ଘର ଠାରୁ ଦୂରରେ ରହି କେମିତି ଦେବେ ଭୋଟ ଜାଣନ୍ତୁ: ଏମିତି କରିବେ ଅନଲାଇନ କିମ୍ବା ଅଫଲାଇନ ଆବେଦନ

Published By : Prameya-News7 Bureau | April 11, 2019 IST

ନୂଆଦିଲ୍ଲୀ ୧୧/୪ : ଆଜିଠାରୁ ଲୋକସଭା ନିର୍ବାଚନ ପାଇଁ ଭୋଟ ଗ୍ରହଣ ଆରମ୍ଭ ହୋଇଛି | ଆଜି ପ୍ରଥମ ପର୍ଯ୍ୟାୟ ଭୋଟ ପାଇଁ ୨୦ଟି ରାଜ୍ୟର ୯୧ ଲୋକସଭା ଆସନ ପାଇଁ ଭୋଟ ଗ୍ରହଣ ହେବ | ସାଧାରଣ ନିର୍ବାଚନ ସହ ଅରୁଣାଚଳ ପ୍ରଦେଶ, ଓଡିଶା, ଆନ୍ଧ୍ର ପ୍ରଦେଶ ଏବଂ ଶିକ୍କିମରେ ବିଧାନସଭା ନିର୍ବାଚନ ମଧ୍ୟ ହେବ | ଯଦି ଆପଣଙ୍କ ନାଁ ଭୋଟର ତାଲିକାରେ ଅଛି କିନ୍ତୁ ଆପଣ ନିଜ ଘରେ ନାହାନ୍ତି, ପାଠ କିମ୍ବା ଚାକିରୀ ପାଇଁ ବାହାରେ କେଉଁଠି ରହୁଛନ୍ତି ତାହେଲେ ମଧ୍ୟ ଭୋଟ ଦେଇପାରିବେ | ଏଥିପାଇଁ ଆପଣଙ୍କୁ ଏକ ଅନଲାଇନ କିମ୍ବା ଅଫଲାଇନ ଆବେଦନ ଫର୍ମ ଭରିବାକୁ ପଡିବ | ଏହି ଫର୍ମ ଭାରି ଆପଣ ଭୋଟ ଦେଇପାରିବେ |


ନିର୍ବାଚନ ଆୟୋଗ ଭାରତର ଭୋଟରଙ୍କୁ ୩ଟି କାଟାଗୋରୀରେ ଭାଗ କରିଛନ୍ତି | ଏହି ୩ଟି କାଟାଗୋରୀ ହେଲା, ସାଧାରଣ ଭୋଟର, ଓଭରସିଜ ଭୋଟର ଏବଂ ସର୍ଭିସ ଭୋଟର | ୨୦୧୯ ଜାନୁଆରୀ ୧ ତାରିଖ ପର୍ଯ୍ୟନ୍ତ ଯେଉଁ ଭାରତୀୟ ନାଗରିକଙ୍କୁ ୧୮ ବର୍ଷ ହୋଇସାରିଛି ସେମାନେ ସାଧାରଣ ଭୋଟର ତାଲିକା ଅନ୍ତର୍ଭୂକ୍ତ | ଯେଉଁ ସାଧାରଣ ଭୋଟର ଏବଂ ଭାରତୀୟ ନାଗରିକ ଭାରତ ବାହାରେ ପାଠ ପଢୁଛନ୍ତି ସେମାନେ ଓଭରସିଜ ଭୋଟର ଅନ୍ତର୍ଗତ |

ଭାରତୀୟ ସେନା, ନୌସେନା, ବାୟୁସେନା, ବିଏସଏଫ, ଆଇଟିବିପି, ଆସାମ ରାଇଫଲ, ଏନଏସଜି, ସିଆରପିଏଫ, ସିଆଇଏସଏଫ, ସଶସ୍ତ୍ର ସୀମା ବଳ ଏବଂ ଜେନେରାଲ ରିଜର୍ଭ ଇଂଜିନିୟର ଫୋର୍ସର ସଦସ୍ୟ ସର୍ଭିସ ଭୋଟର ଅନ୍ତର୍ଭୂକ୍ତ | ପ୍ରବାସୀ ଭାରତୀୟ ଏବଂ ସର୍ଭିସ ଭୋଟର ପୋଷ୍ଟାଲ ଵାଲେଟ ଜରିଆରେ ଭୋଟ ଦେଇପାରିବେ | ଭାରତରେ ବାସ କରି ମଧ୍ୟ ସ୍ଥାୟୀ ନିବାସରୁ ଦୂରରେ ରହୁଥିବା ଭୋଟରଙ୍କ ପାଇଁ ସିଧାସଳଖ ଭୋଟର କୌଣସି ବ୍ୟବସ୍ଥା ଲାଗୁ ହୋଇନାହିଁ | ତଥାପି ଫର୍ମ ୬ ଜରିଆରେ ଆପଣ ଲୋକସଭା ନିର୍ବାଚନରେ ଭୋଟ ଦେଇପାରିବେ | ଏଥିପାଇଁ ଆପଣ ବର୍ତ୍ତମାନ ଯେଉଁଠାରେ ରହୁଛନ୍ତି ସେଠାରେ ନିଜର ନାଁ ଭୋଟର ତାଲିକା ଅନ୍ତର୍ଭୂକ୍ତ କରିବାକୁ ପଡିବ | ଏଥିପାଇଁ ଆପଣ ଉଭୟ ଅନଲାଇନ ଏବଂ ଅଫଲାଇନ ଆବେଦନ କରିପାରିବେ |


