୧୦ ବର୍ଷରେ କେତେ ବଦଳିଛି ସୂର୍ଯ୍ୟ, କଣ ହୋଇଛି ପରିବର୍ତ୍ତନ ? ଭିଡିଓ ସେୟାର କଲା ନାସା

Published By : Prameya-News7 Bureau | June 28, 2020 IST

ନୂଆଦିଲ୍ଲୀ, ୨୮|୦୬: ମହାକାଶରେ ସଦାବେଳେ କିଛି ନା କିଛି ମହାଜାଗତିକ ଘଟଣା ଘଟିଥାଏ । ସୌର ମଣ୍ଡଳରେ କେତେବେଳେ କଣ ହୋଇଥାଏ ତାହାକୁ କେହି ଅନ୍ଦାଜ ଲଗାଇ ପାରିନାହାଁନ୍ତି । ଏହି ସମୟରେ ନାସା ଏକ ଭିଡିଓ ନିଜର ଅଫିସିଲିଆଲ୍ ୟୁଟ୍ୟୁବ ପେଜରେ ସେୟାର କରିଛି । ଏଥିରେ ସୂର୍ଯ୍ୟ ସମୟ ସହ କିପରି ନିଜ ଗତିରେ ପରିବର୍ତ୍ତନ କରିଛି ଓ କମ ପରିବର୍ତ୍ତନ ହୋଇଛି ତାହା ଦେଖିବାକୁ ମିଳିଛି । ଏହି ଭିଡିଓକୁ ଉତ୍ତୋଥନ କରିବା ପାଇଁ ବୈଜ୍ଞାନିକମାନେ ବିଶେଷ ଉପକରଣର ସାହାଯ୍ୟ ନେଇଥିଲେ । ସୋଲାର ଡାଇନାମିକ୍ସ ଆବଜରଭେଟୋରୀ ଭଳି ଉପକରଣକୁ ନାସା ବ୍ୟବହାର କରିଥିଲା ।

wp:html /wp:html

ଏହି  ଉପକରଣ ସୂର୍ଯ୍ୟର ତରଙ୍ଗକୁ ଉତ୍ତୋଳନ କରିଛି । ସୂର୍ଯ୍ୟକୁ ଅତି ନିକଟରୁ ଦେଖିବା ପାଇଂ ସହଜ ହୋଇଛି । ନାସାର ଏହି ଭିଡିଓ ଦେଖିବା ପରେ ସମସ୍ତେ ଚକିତ ହୋଇଯାଇଛନ୍ତି । ଏହି ଭିଡିଓ ଗୋଟିଏ ଘଣ୍ଟାରେ ସୂର୍ଯ୍ୟର ୪୨୫ ମିଲିୟନ ହାଇ ରେଜ୍ୟୁଲୋସନ୍ ଛବିକୁ କ୍ୟାପଚର୍ କରଛି । ଯାହାର ମୂଲ୍ୟ ୨୦ ମିଲିୟନ ଗିଗା ବାଇଟ୍ ଡାଟା ଅଟେ । ଏହି ଭିଡିଓ ଗତ ୧୦ ବର୍ଷରେ ଅର୍ଥାତ ଜୁନ ୨, ୨୦୧୦ରୁ ଜୁନ ୧,୨୦୨୦ ଯାଏଁ କ୍ୟାପଚର୍ ହୋଇଛି ।

ନାସା ସୂର୍ଯ୍ୟର ବିଭିନ୍ନ ରହସ୍ୟର ସନ୍ଧାନ କରୁଛି । ନାସାର ବୈଜ୍ଞାନିକ ସୂର୍ଯ୍ୟର ବାହାର ବାତାବରଣକୁ ଖୋଜିବା ପାଇଁ ଏବଂ ବିଭିନ୍ନ ପ୍ରଶ୍ନର ଉତ୍ତରକୁ ସନ୍ଧାନ କରୁଛନ୍ତି । ଏହି ଭିଡିଓକୁ ଡେକ୍ ଏ ଡିକେଡ୍ ଅଫ୍ ସନ୍‌ ଟାଇଟେଲ୍ ସହ ସେୟାର କରାଯାଇଛି । ଏହି ଭିଡିଓରେ ସୂର୍ଯ୍ୟର ରାଶିଚକ୍ରରେ ବୃଦ୍ଧି ଓ କମ୍ ଗତିବିଧି ଓ ଗ୍ରହର ବିସ୍ଫୋରଣ ଏବଂ ସ୍ଥାନାନ୍ତରଣ ଭଳି ଘଟଣା ଦେଖିବାକୁ ମିଳିଛି ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.