କ୍ଷୀର ପିଆଇବା ପରେ ଆପଣଙ୍କ ପିଲାର ବାନ୍ତି ହୋଇଯାଉଛି କି? ତେବେ ବିଚଳିତ ନ ହୋଇ ତୁରନ୍ତ କରନ୍ତୁ ଏହି କାମ

Published By : Prameya-News7 Bureau | September 09, 2019 IST

ଯେତେବେଳେ ଜଣେ ମହିଳା ମାତୃତ୍ୱ ଲାଭ କରେ ସେତେବେଳେ ଗର୍ଭାବସ୍ଥାରୁ ଆରମ୍ଭ କରି ପିଲାର ପାଳନ ପୋଷଣ ପର୍ଯ୍ୟନ୍ତ ବିଭିନ୍ନ ସମସ୍ୟା ଦେଇ ତାଙ୍କୁ ଗତି କରିବାକୁ ପଡିଥାଏ । ତେବେ ସବୁଠାରୁ ଅଧିକ ପିଲାଙ୍କୁ ସ୍ତନ୍ୟପାନ କରାଇବା ପରେ ବାନ୍ତି କରିବା ହୋଇଥାଏ । ଏଭଳି ସ୍ଥିତିରେ ମହିଳାଙ୍କୁ ଲାଗିଥାଏ କି ଶିଶୁଟିର ଖାଦ୍ୟ ଠିକ୍ ଭାବେ ହଜମ ହୋଇପାରୁନି କିମ୍ବା ଅନ୍ୟ କୌଣସି ଅସୁବିଧା ହୋଇଛି ।

ତେବେ କ୍ଷୀର ପିଆଇବା ପରେ ଯଦି ଆପଣଙ୍କ ପିଲା ବାନ୍ତି କରିଦିଏ ତେବେ ଏହା ସ୍ୱାସ୍ଥ୍ୟ ଖରାପର ଲକ୍ଷଣ ଅଟେ । ଏବଂ ଭଲ ପାଚନ ଶକ୍ତିର ବି ସଂକେତ ଦେଇଥାଏ । କ୍ଷୀର ପିଇବା ପରେ ଯଦି ପିଲାଟି ବାନ୍ତି ନକରେ ତେବେ ଏହା ନିଶ୍ଚିୟ ଚିନ୍ତାର ବିଷୟ ଅଟେ । ଏଭଳି ପରିସ୍ଥିତିରେ ତୁରନ୍ତ ଡାକ୍ତରଙ୍କ ଯୋଗାଯୋଗ କରିବା ଉଚିତ । ଯେତେବେଳେ ଆପଣ ପିଲାକୁ କିଛି ଖାଇବାକୁ ଦିଅନ୍ତି କିମ୍ବା କ୍ଷୀର ପିଆନ୍ତି ସେତେବେଳେ ତାକୁ କୋଳରେ ହିଁ ଶୁଆଇ ରଖନ୍ତୁ ।

ଏହି ସମୟରେ ଯଦି ପିଲାଟିର ବାନ୍ତି ହୋଇଯାଏ ତେବେ ପିଲାକୁ ଆରାମ ଲାଗିଥାଏ । ପିଲାଟି ଖାଇବାକୁ ଦେବା ପରେ ପାଖାପାଖି ଅଧାଘଂଟା ବସାଇ ରଖନ୍ତୁ । ପିଲାଟି ଏକାବେଳକେ ସବୁଯାକ ଖାଦ୍ୟ ନଖୁଆଇ ବରଂ ଟିକେ ଟିକେ କରି ଖୁଆନ୍ତୁ । କ୍ଷୀର ପିଆଇବା ପରେ ପିଲାକୁ କାନ୍ଧରେ ହିଁ ଶୁଆଇ ଦିଅନ୍ତୁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.