ଆସନ୍ତୁ ଜାଣିବା ଅନଲାଇନ ପ୍ରକ୍ରିୟା :
ନିର୍ବାଚନ ଆୟୋଗ ବା ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ୱେବସାଇଟକୁ ଯାଇ ଫର୍ମ ୬ ଫାଇଲ କରି ଆପଣଙ୍କୁ ବର୍ତ୍ତମାନ ସଂସଦୀୟ ବା ବିଧାନସଭା ଅଂଚଳର ସୂଚନା ଦେବାକୁ ହେବ | ଅନଲାଇନ ପ୍ରକ୍ରିୟାରେ ଆପଣଙ୍କୁ ନିଜର ଏକ ପାସପୋର୍ଟ ସାଇଜ ଫଟୋ, ଫଟୋ ଆଇଡି ପ୍ରମାଣ ପତ୍ର , ଆଡ୍ରେସ ପ୍ରୁଫ, ଏହାସହ ଆପଣ ଯେଉଁଠି ରହୁଛନ୍ତି ତାର ରେଂଟ ଏଗ୍ରିମେଣ୍ଟ, ଇଲେକଟ୍ରି ବିଲ, ଗ୍ୟାସ ବିଲ ବ୍ୟବହାର କରିପାରିବେ | ଏହାପରେ ନିର୍ବାଚନ ଆୟୋଗଙ୍କ ତରଫରୁ ଗୋଟିଏ ବୁଥ ଲେଭେଲ ଅଫିସର ଆପଣ ଦେଇଥିବା ଆଡ୍ରେସକୁ ଆସିବେ ଏବଂ ଆପ୍ଲିକେସନ ଫର୍ମରେ ଦସ୍ତଖତ ନେଇ ଭେରିଫାଇ କରିବେ |


ଆସନ୍ତୁ ଜାଣିବା ଅଫଲାଇନ ପ୍ରକ୍ରିୟା :
ସମସ୍ତ ନିର୍ବାଚନ କାର୍ଯ୍ୟାଳୟରେ ଫର୍ମ ୬ ମାହାଳିଆ ଉପଲବ୍ଧ | ଆପଣ ନିଜର ଗୃହ ନିର୍ବାଚନ କ୍ଷେତ୍ର ସହ ସମ୍ବନ୍ଧିତ ଏଲେକ୍ଟୋରାଲ ରେଜିଷ୍ଟ୍ରେସନ ଅଫିସର ବା ଆସିଷ୍ଟାଣ୍ଟ ଏଲେକ୍ଟୋରାଲ ରେଜିଷ୍ଟ୍ରେସନ ଅଫିସରଙ୍କ କାର୍ଯ୍ୟାଳୟକୁ ଯାଇ ସମ୍ବନ୍ଧିତ କାଗଜପତ୍ର ଡାକ ମାଧ୍ୟମରେ ନିର୍ବାଚନ ଅଧିକାରୀଙ୍କୁ ପଠାଇ ପାରିବେ |


ସମସ୍ତ ଏଲେକ୍ଟୋରାଲ ରେଜିଷ୍ଟ୍ରେସନ ଅଫିସରଙ୍କ ଠିକଣା ସମ୍ବନ୍ଧିତ ରାଜ୍ୟ କିମ୍ବା କେନ୍ଦ୍ର ଶାସିତ ରାଜ୍ୟର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ୱେବସାଇଟରେ ଉପଲବ୍ଧ | ଯେତେବେଳେ ନିର୍ବାଚନ ଆୟୋଗଙ୍କୁ ଆପଣଙ୍କ ଫର୍ମ ୬ ମିଳିଯିବ ତାର ଗୋଟିଏ ସପ୍ତାହ ଭିତରେ ଆପଣଙ୍କ ନାଁ ନୂଆ ନିର୍ବାଚନ କ୍ଷେତ୍ର ସହ ଯୋଡି ହୋଇଯିବ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.