କେମିତି ହେବେ ‘ର’ ଏଜେଣ୍ଟ, ଏଥିପାଇଁ ଜାଣନ୍ତୁ କ'ଣ ରହିଛି ଯୋଗ୍ୟତା, ମନୋନୟନ ପ୍ରକ୍ରିୟା, ବେତନ ଓ ଅନ୍ୟାନ୍ୟ ସୁବିଧା ସୁଯୋଗ

Published By : Prameya-News7 Bureau | July 18, 2019 IST

ଆପଣଙ୍କୁ ଯଦି ରୋମାଞ୍ଚ ପସନ୍ଦ ଓ ଦେଶ ସେବା ନିମନ୍ତେ ଝୁଙ୍କ ଥାଏ ତେବେ ଜାତୀୟ ସୁରକ୍ଷା ଏଜେନ୍ସୀ ‘ର’କୁ ଆପଣଙ୍କ କ୍ୟାରିୟର ନିମନ୍ତେ ଚୟନ କରିପାରନ୍ତି। ଆସନ୍ତୁ ଜାଣିବା ‘ର’ ଏଜେଣ୍ଟ ହେବା ପାଇଁ କଣ ରହିଛି ଯୋଗ୍ୟତା, କିପରି କରାଯାଏ ଚୟନ ଓ ଏଜେଣ୍ଟ ନିଯୁକ୍ତି ପରେ ମିଳୁଥିବା ବେତନ ଓ ଅନ୍ୟାନ୍ୟ ସୁବିଧା ସୁଯୋଗ ସମ୍ପର୍କରେ। ତେବେ ନାମ ଓ କ୍ଷାତି ଚାହୁଁଥିବା ଚାହୁଁଥିବା ଯୁବ ବର୍ଗଙ୍କ ନିମନ୍ତେ ଏହା କ୍ୟାରିୟର ହୋଇ ପାରିବ ନାହିଁ।  ଏହି ବିଭାଗରେ କାମ କରିବା ନିମନ୍ତେ ଗୋପନୀୟତା ଅତ୍ୟନ୍ତ ଜରୁରି। 

{"id":135190}

ତେବେ ‘ର’  ଗୋଟିଏ ଶବ୍ଦ ନୁହେଁ ଏହାର ବାସ୍ତବିକ ନାମ ହେଉଛି ରିସର୍ଚ୍ଚ ଏଣ୍ଡ ଆନାଲିସିସ୍ ୱିଙ୍ଗ।  ଏହି ବିଭାଗରେ ନିଯୁକ୍ତି ନିମନ୍ତେ ସିଧାଶଳଖ ରିକ୍ରୁଇଟମେଣ୍ଟ ପରୀକ୍ଷା ହୁଏ ନାହିଁ କି ଏଥିପାଇଁ ବିଜ୍ଞପ୍ତି ବି ପ୍ରକାଶ ପାଏନି। ଏହି ବିଭାଗରେ ଯୋଗଦେବାକୁ ହେଲେ ପ୍ରଥମେ ପ୍ରାର୍ଥୀଙ୍କୁ ପ୍ରତିରକ୍ଷା ଅଥବା ସିଭିଲ ସର୍ଭିସ୍ ପରୀକ୍ଷାରେ ଉତୀର୍ଣ୍ଣ ହୋଇ କାର୍ଯ୍ୟକୌଶଳ ହାସଲ କରିବାକୁ ପଡେ। କ୍ୟାରିୟରରେ ସଫଳ ହୋଇଥିବା ଅଧିକାରୀଙ୍କୁ ହିଁ ଏଥି ନିମନ୍ତେ ସାକ୍ଷାତକାର ଦେବାକୁ ଯୋଗ୍ୟ ବିବେଚିତ ହୋଇଥାନ୍ତି। ସାକ୍ଷାତକାର ପରୀକ୍ଷାରେ ସଫଳ ପାତ୍ର ‘ର’ ସ୍ୱୀକୃତ  ହୋଇଥାନ୍ତି। ଏଥିପାଇଁ ପ୍ରାୟତଃ ଆଇପିଏସ୍, କେନ୍ଦ୍ରୀୟ ଗୁଇନ୍ଦା ଅଧିକାରୀ, ସିଆଇଡି ଅଧିକାରୀ, ଆତଙ୍କବାଦ ନିରୋଧୀ ଟିମର ସଦସ୍ୟ, ମିଲେଟ୍ରି, ନାଭାଲ ଓ ଏୟାରଫୋର୍ସ ଆକାଡେମୀର ଉଚ୍ଚ ଅଧିକାରୀଙ୍କୁ ଚୟନ କରାଯାଇଥାଏ।

{"id":135191}

ତେବେ ଆଜିକାଲି  ‘ର’ ସିଧାଶଳଖ ସ୍ନାତକସ୍ତରରୁ ଏଜେଣ୍ଟ ଚୟନ କରୁଛନ୍ତି। ତେବେ ଏଥି ନିମନ୍ତେ ଆପଣ କମ୍ପ୍ୟୁଟର ହ୍ୟାକିଂ, ଇଣ୍ଟରନେଟରେ ଗତି ଓ ଅନଷ୍ଟାରିଂ, ବିଦେଶୀ ଭାଷାର ଅନୁବାଦ  ଆଦି ଯେ କୌଣସି ଗୋଟିଏ କ୍ଷେତ୍ରରେ ବିଷାରଦ ହୋଇଥିବା ଆବଶ୍ୟକ। ଏଥିନିମନ୍ତେ କୌଣସି ସ୍ୱୀକୃତି ପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ସ୍ନାତକ ଡିଗ୍ରି ସମେତ ଆପଣଙ୍କ ବୟସ ୧୮ରୁ ୨୫ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ। କୌଣସି ଅପରାଧିକ ଘଟଣାରେ ସଂଲିପ୍ତ ନଥିବା ବ୍ୟକ୍ତିଙ୍କୁ ପ୍ରାଥମିକତା ଦିଆଯାଇଥାଏ। ତେବେ ର ନିମନ୍ତେ ସିଧାଶଳଖ ଭର୍ତ୍ତି ପରୀକ୍ଷା ନଥିବାରୁ ଉପକ୍ଷେତ୍ର ଅଧିକାରୀ, କ୍ୟାବିନେଟ୍ ସେକ୍ରେଟାରିଏଟ୍ ଭାରତ ସରକଙ୍କୁ ଦ୍ୱାରା ବିଜ୍ଞାପିତ ପଦବୀକୁ ଆରଏଣ୍ଡଏର ରିକ୍ରୁଇଟମେଣ୍ଟ ଭାବେ ଗ୍ରହଣ କରାଯାଇଥାଏ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.