Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅଗସ୍ତି ନୂଆଗାଁ ଓ ଚମାଖଣ୍ଡି ପଞ୍ଚାୟତର ସରପଞ୍ଚ ଏବଂ ସମିତି ସଭ୍ୟ ପ୍ରାର୍ଥୀ ନିର୍ଦ୍ବନ୍ଦରେ ନିର୍ବାଚିତ
  • ||
  • ରାଜ୍ୟରେ ବୁଧବାର ସୁସ୍ଥହେଲେ ଆଉ ୧୦ହଜାର ୭୮ଜଣ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୨୮୭୩ ଜଣ ଡିସଚାର୍ଜ
  • ||
  • ପାଟ୍ରୋଲିଂ ଗାଡିକୁ ଚକ୍‌ମା ଦେଇ ଖସିଯିବା ବେଳେ ଗୋଡାଇ ଗୋଡାଇ କାବୁ କଲା ପୋଲିସ: ଅଟୋରୁ ବିପୁଳ ଗଞ୍ଜେଇ ଜବତ, ୫ ଗିରଫ
  • ||
  • ମାତ୍ର ୬୦ ସେକେଣ୍ଡରେ ଜଣାପଡିବ ଶରୀରର ରକ୍ତ ସର୍କରା, ଛୁଞ୍ଚିର ଭୟ ରହିବନି… ଆସିଗଲା ନୂଆ ମେସିନ୍
  • ||
  • ଖଲ୍ଲିକୋଟ : ପଞ୍ଚାୟତ ନିର୍ବାଚନ ପାଇଁ ଗଞ୍ଜାମ ଜିଲ୍ଲାର ଚୂଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ, ମୈଦାନରେ ୧୩ ହଜାର ୬୭୫ ପ୍ରାର୍ଥୀ
  • ||
  • ସମ୍ବଲପୁର : ଭୀମସାର ଡାକ୍ତରୀ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ, ଗୋଡ ଭାଙ୍ଗିବା ସହ ଶରୀରରେ ଲାଗିଛି ଆଘାତ
  • ||
  • ଭୁବନେଶ୍ବର : ଜାଲ୍‌ ପ୍ରମାଣପତ୍ର ଦେଇ ୩କୋଟି ୬୮ଲକ୍ଷ ଟଙ୍କା ଠକେଇ ଅଭିଯୋଗ, ପିଏନବି ପୂର୍ବତନ ମୁଖ୍ୟ ପରିଚାଳକ ସମେତ ୩ ଗିରଫ
  • ||
  • ଭୁବନେଶ୍ବର : କୋଭିଡ୍‌ର କେବେ ବି ଅନ୍ତ ହେବନାହିଁ : ସ୍ଵାସ୍ଥ୍ୟ ନିର୍ଦ୍ଦେଶକ
  • ||
  • ଭୁବନେଶ୍ବର : ରାଜ୍ୟରେ କରୋନା ସଂକ୍ରମଣ କମିବା ନେଇ ମିଳିଲାଣି ସଂକେତ : SRC
  • ||
  • ପୁରୀ : ମହିଳାଙ୍କ ଅଶ୍ଳୀଳ ଫଟୋ ଓ ଭିଡିଓ ଭାଇରାଲ୍ ପଡିଲା ମହଙ୍ଗା, ଅଭିଯୁକ୍ତ ଗିରଫ
  • ||

‘କାହା ଉପରେ ନଜର ନଦେଇ ସମସ୍ତଙ୍କ ସହ ଖୁସି ମନାଇଥିଲେ ସଚିନ’, ହରଭଜନ କହିଲେ ବିଶ୍ୱକପ୍ ବିଜୟର ସ୍ମରଣୀୟ ମୁହୂର୍ତ୍ତ

9/04/2020 at 6:24 PM

ମୁମ୍ବାଇ, ୦୯|୦୪:  ମହାନ ବ୍ୟାଟସମ୍ୟାନ ସଚିନ ତେନ୍ଦୁଲକରଙ୍କ କ୍ୟାରିଅରରେ ୨୦୧୧ ବିଶ୍ୱକପ ବିଜୟ ସବୁଠାରୁ ସ୍ମରଣୀୟ ମୁହୂର୍ତ୍ତ । ଏକଥା ସେ ନିଜେ କହୁଛନ୍ତି । ୨୮ ବର୍ଷ ପରେ ଭାରତ ବିଶ୍ୱବିଜେତା ହୋଇଥିଲା । ଏହି ମ୍ୟାଚ ଓ୍ୱାଙ୍ଖଡେ ଷ୍ଟାଡିୟମରେ ଖେଳାଯାଇଥିଲା । ଯେଉଁଠାରେ ହଜାର ହଜାର ଭାରତୀୟ ଫ୍ୟାନ ଉପସ୍ଥିତ ଥିଲେ । ତେବେ ଭାରତୀୟ ଦଳ ଚାମ୍ପିଅନ ହେବା ପରେ ସଚିନ ପ୍ରଥମ ଥର ପାଇଁ ତାଙ୍କ ଚାରିପାଖରେ କିଏ ଅଛନ୍ତି ନଜର ନଦେଇ ଖୁସି ମନାଇଥିଲେ । ନିଜ ଭାବନାକୁ ନିୟନ୍ତ୍ରଣ କରିପାରି ନଥିଲେ । ଏହା କହିଛନ୍ତି ଦଳର ପୂର୍ବତନ ସ୍ପିନର ହରଭଜନ ସିଂ ।

ସେ କହିଛନ୍ତି ଯ, ସଚିନ ପ୍ରଥମ ଥର ନାଚିବା ସହ ଦଳର ବିଜୟ ମନାଇଥିଲେ । ପଡିଆରେ ସଚିନଙ୍କ ଡ୍ୟାନ୍ସ୍ ପ୍ରଥମ ଥର ଦେଖିବାକୁ ମିଳିଥିଲା । ତାଙ୍କ ଚାରିପାଖରେ ଥିବା ଦର୍ଶକଙ୍କୁ ସେ ନଜର ମଧ୍ୟ ଦେଇନଥିଲେ । ସମସ୍ତ ସାଥୀ ଖେଳାଳିଙ୍କ ସହ ସେ ଖୁସି ମନାଇଥିଲେ । ଏପରିକି ସେ ନିଜେ ରାତିରେ ପଦକ ସହ ଶୋଇଥିଲା । ଏହାକୁ ନେଇ ଗର୍ବ ଅନୁଭବ ମଧ୍ୟ କରିଥିଲେ ।

ହରଭଜନ ଆହୁରି କହିଛନ୍ତି ଯେ, ସେ ପ୍ରଥମ ଥର ପାଇଁ ସମସ୍ତଙ୍କ ଆଗରେ ଖୁସିରେ କାନ୍ଦି ପକାଇଥିଲେ । ଦଳକୁ ତାହା ମିଳିଥିଲା ଯାହା ସମସ୍ତଙ୍କ ସ୍ୱପ୍ନ ଥିଲା । ବିଜୟୀ ହେବା ପରେ ରୋମ ଟାଙ୍କୁରି ଉଠିଥିଲା । ଏହା ଭାବନାକୁ ବୟାନ କରିବା କଷ୍ଟକର ବୋଲି ସେ କହିଛନ୍ତି ।

   Related Posts