Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପରଲୋକରେ ରାଜ୍ୟସଭା ସାଂସଦ ରଘୁନାଥ ମହାପାତ୍ର
  • ||
  • ଦୁର୍ଘଟଣାରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ଆହାତ, ମନ୍ତ୍ରୀଙ୍କ କାର୍‌କୁ ପିଟିଲା ଟ୍ରାକ୍ଟର
  • ||
  • କମୁନି ସଂକ୍ରମଣ : ଆଜି ବି ଦେଶରେ ୪ ଲକ୍ଷରୁ ଅଧିକ ପଜିଟିଭ୍ ଚିହ୍ନଟ, ୪୦୯୨ ମୃତ
  • ||
  • ଦନ୍ତାକୁ ଧକ୍କା ଦେଲା ମାଲବାହୀ ଟ୍ରେନ୍, ଗୋଡରେ ଲାଗିଛି ଶକ୍ତ ଆଘାତ
  • ||
  • ରାଜ୍ୟରେ କରୋନା ନେଲା ଆଉ ୧୯ଜଣଙ୍କ ଜୀବନ, ୨୧୮୦ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ୧୦ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୦,୬୩୫ ପଜିଟିଭ୍
  • ||
  • କମିଛି ତାତି, ୨ ଦିନ ପରେ ପୁଣି ବଢିବ ସୂର୍ଯ୍ୟଙ୍କ ପ୍ରକୋପ
  • ||

କିଭଳି ବିଳାସମୟ ଜୀବନ ବିତାଇଥାଆନ୍ତି କାଶ୍ମୀରର ବିଚ୍ଛିନ୍ନତାବାଦୀ ନେତା ଏବଂ ତାଙ୍କ ପରିବାର : ପଢ଼ନ୍ତୁ

23/02/2019 at 11:53 AM

ଜମ୍ମୁ ୨୩/୨: କାଶ୍ମୀରର ବିଚ୍ଛିନ୍ନତାବାଦୀ ନେତା କଡ଼ା ସୁରକ୍ଷା ଏବଂ ସୁବିଧାରେ ଘାଟିରେ ବିଳାସମୟ ଜୀବନଯାବନ କରୁଛନ୍ତି। ଏବଂ ତାଙ୍କ ପିଲାମାନେ ଭଲ ଚାକିରୀ କରୁଛନ୍ତି। ଏବଂ କେତେକଙ୍କ ପିଲା ବିଦେଶରେ ବଡ଼ ନାମୀଦାମୀ ସ୍କୁଲରେ ପାଠ ପଢ଼ୁଛନ୍ତି। ସେମାନଙ୍କ ପରିବାର ମଧ୍ୟ ବର୍ଷକରେ ଅଧିକାଂଶ ଦିନ ବିଦେଶରେ ରହିଥାଏ। କିନ୍ତୁ ସେହି ନେତାମାନେ କାଶ୍ମୀରର ଯୁବକଙ୍କୁ ପଥଭ୍ରଷ୍ଟ କରୁଛନ୍ତି ଏବଂ କାଶ୍ମୀରର ଲୋକଙ୍କୁ ରାଜରାସ୍ତାକୁ ବାହାରିବାକୁ କହିଥାଆନ୍ତି। କିନ୍ତୁ ଏହା ମଧ୍ୟ ସତ୍ୟ ଯେ କୈାଣସି ବିଚ୍ଛିନ୍ନତାବାଦୀ ନେତାଙ୍କ ପିଲାମାନେ ଏହି ଆନ୍ଦୋଳନରେ ଅଂଶ ଗ୍ରହଣ କରିନଥାଆନ୍ତି। କାଶ୍ମୀରର ପରିସ୍ଥିତି ଯାହା ଥାଉନା କାହିଁକି ବିଚ୍ଛିନ୍ନତାବାଦୀ ନେତା ଏବଂ ତାଙ୍କ ପରିବାର ବିଳାସମୟ ଜୀବନଯାପନ କରୁଛନ୍ତି।

ୟାସିନ ମଲିକ କାଶ୍ମୀରରେ ଇସଲାମ ଧର୍ମ ପ୍ରବର୍ତ୍ତନ କରାଇଥାଆନ୍ତି। ଇସଲାମ ଧର୍ମ ନାଁରେ ଘାଟିରେ ଆନ୍ଦୋଳନ କରୁଥାଆନ୍ତି। ନିଜକୁ ମୁସଲମାନ ନେତା କହିଥାଆନ୍ତି କିନ୍ତୁ ଯେତେବେଳେ ବିଦେଶକୁ ଯାଇଥାଆନ୍ତି ତାଙ୍କ ପିନ୍ଧିବା ଶୈଳୀ ବଦଳିଯାଇଥାଏ। ସେ ଜିନସ ଏବଂ ଟି-ଶାର୍ଟ ପିନ୍ଧିଥାଆନ୍ତି। ତାଙ୍କ ସ୍ତ୍ରୀ ମଧ୍ୟ ଆଧୁନିକ ପୋଷାକ ପିନ୍ଧନ୍ତି। ବିଦେଶରେ ତାଙ୍କ ସପିଂ କରୁଥିବା ଦେଖିବା ଅତି ସାଧାରଣ କଥା।

