Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେରଳରେ ଭୀଷଣ ବର୍ଷା: ୫ ଜିଲ୍ଲାରେ ବନ୍ୟା ପରିସ୍ଥିତି, ଭୂସ୍ଖଳନରେ ଜଣେ ମୃତ, ୧୨ ନିଖୋଜ
  • ||
  • ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ଡେଙ୍ଗୁ, ସ୍ବାସ୍ଥ୍ୟବସ୍ଥାରେ ଆସୁଛି ସୁଧାର
  • ||
  • କାମେଶ୍ୱର ମନ୍ଦିରରୁ ଚୋରି, ଦାନବାକ୍ସ ଭାଙ୍ଗି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୫୮ କୋଭିଡ୍ ପଜିଟିଭ୍
  • ||
  • ନବୀନ @ ୭୬, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ
  • ||
  • ୭୬ ବର୍ଷରେ ପାଦ ଦେଲେ ନବୀନ, କରୋନା ମହାମାରୀ ପାଇଁ ପାଳିବେନି ଜନ୍ମଦିନ
  • ||
  • ଶାରଦୀୟ ଦୁର୍ଗାପୂଜା ଶେଷ, ଶନିବାର ଧରାପୃଷ୍ଠରୁ ବିଦାୟ ନେବେ ମା
  • ||
  • ହାଟରୁ ଫେରୁଥିବା ବେଳେ ବୃଦ୍ଧାଙ୍କୁ ଗଣଦୁଷ୍କର୍ମ, ଘରେ ଛାଡିଦେବେ କହି ଇଜ୍ଜତ ଲୁଟିଲେ ୮ ସଇତାନ
  • ||
  • କଟକ : କଟକରେ ଏନ୍‌କାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ରାକେଶ ଆହତ
  • ||

କରୋନା ଦ୍ଵିତୀୟ ଲହରର କେମିତି କରାଯିବ ମୁକାବିଲା ? ଆସନ୍ତାକାଲି ପ୍ରଧାନମନ୍ତ୍ରୀଙ୍କ ମାରାଥନ ବୈଠକ

22/04/2021 at 9:47 PM

ନୂଆଦିଲ୍ଲୀ ୨୨।୦୪: କରୋନାର ଦ୍ଵିତୀୟ ଲହରରେ ଦେଶର ସ୍ଥିତି ସଙ୍ଗୀନ। ଏହାର ମୁକାବିଲା ପାଇଁ ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୋଟିଏ ପରେ ଗୋଟିଏ ଅନେକ ମାରାଥନ ବୈଠକ କରିବାକୁ ଯାଉଛନ୍ତି। ସକାଳ ୯ଟାରେ ଏକ ସମୀକ୍ଷା ବୈଠକ ହେବ। ପୁଣି ୧୦ଟାରେ ପ୍ରଧାନମନ୍ତ୍ରୀ ମୋଦୀ ସେହି ରାଜ୍ୟମାନଙ୍କ ସହ ବୈଠକ କରିବେ ଯେଉଁଠି କରୋନା ସ୍ଥିତି ଉଦ୍‌ବେଗଜନକ ରହିଛି। ଏହା ବ୍ୟତୀତ ପ୍ରଧାନମନ୍ତ୍ରୀ ଦେଶର ବଡ ଅକ୍ସିଜେନ୍ ମ୍ୟାନୁଫେକର୍ଚ୍ସଙ୍କ ସହ ବୈଠକ କରିବେ। ଚିନ୍ତାଜନକ ପରିସ୍ଥିତି ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପଶ୍ଚିମବଙ୍ଗରେ ଆସନ୍ତାକାଲି ନିଜର ସମସ୍ତ ରାଲି ରଦ୍ଦ କରିଛନ୍ତି।

ଗୁରୁବାର ପ୍ରଧାନମନ୍ତ୍ରୀ ମୋଦୀ ଅକ୍ସିଜେନ୍‌ ଯୋଗାଣ ଉପରେ ସମୀକ୍ଷା କରିବା ସହ ସ୍ଥିତିର ମୁକାବିଲା ପାଇଁ ଉଚ୍ଚସ୍ତରୀୟ ବୈଠକ କରିଥିଲେ। ଅକ୍ସିଜେନ୍‌ର ଅଭାବ ଦୂର କରିବା ଏବଂ ସ୍ଥିତିରେ ସୁଧାର ପାଇଁ ଗତ ସପ୍ତାହରେ ନିଆଯାଇଥିବା ପଦକ୍ଷେପ ବିଷୟରେ ପ୍ରଧାନମନ୍ତ୍ରୀଙ୍କୁ ଅଧିକାରୀ ଅବଗତ କରାଇଥିଲେ।

ଅନ୍ୟପଟେ ଦେଶରେ ଦ୍ରୁତ ଗତିରେ ବଢୁଥିବା କରୋନା ସଂକ୍ରମଣ ମଧ୍ୟରେ ଅକ୍ସିଜେନ୍ ଓ ଔଷଧର ଅଭାବ ନେଇ ସୁପ୍ରିମକୋର୍ଟ କଠୋର ଆଭିମୁଖ୍ୟ ପୋଷଣ କରିଛନ୍ତି। ସୁପ୍ରିମକୋର୍ଟ ନିଜ ଆଡକୁ ଏହି ଗୁରୁତ୍ଵପୂର୍ଣ୍ଣ ପ୍ରସଙ୍ଗରେ ହସ୍ତକ୍ଷେପ କରି କେନ୍ଦ୍ର ସରକାରଙ୍କୁ ନୋଟିସ୍ ଜାରି କରିଛନ୍ତି। ସର୍ବୋଚ୍ଚ ନ୍ୟାୟାଳୟ କେନ୍ଦ୍ର ସରକାରଙ୍କୁ ପ୍ରଶ୍ନ କରିଛନ୍ତି ଯେ, ବଢୁଥିବା କରୋନା ସଂକ୍ରମଣର ମୁକାବିଲା ପାଇଁ ସରକାରଙ୍କ ପାଖରେ ନ୍ୟାସନାଲ ପ୍ଲାନ କଣ ଅଛି।

   Related Posts