Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ବିନା ପରୀକ୍ଷରେ ପ୍ରସ୍ତୁତ ହେବ CBSE ୧୦ମ ବୋର୍ଡ ପରୀକ୍ଷା ଫଳାଫଳ, ଜାଣନ୍ତୁ କିପରି ?

14/04/2021 at 5:49 PM

ନୂଆଦିଲ୍ଲୀ ୧୪।୪: ଭାରତରେ ବ୍ୟାପୁଥିବା କରୋନା ଭାଇରସ ମହାମାରୀ ଲାଗି ୪ ମେରୁ ଆରମ୍ଭ ହେବାକୁ ଥିବା ସିବିଏସଇ ୧୦ମ ବୋର୍ଡ ପରୀକ୍ଷା ବୁଧବାର ବାତିଲ କରିଦିଆଯାଇଛି। ତେବେ ଦ୍ୱାଦଶ ପରୀକ୍ଷାକୁ ସ୍ଥଗିତ ରଖାଯାଇଛି।  ଜୁନ ୧ ତାରିଖରେ ପରିସ୍ଥିତିର ସମୀକ୍ଷା ପରେ ଦ୍ୱାଦଶ ପରୀକ୍ଷା ନେଇ ଚୂଡ଼ାନ୍ତ ନିଷ୍ପତ୍ତି ହେବ। ତେବେ କେନ୍ଦ୍ର ଶିକ୍ଷାମନ୍ତ୍ରାଳୟ କହିଛନ୍ତି ଯେ ସିବିଏସଇ ଦ୍ୱାରା ପ୍ରସ୍ତୁତ ଏକ ବିକଳ୍ପ ମାଧ୍ୟମରେ  ୧୦ ଶ୍ରେଣୀ  ପରୀକ୍ଷା ଫଳାଫଳ ପ୍ରକାଶ କରାଯିବ। ତେବେ ବିକଳ୍ପ ପଦ୍ଧତୀ କ’ଣ ଆସନ୍ତୁ ଜାଣିବା।

ଗତବର୍ଷ କରୋନା ବ୍ୟାପିବା ଯୋଗୁ ସିବଏସଇ ୧୦ମ ପରୀକ୍ଷାକୁ ଅଧାରେ ବନ୍ଦ କରିବାକୁ ବାଧ୍ୟ ହୋଇଥିଲେ। ତେବେ ପରୀକ୍ଷା ବନ୍ଦ ହେବା ସୁଦ୍ଧା ୧୦ମ ଓ ଦ୍ୱାଦଶ ଶ୍ରେଣୀର ଆଉ କେତେକ ପତ୍ରର ପରୀକ୍ଷା ହୋଇପାରିନଥିଲା।  ତେବେ ଏଥିରେ ମୁଖ୍ୟ ବିଷୟ ଆସୁନଥିବାରୁ ପରେ ସେ ସବୁ ପେପରର ପରୀକ୍ଷା ହୋଇ ନଥିଲା। ତେବେ ହୋଇ ନଥିବା ପତ୍ରର ପରୀକ୍ଷା ପରେ ଗ୍ରେଡିଂରେ ମୂଲ୍ୟାୟନ ହୋଇଥିଲା। ଇଟରନାଲ ଆସେସମେଣ୍ଟ, ପ୍ରୋଜେକ୍ଟ ୱାର୍କ ଓ ଆସାଇନମେଣ୍ଟ ୱାର୍କ ଆଧାରରେ ଏହି ସବୁ ପେପରର ରେଜଲ୍ଟ ପ୍ରକାଶ କରାଯାଇଥିଲା।

ସମ୍ଭବତଃ ଚଳିତବର୍ଷ ମଧ୍ୟ ସିବିଏସଇ ଏହି ଉପାୟ ଅବଲମ୍ବନ କରିପାରନ୍ତି। ଗତବର୍ଷ ସିବିଏସଇ ୧୦ମ ପରୀକ୍ଷାରେ ୯୧.୪୬ ପ୍ରତିଶତ ଛାତ୍ରଛାତ୍ରୀ ଉତୀର୍ଣ୍ଣ ହୋଇଥିଲେ। ତେବେ ମେରିଟ ଲିଷ୍ଟ ଘୋଷଣା ହୋଇ ନଥିଲା। କରୋନା ଭାଇରସ ମହାମାରୀ ଯୋଗୁ ଉପୁଜିଥିବା ପରିସ୍ଥିତିକୁ ଦୃଷ୍ଟିରେ ରଖି ସିବିଏସଇ ଦ୍ୱାଦଶ ଓ ୧୦ମ ପରୀକ୍ଷାର ଟପର ସୂଚୀ ମଧ୍ୟ ପ୍ରକାଶ କରିନଥିଲେ।

   Related Posts