ଲକ୍‌ଡାଉନ୍‌ରେ ଦୀର୍ଘ ସମୟ ଧରି କମ୍ପ୍ୟୁଟର ଆଗରେ କାମ କରି ଆଖି ତଳେ ପଡ଼ିଯାଉଛି କି ଦାଗ ? ଏହି ଉପାୟରେ ଚୁଟ୍‌କିରେ ହଟିଯିବ ଡାର୍କ ସର୍କଲ୍

Published By : Prameya-News7 Bureau | May 10, 2020 IST

ମହିଳାଙ୍କ ତୁଳନାରେ ଦେଖାଗଲେ ପୁରୁଷଙ୍କଠାରେ ଡାର୍କ ସର୍କଲ୍ ଅଧିକ ଦେଖାଯାଏ। ଏହା କେବଳ ପୁରୁଷଙ୍କ ସ୍ମାର୍ଟନେସକୁ ବିଗାଡ଼ି ନଥାଏ ବରଂ ବେଳେବେଳେ ଲଜ୍ଜାର ବିଷୟ ମଧ୍ୟ ହୋଇଥାଏ। କେତେକଙ୍କ ପାଇଁ ଏହି ସମସ୍ୟା ଲାପଟପରୁ ବାହାରୁଥିବା ଲାଇଟ୍ କାରଣରୁ କିମ୍ବା ସ୍କ୍ରିନକୁ ଲଗାତାର ଦେଖିବା କାରଣରୁ ହୋଇଥାଏ। କେତେକ ବ୍ୟକ୍ତି ଆଲକୋହଲ୍ ଏବଂ ଧୂମପାନ ସେବନ କରିବା ଦ୍ବାରା ଏହି ସମସ୍ୟା ଭୋଗିଥାନ୍ତି। ଆଜି ଆମେ ଜାଣିବା ଏପରି ବିୟୁଟି ଟିପ୍ସ ବିଷୟରେ ଯାହାକୁ ନିଜ ଘରେ ବ୍ୟବହାର କରି ଡାର୍କ ସର୍କଲରୁ ମୁକ୍ତି ପାଇ ପାରିବା।

ଆମେ ସମସ୍ତେ ପ୍ରତିଦିନ ଚାଉଳର ବ୍ୟବହାର କରିଥାଉ। ଆଖି ତଳେ ଡାର୍କ ସର୍କଲକୁ ଦୂର କରିବା ପାଇଁ ଚାଉଳକୁ ଏକ ବିୟୁଟି ଟିପ୍ସ ଭାବେ ବ୍ୟବହାର କରାଯାଇପାରିବ। ଚାଉଳରେ ଏପରି ଗୁଣ ରହିଛି ଯାହା ଡାର୍କ ସର୍କଲକୁ ଦୂର କରିବାରେ ସହାୟକ ହୋଇଥାଏ।

ବୈଜ୍ଞାନିକ ଅନୁସନ୍ଧାନ ଅନୁସାରେ, ଚାଉଳକୁ ତ୍ବଚାରେ ବ୍ୟବହାର କରିବା ଫଳରେ ତ୍ବଚାର କୋଲୋଜେନ୍ ବୃଦ୍ଧି ପାଇଥାଏ। କେବଳ ଏତିକି ନୁହେଁ,ଚାଉଳରେ ଆଣ୍ଟି ଏଜିଂ ଇଫେକ୍ଟ ହେବା ସହ ଆଣ୍ଟି ଅକ୍ସିଡାଣ୍ଟ ଗୁଣ ମଧ୍ୟ ଥାଏ। ଏହି ଗୁଣ ତ୍ବଚାର ଚମକ ବଢ଼ାଇବା ସହ ଚର୍ମ କୁଞ୍ଚନ ଏବଂ ଡାର୍କ ସର୍କଲ ଦୂର କରିଥାଏ। ଆସନ୍ତୁ ଜାଣିବା ଡାର୍କ ସର୍କଲକୁ ଦୂର କରିବା ପାଇଁ ଚାଉଳକୁ କିପରି ବ୍ୟବହାର କରିବା

ସାମଗ୍ରୀ :

୨ ଚାମଚ ଚାଉଳ

୩-୪ବୁନ୍ଦା ମହୁ

wp:list
  • ଚାଉଳକୁ ରାତିରେ ବତୁରାଇ ଦିଅନ୍ତୁ।
  • ସକାଳେ ଉଠିବା ପରେ ଏହାର ପେଷ୍ଟ ବନାଇ ଦିଅନ୍ତୁ।
  • ଚାଉଳ ପେଷ୍ଟରେ ମହୁ ମିଶାନ୍ତୁ।
  • ଏବେ ଏହି ପେଷ୍ଟକୁ ଡାର୍କ ସର୍କଲରେ ଲଗାନ୍ତୁ।
  • ଏହାକୁ ୫ରୁ ୭ମିନିଟ୍ ଯାଏଁ ଲଗାଇ ରଖନ୍ତୁ ଏବଂ ଏହା ପରେ ପାଣିରେ ଧୋଇ ଦିଅନ୍ତୁ।
  • ଏହାକୁ ସପ୍ତାହରେ ୨-୩ଥର ଲଗାନ୍ତୁ ,ଆପଣ ଏହାର ପ୍ରଭାବ ଜାଣି ପାରିବେ।
/wp:list

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.