ସାଇଲେଣ୍ଟ ମୋଡରେ ଥିବା ଫୋନ ହଜିଗଲେ କେମିତି ଖୋଜିବେ ଜାଣନ୍ତୁ

Published By : Prameya-News7 Bureau | April 23, 2019 IST

wp:heading {"level":5}
ଆଧୁନିକ ଯୁଗରେ ମୋବାଇଲ ଫୋନ୍‌ ମଣିଷଙ୍କ ଜୀବନ ବଞ୍ଚାଇପାରେ। କାରଣ ସୋସିଆଲ ମିଡିଆ ବହୁତ ଉପଯୋଗୀ ହୋଇଯାଇଛି। ଫୋନ ଦ୍ବାରା ଲୋକେ ଯାତ୍ରା କରିବାଠୁ ଆରମ୍ଭ କରି ଖାଇବା ମଗାଇବା ସହ ଶପିଙ୍ଗ ମଧ୍ୟ କରିପାରୁଛନ୍ତି।
/wp:heading {"id":106399,"width":572,"height":381}
wp:heading {"level":5}
ଆଜିକାଲି ଲୋକେ ଖାଇବା ଭୁଲି ଯାଉଛନ୍ତି ସତ କିନ୍ତୁ ଘରୁ ବାହାରିଲା ବେଳେ ଫୋନ ଭୁଲନ୍ତି ନାହିଁ। କାରଣ ଉନ୍ନତ ଟେକନୋଲୋଜି ମାଧ୍ୟମରେ ଲୋକେ ଅଧିକାଂଶ କାମ କରନ୍ତି। ଆଜି ଦିନରେ ଫୋନ୍‌ର ମହତ୍ବ ଲୋକଙ୍କ ଗହଣରେ ବହୁତ ଅଧିକ।
/wp:heading {"id":106400}
wp:heading {"level":5}
ଏମିତି ଅନେକ ଥର ହୋଇଥାଏ ଯେବେ ଫୋନ୍‌ ସାଇଲେଣ୍ଟ ମୋଡରେ ଥାଏ ଓ ଫୋନ୍‌ ମିଳେ ନାହିଁ। ଆଜିକାଲି ପ୍ରାୟତଃ ଲୋକେ ସ୍ମାର୍ଟଫୋନ୍‌ ବ୍ୟବହାର କରୁଛନ୍ତି। ତେବେ ଫୋନ୍‌ ନମିଳିବା ସମୟରେ ଆଣ୍ଡରୋଏଡ୍‌ ଡିଭାଇସ୍‌ ମ୍ୟାନେଜରର ବ୍ୟବହାର କରିବା ଉଚିତ୍‌।
/wp:heading {"id":106402}
wp:heading {"level":5}
ଗୁଗୁଲ ଆଇଡିରୁ ମିଳୁନଥିବା ଫୋନ୍‌ ଆକସେସ କରିବା ଉଚିତ୍‌ । ପ୍ରଥମେ ଆଉ ଏକ ଫୋନ୍‌ରୁ ଇଣ୍ଟରନେଟ୍‌ ବ୍ରାଉଜର ଖୋଲନ୍ତୁ। ତାପରେ ଆଣ୍ଡରୋଏଡ୍‌ ଡିଭାଇସ୍‌ ମ୍ୟାନେଜର ଦ୍ବାରା ସେଥିରେ ଫାଇଣ୍ଡ ମାଇ ଫୋନ୍‌ ଲେଖନ୍ତୁ। ଏହା ପରେ ଗୁଗୁଲ ଆଇଡିରେ ସାଇନ୍‌ ଇନ୍‌ କରିବା ପାଇଁ ଅପସନ ଆସିବ। ସେଥିରେ ନିଜ ଫୋନ ଆଇଡି ବ୍ୟବହାର କରି ସାଇନ ଇନ କରନ୍ତୁ। ଏଥିରେ ରିଂଗ, ଲକ୍‌ ଓ ଇରେଜ ଅପସନ ଆସିବ। ତେବେ ଫୋନ ଖୋଜିବା ପାଇଁ ରିଂଗ ଅପସନରେ କ୍ଲିକ୍‌ କରିଲେ ସାଇଲେଣ୍ଟ ଥିବା ଫୋନ୍‌ ରିଂଗ ହେବ।  ଏହା ବ୍ୟତୀତ ଫୋନ ହଜିଲେ ସେଥିରୁ ଡାଟା ଇରେଜ କରିବା ସହ ଲକ୍‌ ମଧ୍ୟ କରିହେବ।
/wp:heading

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.