କିପରି ଆଧାରକାର୍ଡ଼ରେ ଠିକଣା ବଦଳାଇବେ ଜାଣନ୍ତୁ
18/09/2019 at 12:50 PM

ନୂଆଦିଲ୍ଲୀ ୧୮/୯: ଯଦି ଆପଣ ନିଜ ଆଧାର କାର୍ଡ଼ରେ ଲେଖାଯାଇଥିବା ଠିକଣାକୁ ବଦଳିବାକୁ ଚାହୁଁଛନ୍ତି କିମ୍ବା ଏଥିରେ କିଛି ପରିବର୍ତ୍ତନ କରିବାକୁ ଚାହୁଁଛନ୍ତି ତେବେ ଆପଣ ଏହି କାମ ୟୁଆଇଡିଏଆଇ ସାଇଟରେ ଯାଇ କରି ପାରିବେ। ଆଜିର ସମୟରେ ଆଧାର କାର୍ଡ଼ ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ଅନିବାର୍ଯ୍ୟ ହୋଇ ଯାଇଛି ଏବଂ ଏଥିପାଇଁ ଆଧାର କାର୍ଡ଼ରେ ଆମର ସଠିକ୍ ତଥ୍ୟ ଏବଂ ଠିକଣା ହେବା ଜରୁରୀ। ତେବେ ଆସନ୍ତୁ ଜାଣିବା ଯେ ଅନଲାଇନ୍ ୟୁଆଇଡିଏଆଇ ସାଇଟରୁ ଆଧାର କାର୍ଡ଼ରେ ଠିକଣା କିପରି ବଦଳିବେ।
୧. ୟୁଆଇଡିଏଆଇର ଓ୍ବେବସାଇଟକୁ ଯାଆନ୍ତୁ ଏବଂ ଆଡ୍ରେସ୍ ଅପଡେଟ୍ ରିକ୍ବେଷ୍ଟରେ କ୍ଲିକ୍ କରନ୍ତୁ।
୨. ନୂଆ ପେଜ ଖୋଲିବା ପରେ ସବୁଠୁ ତଳେ ପ୍ରୋସିଡ ବଟନ୍ ଉପରେ ଟ୍ୟାପ୍ କରନ୍ତୁ।
୩. ଏଠାରେ ନିଜର ଆଧାର ନମ୍ବର ଦିଅନ୍ତୁ ଏବଂ ଏହା ପରେ ଆପଣଙ୍କୁ ଯେଉଁ ଓଟିପି ମିଳିଛି,ଏହାକୁ ଏଣ୍ଟର କରନ୍ତୁ। ( ଆପଣଙ୍କୁ ସେହି ନମ୍ବରରେ ଓଟିପି ମିଳିବ ଯାହା ଆପଣଙ୍କ ଆଧାର କାର୍ଡ଼ରୁ ଲିଙ୍କ୍ ହୋଇଥିବ)।
୪. ଏହା ପରେ ଆପଣଙ୍କୁ ବାଛିବାକୁ ପଡ଼ିବ ଯେ ଆପଣ ପିନ କୋଡ ଦ୍ବାରା କିମ୍ବା ଠିକଣା ଆଧାରରେ ଆଧାର କାର୍ଡ଼ର ଠିକଣା ବଦଳିବାକୁ ଚାହୁଁଛନ୍ତି।
୫. ପରବର୍ତ୍ତୀ ପୃଷ୍ଠରେ, ଆବଶ୍ୟକୀୟ ସୂଚନା ଦିଅନ୍ତୁ ଏବଂ ସବମିଟ ବଟନରେ କ୍ଲିକ୍ କରନ୍ତୁ।
୬. ଏବେ ଆପଣଙ୍କୁ ଆଧାର କାର୍ଡ଼ରେ ଠିକଣା ବଦଳିବା ପାଇଁ ନିଜର ସଠିକ୍ ଠିକଣା ପ୍ରମାଣ ଦେବାକୁ ପଡ଼ିବ। ଆପଣ ଏଥିପାଇଁ ପାସପୋର୍ଟ,ଇନସ୍ୟୁରାନ୍ସ ପଲିସି,କ୍ରେଡିଟ୍ କାର୍ଡ଼ ଷ୍ଟେଟମେଣ୍ଟ,ଟେଲିଫୋନ୍ ବିଲ୍,ପ୍ରପର୍ଟି ଟ୍ୟାକ୍ସ ଆଦିରୁ ପ୍ରମାଣ ବାଛିପାରିବେ।
୭. ଶେଷରେ ଆପଣଙ୍କୁ ବିପିଓ ସେବା ପ୍ରଦାତା ବାଛିବାକୁ ପଡ଼ିବ। ସେବା ପ୍ରଦାତା ବାଛିବା ପାଇଁ,ସେବା ପ୍ରଦାତାଙ୍କ ନାଁ ପରେ ରେଡିଓ ବଟନରେ କ୍ଲିକ୍ କରନ୍ତୁ ଏବଂ ସବମିଟ ବଟନ ଉପରେ କ୍ଲିକ୍ କରନ୍ତୁ।