ଆପଣଙ୍କ ଗ୍ୟାସର ବର୍ଣ୍ଣର କଳା ପଡ଼ି ଧୀରେ ଜଳୁଛି କି : ତେବେ ଏହି ଉପାୟ ଅବଲମ୍ବନ କରନ୍ତୁ

Published By : Prameya-News7 Bureau | March 16, 2019 IST

ଏହି କଥା ତ ଆପଣମାନେ ଜାଣିଥିବେ ମହିଳାଙ୍କୁ ରୋଷେଇ ଘର ସଫା ରଖିବାକୁ ଅନେକ କସରତ କରିବାକୁ ପଡ଼ିଥାଏ। ଏଥିରେ ବହୁତ ସମୟ ନଷ୍ଟ ହେବା ସହ ସମସ୍ୟା ବଢ଼ିଥାଏ। ଆପଣ ଜାଣିଛନ୍ତି କି ଆପଣଙ୍କ ଘରେ ଏପରି କେତେକ ଜିନିଷ ରହିଛି ଯାହା ଦ୍ବାରା ଆପଣଙ୍କ ଘରେ ନିଆଁ ଲାଗିପାରେ,ଯଦି ଏହାକୁ ସଫା କରାନଯାଏ ତେବେ ଆପଣଙ୍କ ପରିବାର ପ୍ରତି ବିପଦର ଆଶଙ୍କା ରହିଥାଏ। କେବଳ ଏତିକି ନୁହେଁ ଏହି ଦାୟିତ୍ବ ଆପଣଙ୍କ ଉପରେ ନ୍ୟସ୍ତ ଥାଏ କାରଣ ଆପଣ ଘରର ଗୃହିଣୀ। ରୋଷେଇ ଘରେ ରହିଥିବା ସବୁ ଜିନିଷ ଯତ୍ନ ସହକାରେ ରଖନ୍ତୁ।

{"id":94030,"width":591,"height":332}

ମହିଳାମାନେ ରୋଷେଇ ଘରେ କାମ କରିବାବେଳେ ପରିଷ୍କାର ପରିଚ୍ଛନ୍ନତା ପ୍ରତି ଧ୍ୟାନ ରଖିଥାଆନ୍ତି ତଥାପି କିଛି ନା କିଛି ଭୁଲ୍ ହୋଇଯାଏ। ସେହିପରି ଗ୍ୟାସ୍ ଷ୍ଟୋଭୁ ଉପରେ ରୋଷେଇ କରୁଥିବାବେଳେ ବର୍ଣ୍ଣର ଉପରେ କିଛି ନା କିଛି ପଡ଼ିଥାଏ । ଯଦି ଏହାକୁ ଭଲ ଭାବେ ସଫା କରାନଯାଏ ତେବେ ଗ୍ୟାସ୍ ବର୍ଣ୍ଣର କଳା ପଡ଼ିଯାଇଥାଏ। ରୋଷେଇ ଘରକୁ ସଫାକ ରିବାବେଳେ ସବୁଠୁ ଅଧିକ ପରିଶ୍ରମ ଗ୍ୟାସ୍ ବର୍ଣ୍ଣରକୁ ସଫା କରିବାରେ ଯାଇଥାଏ। ଯଦି ଏହା ଉପରେ କୈାଣସି ଖାଦ୍ୟ ସାମଗ୍ରୀ ପଡ଼ି ଜମିଯାଇଥାଏ ତେବେ ଏହାର ଛିଦ୍ରଗୁଡ଼ିକୁ ସଫା କରିବାରେ ସମସ୍ୟା ସୃଷ୍ଟି ହୋଇଥାଏ। କିନ୍ତୁ ଆଜି ଆମେ ଏପରି ଉପାୟ ବିଷୟରେ ଜାଣିବା ଯାହା ଦ୍ବାରା ତାହା ଚମକି ଉଠିବ।

{"id":94031,"width":595,"height":334}

ଏଥିପାଇଁ ଆପଣଙ୍କୁ ବାହାରକୁ ଯିବାର ଆବଶ୍ୟକତା ପଡ଼ିବ ନାହିଁ। କାରଣ ଏହା ଯେଉଁ ଲିକୁଇଡରେ ସଫା ହୋଇଥାଏ ତାହା ଆପଣଙ୍କ ଘରେ ରହିଥାଏ। ଏହା ଅତ୍ୟନ୍ତ ଶସ୍ତା ହୋଇଥାଏ। ଆପଣଙ୍କ କଳା ବର୍ଣ୍ଣରକୁ ଏହି ଲିକୁଇଡରେ ରାତି ସାରା ବୁଡ଼ାଇ ରଖିବା ଆବଶ୍ୟକ। ଏଥିପାଇଁ ଆପଣ ଏକ ବଡ଼ ଟବରେ ଭିନେଗାର ପକାନ୍ତୁ ,ଭିନେଗାରରେ ଏକ କପ୍ ପାଣି ମିଶାନ୍ତୁ । ଏହାପରେ ଏହି ମିଶ୍ରଣରେ ବର୍ଣ୍ଣରକୁ ବୁଡ଼ାଇ ରଖନ୍ତୁ।

{"id":94032,"width":592,"height":393}

ଏହାପରେ ସକାଳେ ଏହି ବର୍ଣ୍ଣରକୁ ଲୁହା ବ୍ରସରେ ଘଷି ଦିଅନ୍ତୁ। ଏହାପରେ ଶୁଖିଲା କପଡ଼ାରେ ଏହାକୁ ସଫା କରନ୍ତୁ। ଏଥିପାଇଁ ଆଉ ଏକ ଉପାୟ ହେଉଛି ୨କପ୍ ଗରମ ପାଣିରେ ଗୋଟିଏ ଲେମ୍ବୁ ରସ ପକାଇ ସେଥିରେ ବର୍ଣ୍ଣରକୁ ବୁଡ଼ାଇ ରଖନ୍ତୁ। କିଛି ମିନିଟ୍ ଭିତରେ ବର୍ଣ୍ଣରଟି ଅତ୍ୟନ୍ତ ପରିଷ୍କାର ଦେଖାଯିବ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.