Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ : ଦେଶ ପାଳୁଛି ୭୨ତମ ସାଧାରଣତନ୍ତ୍ର ଦିବସ
  • ||
  • ପଦ୍ମ ସମ୍ମାନ ଘୋଷଣା: ୩ଟି ବର୍ଗରେ ମୋଟ ୧୧୯ ଜଣ ପାଇବେ ସମ୍ମାନ
  • ||
  • ବଜେଟ୍‌ ଡେ’ରେ ପାର୍ଲାମେଣ୍ଟ ଚଲୋ: ଆନ୍ଦୋଳନକାରୀ କୃଷକ ଦେଲେ ଡାକରା
  • ||
  • ଚିନ୍ତା ବଢାଇଲେଣି କୁଲଡିହା ହାତୀପଲ, ନଷ୍ଟ କରୁଛନ୍ତି ବ୍ୟାପକ ଫସଲ
  • ||
  • ଭୁବନେଶ୍ବର : ଫେବୃଆରୀ ୧୪ରୁ ରାଜ୍ୟରେ ଦ୍ବିତୀୟ ପର୍ଯ୍ୟାୟ ଟିକାକରଣ
  • ||
  • ଅନୁଗୋଳ : ଜିଲ୍ଲାପାଳଙ୍କ ଅଫିସ୍ ଆଗରେ ମା’ ଓ ପୁଅଙ୍କ ଆତ୍ମାହୁତି ଉଦ୍ୟମ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୦ କୋଭିଡ୍ ସଂକ୍ରମିତ, ୩୩୪୪୩୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ବ୍ରହ୍ମପୁର : ଟ୍ରାକ୍ଟର ସହ ବାଇକ୍ ଧକ୍କା, ଜଣେ ମୃତ, ୨ ଶ୍ରମିକ ଗୁରୁତର
  • ||
  • ଆନନ୍ଦପୁର : ଧାନ ଡୋଲି ଓଲଟିପଡି ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର
  • ||

କୋହଲିଙ୍କୁ ଏପରି ଆଉଟ୍ କରିଥାନ୍ତେ ଅଖତାର ! ବିରାଟଙ୍କ ବ୍ୟାଟିଂକୁ ନେଇ କଣ କହିଲେ ଏହି ପୂର୍ବତନ ପାକ୍ ବୋଲର

16/04/2020 at 3:32 PM

ନୂଆଦିଲ୍ଲୀ, ୧୬|୦୪:  ପୂର୍ବତନ ପାକିସ୍ତାନୀ ବୋଲର ସୋଏବ ଅଖତାର କିପରି ବିରାଟ କୋହଲିଙ୍କୁ ବୋଲିଂ କରି ଅସୁବିଧାରେ ପକାଇଥାନ୍ତେ ତାହା ପ୍ରକାଶ କରିଛନ୍ତି । ବିରାଟ କୋହଲି ବିଶ୍ୱର ସର୍ବଶ୍ରେଷ୍ଠ ବ୍ୟାଟସମ୍ୟାନ ଭାବେ ଜଣାଶୁଣା । ଏବେ ସେ ଦିନିକିଆ ରାଙ୍କିରେ ନମ୍ବର ୧ ବ୍ୟାଟସମ୍ୟାନ । ସୋଏବ ଅନେକ ଦିନ ହେବ କ୍ରିକେଟରୁ ଅବସର ନେଇ ସାରିଛନ୍ତି । ତେବେ ସେ ଖେଳୁଥିଲେ ବିରାଟଙ୍କୁ କିପରି ଆଉ କରିଥାନ୍ତେ ତାହା କହିଛନ୍ତି ।

ସୋଏବ କହିଛନ୍ତି ଯେ, ସବୁ ବ୍ୟାଟସମ୍ୟାନଙ୍କ ଦୁର୍ବଳତା ରହିଛି । ଯଦି ସେ କୋହଲିଙ୍କୁ ବୋଲିଂ କରିବେ ତେବେ ସେ ତାଙ୍କ ଶରୀରର ବହୁତ ଆଗକୁ ବୋଲିଂ କରିବେ । ଫଳରେ ତାଙ୍କୁ ଡ୍ରାଇଭ୍ ପାଇଁ ସୁଯୋଗ ମିଳିବ । ଯଦି ଏହା କାମ ଦେବ ନାହିଁ ତେବେ ଘଣ୍ଟା ପ୍ରତି ୧୫୦ କିମି ବେଗରେ ବୋଲିଂ କରି କୋହଲିଙ୍କୁ ରୋକିବେ । ଏହି ବଲରେ ସେ ଆଉଟ ହେବର ସମ୍ଭାବନା ଅଧିକ ରହିଛି । ତେବେ ସେ ସଚିନ ତେନ୍ଦୁଲକରଙ୍କୁ ବୋଲିଂ କରିଛନ୍ତି । କେବେହେଲେ କୋହଲିଙ୍କୁ ବୋଲିଂ କରିବା ପାଇଁ ତାଙ୍କୁ ସୁଯୋଗ ମିଳିନାହିଁ ।

ଏକ ସାକ୍ଷାତକାରରେ କୋହଲି ଗୌରବ କପୁରଙ୍କୁ କହିଥିଲେ ଯେ, ସେ କେବେ ବି ଅଖତାରଙ୍କୁ ସାମ୍ନା କରିନାହାଁନ୍ତି । ସୋଏବ ଅଧିକ ଦ୍ରୁତ ଗତିରେ ବୋଲିଂ କରନ୍ତି । କିନ୍ତୁ ସେ ତାଙ୍କୁ ବୋଲିଂ କରିବା ବେଳେ ଦେଖିଛନ୍ତି । ଯଦି ତାଙ୍କ ବଲ ବ୍ୟାଟସମ୍ୟାନଙ୍କ ଶରୀରରେ ବାଜିବ ତେବେ କଣ ହେବ ବୋଲି ସେ ଚିନ୍ତା ମଧ୍ୟ କରୁଥିଲେ ।

   Related Posts