Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଓ୍ବିଙ୍ଗ୍ କମାଣ୍ଡର ହେବାକୁ ଚାହଁନ୍ତି କି ? ତେବେ ଜାଣନ୍ତୁ ଯୋଗ୍ୟତା ଏବଂ ଦରମା ବିଷୟରେ

4/09/2019 at 12:11 PM

ନୂଆଦିଲ୍ଲୀ ୪/୯: ପ୍ରତି ବର୍ଷ ଅନେକ ଯୁବକ ଏୟାରଫୋର୍ସକୁ ଯିବାକୁ ସ୍ବପ୍ନ ଦେଖିଥାଆନ୍ତି ଏବଂ ଏଥିପାଇଁ କଠିନ ପରିଶ୍ରମ ମଧ୍ୟ କରିଥାଆନ୍ତି। ଏୟାରଫୋର୍ସରେ ସବୁଠୁ ସମ୍ମାନୀୟ ପଦ ଓ୍ବିଙ୍ଗ୍ କମାଣ୍ଡରର ହୋଇଥାଏ। ଏହି ପଦବୀରେ ବହୁ ପ୍ରକାରର ଗୁରୁ ଦାୟିତ୍ବ ରହିଥାଏ ଏବଂ କର୍ତ୍ତବ୍ୟର ପାଳନ କରିବା ସହିତ ସଚ୍ଚୋଟତା,ପରିଶ୍ରମ ଏବଂ ଦୃଢ଼ ନିଷ୍ଠାର ସହ କାମ କରିବାକୁ ପଡ଼ିଥାଏ। ଆଜି ଆମେ ଆପଣଙ୍କୁ କହିବୁ ଏୟାରଫୋର୍ସରେ ପାଇଲଟ ହେବା ପାଇଁ କ’ଣ କ’ଣ ଯୋଗ୍ୟତା ରହିଥାଏ। ଜଣେ ବ୍ୟକ୍ତି କିପରି ଓ୍ବିଙ୍ଗ କମାଣ୍ଡର ହୋଇପାରିବେ। ଆସନ୍ତୁ ଜାଣିବା…

ବୟସ ଏବଂ ନ୍ୟୂନତମ ଶିକ୍ଷାଗତ ଯୋଗ୍ୟତା :

  • ଭାରତୀୟ ସେନାରେ ଓ୍ବିଙ୍ଗ କମାଣ୍ଡର ହେବା ପାଇଁ ଆଶାୟୀଙ୍କୁ ଦ୍ବାଦଶ ଶ୍ରେଣୀରେ ପଦାର୍ଥ ବିଜ୍ଞାନ ଏବଂ ଗଣିତ ବିଷୟ ଥାଇ ଉତ୍ତୀର୍ଣ୍ଣ ହେବାକୁ ପଡ଼ିବ।
  • ଓ୍ବିଙ୍ଗ କମାଣ୍ଡର ହେବା ପାଇଁ ଆଶାୟୀଙ୍କ ବୟସ ସୀମା ୧୬ବର୍ଷରୁ ୧୯ବର୍ଷ ହେବା ଉଚିତ୍।
  • ଏୟାରଫୋର୍ସରେ ଯିବା ପାଇଁ ଆପଣ ଦ୍ବାଦଶ ପରେ ଏନଡିଏ ଜଏନ କରି ପାରିବେ। ସିଡିଏସଇ ପରେ ଏୟାରଫୋର୍ସ ଜଏନ କରାଯାଇପାରିବ।

ଶାରିରୀକ ଯୋଗ୍ୟତା :

ଏୟାରଫୋର୍ସ ଜଏନ କରିବା ପାଇଁ ଆଶାୟୀଙ୍କ ଅନେକ ପ୍ରକାର ଶାରିରୀକ ଦକ୍ଷତା ରହିବା ଜରୁରୀ। ଓଜନ ଏବଂ ଉଚ୍ଚତା ପାଇଁ ମଧ୍ୟ ଭିନ୍ନ ଭିନ୍ନ ଯୋଗ୍ୟତା ରହିଛି। ପୁରୁଷଙ୍କ ପାଇଁ ଛାତିର ବିସ୍ତାର ନ୍ୟୂନତମ ସୀମା ୫ସେମି ହେବା ଉଚିତ୍। କାନ,ନାକ ଏବଂ ଗଳାରେ କୌଣସି ପ୍ରକାରର ରୋଗ ନ ଥିବା ଆବଶ୍ୟକ।

ବେତନ :

ଆରମ୍ଭରେ ଷ୍ଟାଇପେଣ୍ଡରେ ପ୍ରତି ମାସକୁ ୨୧,୦୦୦ଟଙ୍କା ମିଳିଥାଏ। ଜଏନ କରିବା ପରେ ୯୦୦୦ଟଙ୍କା ସହିତ ପ୍ରତି ମାସକୁ ୫୦,୧୭୦ଟଙ୍କା ଦରମା ମିଳିଥାଏ।

   Related Posts