Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୟୁପି ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଝଟକା : ଇସ୍ତଫା ଦେଲେ ଆରପିଏନ୍ ସିଂହ, ବିଜେପିରେ ହେବେ ସାମିଲ୍
  • ||
  • ଫୁଟବଲ ମ୍ୟାଚ୍ ଦେଖିବା ପାଇଁ ଦଳାଚକଟା : ୬ ମୃତ, ୫୦ରୁ ଅଧିକ ଗୁରୁତର
  • ||
  • ବଲାଙ୍ଗୀର : ଭିଜିଲାନ୍ସ ଜାଲରେ ଆଗଲପୁର ବ୍ଲକ୍ ସେକ୍ସନ୍ ଅଫିସର୍, ଏକକାଳୀନ ୩ଟି ସ୍ଥାନରେ ଚଢାଉ
  • ||
  • ନିର୍ବାଚନ ପ୍ରଚାର ବେଳେ ଉତ୍ତେଜନା : କୋଭିଡ୍ କଟକଣା ଭାଙ୍ଗି କରୁଥିଲେ ସଭା, ୨ ଗୋଷ୍ଠୀ ମୁହାଁମୁହିଁ
  • ||
  • ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୩୨କୁ ବୃଦ୍ଧି
  • ||
  • ରାଜ୍ୟରେ ଖସିଲା ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୫୮୯୧ କୋଭିଡ୍ ପଜିଟିଭ୍, ୧୨୧୭୮୪୨ରେ ପହଞ୍ଚିଲା ସଂଖ୍ୟା
  • ||
  • ମଙ୍ଗଳବାରଠୁ ଓଡିଶା ଓପନ୍ ବ୍ୟାଡମିଣ୍ଟନ୍, ଭାଗନେବେ ୧୭ ଦେଶର ୩୫୦ ପ୍ରତିଯୋଗୀ
  • ||
  • ସମାଧାନ ପାଇଁ ଯାଇଥିଲେ ମହିଳା ଏସଆଇ, ୨ ଘଣ୍ଟା ଅଟକ ରଖିଲେ ଗ୍ରାମବାସୀ
  • ||
  • ଇନ୍ଦୋରରେ ଓମିକ୍ରନ୍ ଭାରିଆଣ୍ଟର ନୂଆ ଷ୍ଟ୍ରେନ୍, ୬ ଶିଶୁଙ୍କ ସମେତ ୧୨ ରୋଗୀ ସଂକ୍ରମିତ
  • ||
  • କରଞ୍ଜିଆ ରେଞ୍ଜରେ ଗୋଠଛଡା ଦନ୍ତା ଆତଙ୍କ : ଭାଙ୍ଗିଲା ଘର, ନଷ୍ଟ କଲା ଫସଲ
  • ||

ବିଘ୍ନହର୍ତ୍ତା ଗଣେଶ ଦୂର କରିବେ ସମସ୍ତ ବାସ୍ତୁ ଦୋଷ : ଜାଣନ୍ତୁ କିଭଳି କରିବେ ପୂଜା

21/05/2020 at 1:21 PM

ହିନ୍ଦୁ ଧର୍ମରେ କୌଣସି ଶୁଭ କାମ କରିବା ପୂର୍ବରୁ ଭଗବାନ ଗଣେଶଙ୍କ ପୂଜା କରାଯାଇଥାଏ। ଏପରି କୁହାଯାଇଥାଏ ଯେ ବିଘ୍ନହର୍ତ୍ତା ଶ୍ରୀ ଗଣେଶ ଶୁଭ କାର୍ଯ୍ୟରେ ଆସୁଥିବା ବାଧା ଦୂର କରିଥାନ୍ତି। ଭଗବାନ ଗଣେଶଙ୍କ ପୂଜା ଅନେକ ବାସ୍ତୁ ଦୋ‌ଷ ମଧ୍ୟ ନିବାରଣ କରିଥାଏ। ଶ୍ରୀ ଗଣେଶଙ୍କ ଆରାଧନା ବିନା ବାସ୍ତୁ ଦେବତାଙ୍କୁ ସନ୍ତୁଷ୍ଟ କରାଯାଇପାରିବ ନାହିଁ।

