ଆର୍ଥିକ ସଙ୍କଟ ଦେଇ ଗତି କରୁଛନ୍ତି କି ? ଅବଲମ୍ବନ କରନ୍ତୁ ଏହି ବାସ୍ତୁ ଟିପ୍ସ

Published By : Prameya-News7 Bureau | April 21, 2020 IST

ଭୁବନେଶ୍ୱର ୨୧/୦୪ : ବାସ୍ତୁଶାସ୍ତ୍ର ଅନୁଯାୟୀ, ଘରେ କୌଣସି ବାସ୍ତୁ ଦୋଷ ଥିଲେ ଆର୍ଥିକ ସଙ୍କଟ ଦେଖାଦିଏ | ବେଳେବେଳେ ଏହି ଦୋଷ ଜଣାପଡିନଥାଏ | କିନ୍ତୁ ବେଳେବେଳେ ଆମେ ଜାଣିଶୁଣି ମଧ୍ୟ ନଜର ଅନ୍ଦାଜ କରିଥାଉ | କିଛି କିଛି ଜିନିଷ ଉପରେ ଦୃଷ୍ଟି ଦେଲେ ଘରେ ଥିବା ବାସ୍ତୁ ଦୋଷ ଦୂର ହୋଇପାରିବ | ଯାହାଫଳରେ ଆର୍ଥିକ ସଙ୍କଟ ମଧ୍ୟ ଦୂର ହୋଇପାରିବ | ଏହି ବାସ୍ତୁ ଟିପ୍ସକୁ ଅବଲମ୍ବନ କରି ଆର୍ଥିକ ସମସ୍ୟାକୁ ଏଡାଇ ପାରିବେ | ଏଥିପାଇଁ ଆପଣଙ୍କୁ କିଛି ଘରୋଇ ଟିପ୍ସ ଅବଲମ୍ବନ କରିବାକୁ ହେବ |

ଶୟନକକ୍ଷ ଝରକାରେ କ୍ରିଷ୍ଟାଲ ଲଗାନ୍ତୁ | ଏହାକୁ ଛୁଇଁ ଯେଉଁ କିରଣ ଘର ଭିତରକୁ ପ୍ରବେଶ କରିଥାଏ ତାହା ସକାରାତ୍ମକ ଉର୍ଜା ସୃଷ୍ଟି କରିଥାଏ ଏବଂ ଘରର ଆର୍ଥିକ ସମସ୍ୟା କମିଯାଇଥାଏ | ଏହା ଶରୀରକୁ ମଧ୍ୟ ସୁସ୍ଥ ରଖିଥାଏ ଏବଂ ଉର୍ଜା ପ୍ରଦାନ କରିଥାଏ |

ଘରେ ଏମିତି ଏକ ଜାଗାରେ ଦର୍ପଣ ଲଗାନ୍ତୁ ଯେପରିକି ଦର୍ପଣର ପ୍ରତିବିମ୍ବ ଘରର ଟ୍ରେଜେରି କିମ୍ବା ଆଲମାରୀରେ ପଡ଼ିବ ଯେଉଁଠି ଆପଣ ଟଙ୍କା ରଖନ୍ତି | ଏହା ଖର୍ଚ୍ଚ କମ କରିବାରେ ସାହାଯ୍ୟ କରିଥାଏ | ଏହାଦ୍ୱାରା ସଞ୍ଚୟ ମଧ୍ୟ ବଢିଥାଏ |

ନିଜ ଘରର ଛାତ ଉପରେ କିମ୍ବା ବାଲକନିରେ ପକ୍ଷୀମାନଙ୍କ ପାଇଁ ଏକ ବାସନରେ ପାଣି ଓ କିଛି ଶସ୍ୟ ଯେପରିକି ଚାଉଳ କିମ୍ବା ଗହମ ରଖନ୍ତୁ | ବାସ୍ତୁଶାସ୍ତ୍ର ଅନୁଯାୟୀ, ପକ୍ଷୀ ନିଜ ସହିତ ସକାରାତ୍ମକ ଶକ୍ତି ଆଣିଥାନ୍ତି ଯାହାଫଳରେ ଧନ ସମ୍ବନ୍ଧୀୟ ବାଧା ଦୂର ହୋଇଥାଏ ଏବଂ ଆର୍ଥିକ ସ୍ଥିତି ସ୍ୱଚ୍ଛଳ ହୋଇଥାଏ |

ଯଦି ବ୍ୟବସାୟରେ ବାରମ୍ବାର ବାଧା ସୃଷ୍ଟି ହେଉଛି, ପରିଶ୍ରମ ଅନୁଯାୟୀ ଫଳ ମିଳୁନାହିଁ ତାହେଲେ ନିଜ ଶୟନକକ୍ଷ ଭିତରେ ବାମ କୋଣରେ କୌଣସି ଓଜନିଆ ଜିନିଷ ରଖି ଦିଅନ୍ତୁ | ଏହାଦ୍ୱାରା ଆର୍ଥିକ ସ୍ଥିତି ଦୁର୍ବଳ ହେବାହିଁ |

ଘରେ ଏକ ଏକ୍ଵାରିୟମ ରଖନ୍ତୁ | ଏହି ଏକ୍ଵାରିୟମରେ କଳା ଓ ସୁନେଲି ରଙ୍ଗର ମାଛ ରଖନ୍ତୁ | ଏହା ନକାରାତ୍ମକ ଶକ୍ତିକୁ ଦୂର କରିଥାଏ ଏବଂ ସକାରାତ୍ମକ ଶକ୍ତି ବୃଦ୍ଧି କରିଥାଏ |

ଘରର ମୁଖ୍ୟ ଦ୍ୱାରାକୁ ସବୁବେଳେ ସଫା ରଖନ୍ତୁ | ମୁଖ୍ୟ ଦ୍ୱାରା ଆଖପାଖ କାନ୍ଥର ରଙ୍ଗ ମଧ୍ୟ ମଝି ମଝିରେ ବଦଳାନ୍ତୁ | ଏହିଭଳି କରିବା ଦ୍ୱାରା ଘରେ ମା ଲକ୍ଷ୍ମୀ ବାସ କରନ୍ତି | ଫଳରେ ଆର୍ଥିକ ସମସ୍ୟା ଦେଖା ଦେଇନଥାଏ |

ଘରର ଉତ୍ତର ପୂର୍ବ ଦିଗରେ ଗଣେଶଙ୍କ ଫଟୋ ନିଶ୍ଚୟ ଲଗାନ୍ତୁ | ବାସ୍ତୁଶାସ୍ତ୍ର ଅନୁସାରେ ଗଣେଶଙ୍କ ଫଟୋ ରଖିବା ଦ୍ୱାରା ଆର୍ଥିକ ସ୍ଥିତି ସୁଦୃଢ ହୋଇଥାଏ | ଆର୍ଥିକ ସ୍ଥିତି ସୁଦୃଢ କରିବା ପାଇଁ ମା' ଲକ୍ଷ୍ମୀଙ୍କ ସହ ଗଣେଶଙ୍କୁ ଆରାଧନା କରିବା ଉଚିତ | ଫଳରେ ମା ଲକ୍ଷ୍ମୀଙ୍କ ସହ ଭଗବାନ ଗଣେଶ ମଧ୍ୟ ପ୍ରସନ୍ନ ହୋଇଥାନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.