ୟାସିନଙ୍କ ପତ୍ନୀ ବର୍ଷକୁ ୬ମାସ ବିଦେଶରେ ରହିଥାଆନ୍ତି। ୨୦୧୫ମସିହାରେ ୟାସିନ ଏବଂ ତାଙ୍କ ପତ୍ନୀଙ୍କ ଫଟୋ ସୋଶିଆଲ ମିଡିଆରେ ଭାଇରାଲ ହୋଇଥିଲା। ଦୁହେଁ ଟ୍ରେଣ୍ଡି ଆଉଟଫିଟରେ ଥିଲେ। ୟାସିନ କିନ୍ତୁ କାଶ୍ମୀରରେ ମୁସଲିମ୍ ମହିଳାଙ୍କ ପାଇଁ ଇସଲାମିକ୍ ପୋଷାକକୁ ସମର୍ଥନ କରନ୍ତି। ତାଙ୍କ ପତ୍ନୀ ମୁଶହଲା ପାକିସ୍ତାନୀ ଏବଂ ଦୁହେଁ ୨୦୦୯ମସିହାରେ ବିବାହ କରିଥିଲେ।

ମୁଶହଲା ନଗ୍ନ ଚିତ୍ର ଆଙ୍କୁଥିବା ଚିତ୍ରକର ଅଟନ୍ତି। ସେ ଲଣ୍ଡନ ସ୍କୁଲ ଅଫ ଇକୋନୋମିକସରେ ଗ୍ରାଜୁଏସନ କରିଛନ୍ତି। ୟାସିନଙ୍କ ମାଆ ମୁସଲିମ୍ ଲିଗର woman wing ର ମୁଖ୍ୟ ଅଟନ୍ତି। ୨୦୧୨ମସିହାରେ ୟାସିନ ବାପା ହୋଇଥିଲେ।

ହୁରିୟାତ ନେତା ମୀରଭାଇଜ ଉମର ଫାରୁକଙ୍କ ଅଧିକାଂଶ ଦିନ ଆମେରିକାରେ କଟିଥାଏ। ସେ କାଶ୍ମୀର ସେତେବେଳେ ଆସନ୍ତି ଯେତେବେଳେ ତାଙ୍କୁ କାଶ୍ମୀରରେ ତାଙ୍କୁ ଅଶାନ୍ତି ସୃଷ୍ଟି କରିବାର ଥାଏ କିମ୍ବା ପାକିସ୍ତାନର ଆଦେଶ ଥାଏ। ମୀରଭାଇଜ ପାକିସ୍ତାନର ମୂଳ ବାସିନ୍ଦା ଶିବା ମସଦିଙ୍କୁ ବିବାହ କରିଛନ୍ତି। ତାଙ୍କର ଗୋଟିଏ ଝିଅ ଯିଏ ତାଙ୍କ ସ୍ତ୍ରୀଙ୍କ ସହ ଆମେରିକାରେ ରହିଥାଆନ୍ତି। ତାଙ୍କ ଭଉଣୀ ରୁବିୟା ଫାରୁକ ଆମେରିକାରେ ଡାକ୍ତର । ତାଙ୍କ ଭଉଣୀ କେବେ ଘାଟିକୁ ଆସନ୍ତି ନାହିଁ।

ହୁରିୟାତ ନେତା ମହମ୍ମଦ ଅଶରଫ ସହରାଇଙ୍କ ପୁଅ ଆବିଦ ଦୁବାଇରେ କମ୍ପ୍ୟୁଟର ଇଞ୍ଜିନିୟର। ସେଠାରେ ସେ ବିଳାସମୟ ଜୀବନଯାପନ କରିଥାଏ। ଗୁଲାମ ମହମ୍ମଦ ସୁମଜୀ ମଧ୍ୟ ହୁରିୟାତ ନେତା। ତାଙ୍କ ପୁଅ ଜୁଗନୁ ଦିଲ୍ଲୀରେ ଅଧ୍ୟୟନରତ ଥିଲେ। ତାଙ୍କୁ କମ୍ ବୟସରେ ଘାଟିରୁ ହଟାଯାଇ ଦିଲ୍ଲୀ ପଠାଯାଇଥିଲା। ଯାହା ଫଳରେ ତାଙ୍କ ପାଠପଢ଼ାରେ କୈାଣସି ବ୍ୟାଘାତ ନ ସୃଷ୍ଟି ହେଉ।