  • ଯଦି ଘରର ମୁଖ୍ୟ ଦ୍ବାରରେ ଶ୍ରୀ ଗଣେଶଙ୍କ କୌଣସି ଚିତ୍ର ଲାଗିଛି ତେବେ ତାଙ୍କ ବିପରୀତ ପଟେ ମଧ୍ୟ ଗଣେଶଙ୍କ ଫଟୋ ଏପରି ଲଗାନ୍ତୁ ଯେପରି ଦୁଇ ଗଣେଶଙ୍କ ପିଠି ପରସ୍ପର ମିଶିବେ। ଏହା ଦ୍ବାରା ବାସ୍ତୁ ଦୋଷ ଦୂର ହୋଇଥାଏ।

  • ଘରର ଯେଉଁ ଭାଗରେ ବାସ୍ତୁ ଦୋ‌ଷ ରହିଛି ସେଠାରେ ଘିଅ ମିଶ୍ରିତ ସିନ୍ଦୂରରେ କାନ୍ଥରେ ସ୍ବସ୍ତିକ କରନ୍ତୁ। ଏହା ଦ୍ବାରା ବାସ୍ତୁ ଦୋଷର ପ୍ରଭାବ କମ୍ ହେବ।

  • ଘର କିମ୍ବା ଅଫିସରେ ଗଣେଶଙ୍କ ପ୍ରତିମା କିମ୍ବା ଫଟୋ ଲଗାଉଛନ୍ତି ଯଦି ଧ୍ୟାନ ରଖନ୍ତୁ ଯେ ତାଙ୍କ ମୁହଁ ଦକ୍ଷିଣ ଦିଗରେ କିମ୍ବା ନୈତୃତ୍ୟ କୋଣରେ ନ ହେବ।

  • ଘର କିମ୍ବା ଅଫିସର ମନ୍ଦିରରେ ଛିଡ଼ା ହୋଇଥିବା ଗଣେଶଙ୍କ ଫଟୋ ଲଗାଇବା ଶୁଭ ହୋଇଥାଏ। ଏହା ଦ୍ବାରା ଧନ ଲାଭ ହୋଇଥାଏ ଏବଂ ବ୍ୟବସାୟରେ ମଧ୍ୟ ପ୍ରତିଷ୍ଠାର ମାର୍ଗ ଖୋଲିଥାଏ।

  • ଘରର ବ୍ରହ୍ମ ସ୍ଥାନ ଅର୍ଥାତ୍ କେନ୍ଦ୍ରରେ,ଈଶାନ କୋଣ ଏବଂ ପୂର୍ବ ଦିଗରେ ଗଣେଶଙ୍କ ମୂର୍ତ୍ତି କିମ୍ବା ଚିତ୍ର ଲଗାଇବା ଶୁଭ ହୋଇଥାଏ।

  • ସୁଖ,ଶାନ୍ତି,ସମୃଦ୍ଧି ଚାହୁଁଛନ୍ତି ଯଦି ଘରେ ସବୁବେଳେ ଧଳା ରଙ୍ଗର ଗଣେଶଙ୍କ ମୂର୍ତ୍ତି କିମ୍ବା ଫଟୋ ଲଗାନ୍ତୁ। ଏହା ଦ୍ବାରା ସକରାତ୍ମକ ଶକ୍ତି ଏବଂ ଧନ ଲାଭ ହୋଇଥାଏ।

  • ଯଦି କୌଣସି ଶୁଭ କାମ କରିବାକୁ ଯାଉଛନ୍ତି ତେବେ ସିନ୍ଦୂରୀ ରଙ୍ଗର ଗଣେଶଙ୍କ ଆରାଧନା କରନ୍ତୁ। ଏହି କଥା ପ୍ରତି ଧ୍ୟାନ ରଖନ୍ତୁ ଯେ ତାଙ୍କ ବାମ ହାତ ପଟେ ଶୁଣ୍ଢ ବୁଲିଥିବ।

  • ଗଣେଶଙ୍କ ଲଡ଼ୁ ଏବଂ ମୂଷା ଅତ୍ୟନ୍ତ ପ୍ରିୟ ଏଥିପାଇଁ ଚିତ୍ର ଲଗାଇବା ସମୟରେ ଧ୍ୟାନ ରଖନ୍ତୁ ଯେ ଦୁଇଟି ଜିନିଷ ଫଟୋରେ ନିଶ୍ଚିତ ଥିବା ଜରୁରୀ।

   Related Posts