"ଲଙ୍କାରେ ନିଆଁ ଲଗାଇବା ପାଇଁ ବିଭୀଷଣ ତ ଦରକାର" - ଶିବରାଜ ସିଂହ ଚୌହାନ

Published By : Prameya-News7 Bureau | March 14, 2020 IST

ଭୋପାଲ ୧୪/୩ : କଂଗ୍ରେସ ଛାଡି ବିଜେପିରେ ଯୋଗ ଦେବା ପରେ ଜ୍ୟୋତିରାଦିତ୍ୟ ସିନ୍ଧିଆ ଗୁରୁବାର ଦିନ ଭୋପାଲରେ ପ୍ରଥମଥର ପାଇଁ ରୋଡ଼ ଶୋ କରିଥିଲେ | ବିଜେପିରେ ଯୋଗଦେବା ପରେ ସେ ଭୋପାଲ ବିମାନବନ୍ଦର ରୁ ରୋଡ଼ ଶୋ କରି ବିଜେପି କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇଥିଲେ | ଏହାପରେ ବିଜେପି କାର୍ଯ୍ୟାଳୟରେ ପହଂଚି କର୍ମୀଙ୍କୁ ସମ୍ବୋଧନ କରିଥିଲେ |

 କର୍ମୀଙ୍କୁ ସମ୍ବୋଧନ କରିବ ପୂର୍ବରୁ ଶିବରାଜ ଚୌହାନ କର୍ମୀଙ୍କୁ ସମ୍ବୋଧନ କରିଥିଲେ | ସିନ୍ଧିଆଙ୍କ ରୋଡ଼ ଶୋ ପରେ ଶିବରାଜ କମଲନାଥ ସରକାରଙ୍କୁ ପରିହାସ କରିଥିଲେ | କମଲନାଥ ସରକାରଙ୍କୁ ଆକ୍ଷେପ କରି ଶିବରାଜ କର୍ମୀଙ୍କୁ ରାମାୟଣ ଶୁଣାଇଥିଲେ | ଶିବରାଜ କହିଥିଲେ ଲଙ୍କାରେ ନିଆଁ ଲଗାଇବାକୁ ହେଲେ ବିଭୀଷଣର ଭୂମିକା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ | ନିଆଁ ଲଗାଇବା ପାଇଁ ବିଭୀଷଣ ନିହାତି ଦରକାର ଏବଂ ବର୍ତ୍ତମାନ ସିନ୍ଧିଆ ମଧ୍ୟ ଦଳରେ ସାମିଲ ହୋଇଛନ୍ତି |  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.