ମହିଳା ବିଚ୍ଛିନ୍ନତାବାଦୀ ଫରିଦା ଦୁଖ୍ତରାନ-ଏ-ମିଲତର ନେତ୍ରୀ। ତାଙ୍କ ପୁଅ ରୁମା ମକବୁଲ ଦକ୍ଷିଣ ଆଫ୍ରିକାରେ ଡାକ୍ତର।

ହୁରିୟାତ ନେତା ମସରତ ଆଲମଙ୍କ ଦୁଇ ପୁଅ। ତାଙ୍କ ଜଣେ ପୁଅ ଶ୍ରୀନଗରର ଏକ ବଡ଼ ସ୍କୁଲରେ କିଛି ଦିନ ପୂର୍ବରୁ ପାଠ ପଢ଼ୁଥିଲେ।

 ଦୁଖ୍ତରାନ-ଏ-ମିଲତର ନେତ୍ରୀ ଆସିୟା ଅନ୍ଦ୍ରାବି କାଶ୍ମୀରର ଯୁବକଙ୍କୁ ହାତରେ ବନ୍ଧୁକ ଧରିବାକୁ ଉସୁକାଇଥାଆନ୍ତି। ଉଗ୍ର ଭାଷଣ ଦେଇ ଯୁବକଙ୍କୁ ପଥଭ୍ରଷ୍ଟ କରିଥାଆନ୍ତି। କିନ୍ତୁ ନିଜ ପୁଅକୁ କାଶ୍ମୀରର ଆନ୍ଦୋଳନରେ ସାମିଲ ହେବାକୁ ଦିଅନ୍ତି ନାହିଁ। ଆସିୟା ଅନ୍ଦ୍ରାବିଙ୍କ ଦୁଇ ପୁଅ। ବଡ଼ ପୁଅ ମହମ୍ମଦ ବିନ୍ କାସିମ ମାଲେସିଆରେ ମାଉସୀଙ୍କ ସହ ରୁହନ୍ତି। ମାଉସୀ ସେଠାରେ ଚାକିରୀ କରନ୍ତି। ସାନ ପୁଅ ଶ୍ରୀନଗରରେ ପାଠ ପଢ଼ୁଥିଲେ। ତାଙ୍କ ଜଣେ ପୁତୁରା ପାକିସ୍ତାନୀ ସେନାର କ୍ୟାପଟେନ୍ ଏବଂ ଆଉ ଜଣେ ଇସଲାମାବାଦ ବିଶ୍ବବିଦ୍ୟାଳୟରେ ଚାକିରୀ କରନ୍ତି।

ହୁରିୟାତ ନେତା ସୟଦ ଅଲ୍ଲୀ ଶାହା ଗିଲାନୀ ଦୀର୍ଘ ଦିନ ଯାଏଁ କାଶ୍ମୀର ବନ୍ଦ କରି ରଖିଥିଲେ। ଗିଲାନୀଙ୍କ ବଡ଼ ପୁଅ ନଇମ ପାକିସ୍ତାନର ରାଓ୍ବଲପିଣ୍ଡିରେ ଡାକ୍ତର। ସାନ ପୁଅ ଜହୁର ଦିଲ୍ଲୀରେ ସପରିବାର ବାସ କରନ୍ତି। ନାତି ଇଜହାର ଦିଲ୍ଲୀର ଏକ ପ୍ରାଇଭେଟ୍ ଏୟାରଲାଇନ୍ସ କମ୍ପାନୀରେ କାମ କରନ୍ତି। ଝିଅ ଫରହାନ ଜେଦ୍ଦାରେ ରୁହନ୍ତି। ସେ ଶିକ୍ଷୟିତ୍ରୀ। ତାଙ୍କ ଭାଇ ଗୁଲାମ ନବୀ ଲଣ୍ଡନରେ ରୁହନ୍ତି।

ହିଜବୁଲର ମୁଖ୍ୟ ସୟଦ ସଲାଉଦ୍ଦିନଙ୍କ ପରିବାର ଘାଟିରେ ଆରାମରେ ଜୀବନଯାପନ କରୁଛନ୍ତି। ତାଙ୍କ ୩ପୁଅ ରାଜ୍ୟ ସରକାରଙ୍କ ଅଧୀନରେ ଭଲ ଚାକିରୀ କରୁଛନ୍ତି। ସେ ନିଜେ ପାକିସ୍ତାନରେ ସୁରକ୍ଷିତ ଘରେ ରହୁଛନ୍ତି। ତାଙ୍କ ପରିବାର ଭାରତ ସରକାରଙ୍କ ପୂରା ସୁବିଧା ସୁଯୋଗର ଫାଇଦା ଉଠାଉଛନ୍ତି। ତଥାପି କାଶ୍ମୀରବାସୀଙ୍କୁ ଭାରତ ବିରୁଦ୍ଧରେ ଉସୁକାଇଥାଆନ୍ତି।                            

   Related Posts