Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜଓ୍ୱାଦ ପ୍ରଭାବ : ମାଡି ଆସିବ ସମୁଦ୍ର, ଉଠିବ ବଡ ଜୁଆର
  • ||

ମୋବାଇଲରେ ନେଟଓ୍ବର୍କ ନ ଥିଲେ କରିପାରିବେ କଲ୍, ଜାଣନ୍ତୁ କିପରି?

4/10/2020 at 4:41 PM

ନୂଆଦିଲ୍ଲୀ ୦୪/୧୦: ଯଦି ଜିଓ (jio) ସିମ୍ ବ୍ୟବହାର କରୁଛନ୍ତି ତେବେ ନେଟଓ୍ବର୍କ କମ୍ ଥିଲେ ବା ଆଦୌ ନ ଥିଲେ ମଧ୍ୟ ଫୋନ୍ କରିପାରିବେ। ଜିଓ ଓ୍ବାଇ-ଫାଇ କଲିଂ ନାଁରେ ନୂଆ ସେବା ଆଣିଛି। ଯାହା ଦ୍ବାରା ନେଟଓ୍ବର୍କ ନ ଥିଲେ ବି ସହଜରେ କଲ କରି ହେବ। ତେବେ ନେଟଓ୍ବର୍କ ନ ଥିବା ସ୍ଥାନ ପାଇଁ ଏହି ସୁବିଧା ଲାଭଦାୟକ।

ଯଦି ଆପଣ ଭାବୁଛନ୍ତି ଏ ପାଇଁ ଜିୟୋ ଅତିରିକ୍ତ ଟଙ୍କା କି ଅନ୍ୟ କିଛି ରିଚାର୍ଜ କରିବାକୁ କହିବ, ସେମିତି କିଛି ନାହିଁ। ଏ ସେବା ପୂରା ମାଗଣାରେ ଉପଲବ୍ଧ। ତେବେ ଆପଣ ଯେଉଁ ସ୍ମାର୍ଟଫୋନ ବ୍ୟବହାର କରୁଥିବେ ସେଥିରେ ଭଏସ ପ୍ଲାନ ସହିତ ଏଚଡି ଭଏସ ସପୋର୍ଟ ଥିବା ଦରକାର। ଚାହିଁଲେ ଓ୍ବାଇ-ଫାଇରୁ volTE ସର୍ଭିସ ସ୍ବିଚ୍ କରିପାରିବେ।

ହ୍ବାଇ-ଫାଇ କଲିଂ ଯାହାକୁ ଆମେ ଭଏସ ଓଭର୍ ଓ୍ବାଇ-ଫାଇ କଲିଂ ମଧ୍ୟ କହିଥାଉ। ଏହାର ଅର୍ଥ ବିନା ନେଟଓ୍ବର୍କରେ ଓ୍ବାଇ-ଫାଇ କଲ କରାଯାଇପାରିବ। ଯଦି ଘରେ ବି ଓ୍ବାଇ-ଫାଇ ଲାଗିଛି ବା ସୁବିଧା ଅଛି ତାହଲେ ନିଜ ଫୋନକୁ ସେହି ନେଟଓ୍ବର୍କରେ କନେକ୍ଟ କରିପାରିବେ। ଆପଣ ଚାହିଁଲେ ଯେକୌଣସି ନେଟଓ୍ବର୍କର ଓ୍ବାଇ-ଫାଇ ବ୍ୟବହାର କରିପାରିବେ।

   Related Posts