାଣିପାରିବେ ମତଦାତା। 

{"id":105507}

ଆପଣଙ୍କ ଭୋଟ ଆପଣଙ୍କ ଅଧିକାର। ସେହି ଗୋଟିଏ ଭୋଟ ଦେଇ ଆସନ୍ତା ୫ ବର୍ଷ ପାଇଁ ଆପଣ ସରକାର ନିର୍ବାଚନ କରିବେ। ଏଣୁ ଭୋଟର ଲିଷ୍ଟରେ ଆପଣଙ୍କ ନାଁ ଅଛି କି ନା ତାହା ପ୍ରଥମେ ଜାଣିବା ଉଚିତ। ଏଥିପାଇଁ ନିମ୍ନରେ ଦିଆଯାଇଥିବା କିଛି ଟିପ୍ସ ଫଲୋ କଲେ ଭୋଟର ଲିଷ୍ଟରେ ଆପଣଙ୍କ ନାଁ ଅଛି କି ନାହିଁ  ଜାଣିପାରିବେ।

ଷ୍ଟେପ-୧

ପ୍ରଥମେ ନିର୍ବାଚନ ଆୟୋଗଙ୍କ ଜାତୀୟ ମତଦାତା ସର୍ଭିସ ପୋର୍ଟାଲ https://www.nvsp.in/ ରେ ଆପଣଙ୍କୁ ଲଗଇନ୍  କରିବାକୁ ପଡିବ । ଏଠାରେ ଦୁଇଟି ଉପାୟରେ ଆପଣ ନାମ ଯାଞ୍ଚ କରିପାରିବେ। ଗୋଟିକରେ ଆପଣ ନିଜର ସମସ୍ତ ତଥ୍ୟ ସୂଚନା ଦେଇ ଲିଷ୍ଟରେ ନିଜର ନାଁ ଖୋଜି ପାରିବେ ନଚେତ ନିଜର EPIC ନମ୍ବର ଦେଇ ସୂଚିରେ ଅନ୍ତର୍ଭୁକ୍ତ ହୋଇଛନ୍ତି କି ନାଁ ଜାଣିପାରିବେ। EPIC ନମ୍ବର ଆପଣଙ୍କ ଭୋଟ ପରିଚୟପତ୍ରରେ ରହିଛି ।

ଷ୍ଟେପ-୨

ଯଦି ଆପଣଙ୍କର EPIC ନମ୍ବର ଅଛି, ତେବେ ଆପଣ NVSP ଙ୍କ ଇଲେକ୍ଟ୍ରୋଲ ପେଜରେ ଲଗ୍ ଇନ୍ କରି EPIC ନମ୍ବର, ନିଜ ରାଜ୍ୟ, କ୍ୟାପସରେ ଦିଆଯାଇଥିବା କୋଡ ଦେଇ ସର୍ଚ୍ଚ ଅପସନରେ କ୍ଲିକ୍ କରନ୍ତୁ। ଏଥିରୁ ଭୋଟର ଲିଷ୍ଟରେ ଆପଣଙ୍କ ନାମ ଥିଲେ ବାହାରି ଆସିବ। ନ ଆସିଲେ ଜାଣିବେ ଭୋଟର ଲିଷ୍ଟରେ ଆପଣଙ୍କ ନାଁ ନାହିଁ।

ଷ୍ଟେପ-୩

{"id":105508}

ଯଦି ଆପଣଙ୍କର EPIC ନମ୍ବର ନାହିଁ, ମାନୁଆଲି NVSP ରେ ଲଗ୍ ଇନ୍ କରିବା ପରେ ମଗାଯାଇଥିବା ସମସ୍ତ ସୂଚନା  ପୂରଣ କରି ନିଜର ନାମ ଖୋଜି ପାରିବେ। ସୂଚନା ଦେବା ପରେ ସର୍ଚ୍ଚ ଅପସନ କ୍ଲିକ୍ କରିବା ପରେ ଭୋଟର ଲିଷ୍ଟରେ ଆପଣଙ୍କ ନାମ ଥିଲେ ଆପେ ଆପେ ଆସିଯିବ। ଯଦି ନ ଆସେ ତେବେ ଜାଣିବେ ନାମ ନାହିଁ ।

ନାଁ ନଥିଲେ କଣ କରିବେ ? ଯଦି ଆପଣ ୧୮ ବର୍ଷ ବୟସରୁ ଅଧିକ ଓ ଆପଣଙ୍କର ଭୋଟର ପରିଚୟପତ୍ର ଅଛି କିନ୍ତୁ ଭୋଟର ଲିଷ୍ଟରେ ନାଁ ନାହିଁ ତେବେ   ଆପଣ ଆପଣଙ୍କ ନିର୍ବାଚନ ମଣ୍ଡଳିର ନିର୍ବାଚନ ଅଧିକାରୀଙ୍କସହ ସମ୍ପର୍କ କରିବା ସହ ଅଭିଯୋଗ କରନ୍ତୁ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.