କିପରି ହେଲା ରଞ୍ଜିତଙ୍କ ମୃତ୍ୟୁ ? ଦୁର୍ଘଟଣା ନା ହତ୍ୟା ?

Published By : Prameya-News7 Bureau | January 17, 2021 IST

ସାନଖେମୁଣ୍ଡି,୧୭/୦୧: ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅନ୍ତର୍ଗତ ପଟିଗୁଡା ଗାଁରେ ଯୁବକ ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମୃତକ ହେଲେ ରଞ୍ଜିତ ଗୌଡ । ତେବେ ରଞ୍ଜିତଙ୍କ ମୃତ୍ୟୁ ଦୁର୍ଘଟଣାଜନିତ ନା ଯୋଜନାବଦ୍ଧ ଭାବେ ହତ୍ୟା ତାହା ଅସ୍ପଷ୍ଟ ରହିଛି ।

ରଞ୍ଜିତ ଶନିବାର  ସନ୍ଧ୍ୟାରେରେ  ବାଇକରେ  କିଛି  କାମରେ ବାହାରକୁ ଯାଇଥିଲେ । କିନ୍ତୁ ବିଳମ୍ବିତ ରାତିରେ ଏକ ଦୁର୍ଘଟଣାର ଶିକାର ହୋଇଥିବା ଖବର ମିଳିଥିଲା । ଆମ୍ବୁଲାନ୍ସ ଯୋଗେ ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା କିନ୍ତୁ ସେଠାରେ ମୃତ୍ୟୁ ହୋଇଯାଇଥିଲା ।

ପାଟପୁର ଥାନା ପୋଲିସ୍ ମେଡିକାଲରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏହା ଦୁର୍ଘଟଣା ନା' ହତ୍ୟା କାଣ୍ଡ ତାହା ଅସ୍ପଷ୍ଟ ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.